ETV Bharat / state

ଦାୟିତ୍ବ ନେଲେ ବିଡିଓ, ହସିଲା ବାଢୁନପାଣି

ବିଚ୍ଛିନ୍ନାଞ୍ଚଳବାସୀଙ୍କ ମୁହଁରେ ଫୁଟିଲା ହସ । ବହୁଦିନର ସ୍ବପ୍ନ ହେଲା ପୂରଣ । ବହୁ ବର୍ଷର ଅଭିଯୋଗ ଆନ୍ଦୋଳନ ପରେ ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 118 କିଲୋମିଟର ଦୂରତା ସିନାପାଲି ବ୍ଲକର ନଗଡା କୁହାଯାଉଥିବା ବାଢୁନପାଣି ଗାଁ ଲୋକଙ୍କ ଦୁଃଖ ଶୁଣିଲେ ସରକାର । ଅଧିକ ପଢନ୍ତୁ...

villagers are thanks to BDO for developing village
ବାଢୁନପାଣି ଗାଁଲୋକଙ୍କ ମୁହଁରେ ଫୁଟିଲା ହସ
author img

By

Published : Dec 9, 2020, 3:40 PM IST

ନୂଆପଡ଼ା: ବିଚ୍ଛିନ୍ନାଞ୍ଚଳବାସୀଙ୍କ ମୁହଁରେ ଫୁଟିଲା ହସ । ବହୁଦିନର ସ୍ବପ୍ନ ହେଲା ପୂରଣ । ବହୁ ବର୍ଷର ଅଭିଯୋଗ ଆନ୍ଦୋଳନ ପରେ ବାଢୁନପାଣି ଗାଁଲୋକଙ୍କ ଦୁଃଖ ଶୁଣିଲେ ସରକାର । ଅନ୍ଧାରୀ ଇଲାକାରେ ବାସ କରୁଥିବା ଲୋକଙ୍କ ଚାଲିବା ପାଇଁ ନା ଥିଲା ରାସ୍ତା ନା ପିଇବା ପାଇଁ ଥିଲା ଵିଶୁଦ୍ଧ ପାନୀୟଜଳ । ଏପରିକି ବିଜୁଳି ଆଲୁ୍ଅ ଦେଖିବା ତାଙ୍କ ପାଇଁ ପାଲଟିଥିଲା ସାତସପନ । ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଏହି ଗାଁ ଠାରୁ ଦୀର୍ଘ 4କିଲୋମିଟର ପର୍ଯ୍ୟନ୍ତ ନା ଥିଲା ରାସ୍ତା, ନା ଗମନାଗମନ ସୁବିଧା । ଇଏ ହେଉଛି ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 118 କିଲୋମିଟର ଦୂରତା ସିନାପାଲି ବ୍ଲକର ନଗଡା କୁହାଯାଉଥିବା ବାଢୁନପାଣି ଗାଁ ।

ଦାୟିତ୍ବ ନେଲେ ବିଡିଓ, ହସିଲା ବାଢୁନପାଣି

ଅବହେଳିତ ବାଢୁନପାଣି ଗାଁଲୋକଙ୍କୁ ମିଳିଲା ମୌଳିକ ଅଧିକାର । କଳାହାଣ୍ଡି ସୀମାନ୍ତକୁ ଲାଗିରହିଥିବା ଏହି ଗାଁରେ ବାସ କରନ୍ତି ଆଦିମ ଜନଜାତି ମାଝୀ ସମ୍ପ୍ରଦାୟ ଲୋକେ । ବାଢୁନପାଣି ଗାଁର ବିକାଶ ପାଇଁ ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ବୋଡ଼କିଆ, ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର ବାରମ୍ବାର ଆନ୍ଦୋଳନ କରି ପ୍ରଶାସନକୁ ଅବଗତ କରି ଆସୁଥିଲେ । ହେଲେ ସୁଫଳ ମିଳିନଥିଲା । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ନୂତନ ସିନାପାଲି BDO ଭାବରେ ସଦାଶିବ ନାଏକ ଯୋଗଦାନ କଲେ । ଏହାପରେ ବାଢୁନପାଣି ଗାଁ BDO ଙ୍କ ଦୃଷ୍ଟିକୁ ଆସିଥିଲା । ବାରମ୍ବାର ଗାଁଲୋକଙ୍କ ଅଭିଯୋଗ ଏବଂ ଇଟିଭି ଭାରତ ବାରମ୍ବାର ଖବର ପ୍ରସାରଣ ପରେ ଶେଷରେ ଶୁଣିଲେ ସରକାର । ତତକ୍ଷଣାତ କ୍ଷେତ୍ର ପରିଦର୍ଶନ କଲେ ସିନାପାଲି BDO । ଆଉ ଜିଲ୍ଲାପାଳଙ୍କୁ ଜଣାଇବାପରେ ଆରମ୍ଭ ହେଲା ବିକାଶର ଧାରା । ଦୀର୍ଘ ଦିନ ଅପେକ୍ଷାର ହେଲା ଅନ୍ତ ।

ରାସ୍ତା, ବିଜୁଳି, ପାନୀୟଜଳ ପ୍ରଶାସନ ଯୋଗାଇବା ପରେ ଏବେ ଗାଁଲୋକଙ୍କ ମୁହଁରେ ଫୁଟିଲା ହସ । ରାସ୍ତା ଉନ୍ନତି କରଣପାଇଁ 10 ଲକ୍ଷ, ଗାଡ଼ୱାଲ ପାଇଁ 2 ଲକ୍ଷ,ରାସ୍ତା ପୋଲ ନିର୍ମାଣ ପାଇଁ 20ଲକ୍ଷ, ବିଜୁଳି , କୂପ ପାଇଁ ଲକ୍ଷ ଲକ୍ଷ ଅର୍ଥ ମଞ୍ଜୁର କରିଛନ୍ତି ସରକାର । ବାଢୁନପାଣି ଗାଁଲୋକେ ବିକାଶର ଶ୍ରେୟ ସିନାପାଲି BDO ଙ୍କୁ ଦେଉଥିବାବେଳେ, ଏହାର ଶ୍ରେୟ ସ୍ଥାନୀୟ ସରପଞ୍ଚ, ଜିଲ୍ଲାପରିଷଦ, ସର୍ବପରି ନୂଆପଡା ଜିଲ୍ଲାପାଳ ବୋଲି କହିଛନ୍ତି ସିନାପାଲି BDO ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.