ETV Bharat / state

ନୂଆପଡାର ନଗଡା ! ହାତରେ ଠେଙ୍ଗା, ଅଣ୍ଟାରେ ଗାମୁଛାବାନ୍ଧି ପାଦଚଲା ରାସ୍ତାରେ ଗାଁରେ ପହଞ୍ଚିଥିଲେ ପୂର୍ବତନ ଜିଲ୍ଲାପାଳ - ଅପହଞ୍ଚ ସରକାରୀ ଯୋଜନା

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ରାଣୀମୁଣ୍ଡା ଗ୍ରାମପଞ୍ଚାୟତର ସମାଡ଼ପଦର ଗାଁରେ ଅପହଞ୍ଚ ସରକାରୀ ଯୋଜନା । ଅଧିକ ପଢନ୍ତୁ

ବିକାଶରୁ ଦୂରରେ ସମାଡ଼ପଦର ଗାଁ
ବିକାଶରୁ ଦୂରରେ ସମାଡ଼ପଦର ଗାଁ
author img

By

Published : Jun 2, 2023, 4:31 PM IST

ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ନୂଆପଡା: ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଆଜି ମଧ୍ୟ ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ୫ଜି ଯୁଗରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଲୋକେ । ବଣ ଜଙ୍ଗଲ ମଧ୍ୟରେ ଥିବା କିଛି ଗାଁର ଲୋକେ ଆଜି ମଧ୍ୟ ବଞ୍ଚୁଛନ୍ତି ଅଭିଶପ୍ତ ଜୀବନ । ଏଭଳି ଏକ ଗାଁ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ମହୁକମା ଠାରୁ 15 କିଲୋମିଟର ଦୂରତା ରାଣୀମୁଣ୍ଡା ଗ୍ରାମପଞ୍ଚାୟତରେ ଅବସ୍ଥିତ ବହୁଚର୍ଚ୍ଚିତ ଦୁର୍ଗମ ସମାଡ଼ପଦର ଗାଁ ।

ସମୁଦ୍ର ପତନ ଠାରୁ 11 ଶହ ବର୍ଗଫୁଟ ଉଚ୍ଚ ପର୍ବତ ଶିଖରରେ ଅବସ୍ଥିତ ଅବହେଳିତ ସମାଡପଦର ଗାଁ । ଗାଁର ନିରୀହ ଲୋକମାନେ ଏକାଧିକ ମୌଳିକ ସମସ୍ୟାରେ ଯୁଝି ହେଉଛନ୍ତି । ଗାଁକୁ ଯିବାକୁ ହେଲେ ଦୁର୍ଗମ ପାହାଡିଆ ପାଦଚଲା ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ଜଙ୍ଗଲରୁ ବୋହି ଆସୁଥିବା ଖାଲ ଖମାରେ ଭର୍ତ୍ତି ସବୁଜ ରଙ୍ଗର ଦୂଷିତ ପାଣିରେ ଗାଧୋଉଛନ୍ତି ଏଠିକାର ପିଲା ଠାରୁ ବୁଢା । ନଳକୂପ ତଳେ ଖୋଲା ଯାଇଥିବା ସାନିଟେସନ କୂପର ଫ୍ଲୋରାଇଟ ମିଶ୍ରିତ ବିଷାକ୍ତ ପାଣି ପିଉଛନ୍ତି ଗାଁ ଲୋକେ । ଗାଁରେ ଶିକ୍ଷା ବ୍ୟବସ୍ଥା ମଧ୍ୟ ସ୍ଵଚ୍ଛତା ନାହିଁ । ସେହିପରି ପ୍ରାଥମିକ ଶିକ୍ଷା ପରେ ପାଠପଢ଼ାରେ ଡୋରି ବନ୍ଧା କାରଣ ଗାଁରେ ହାଇସ୍କୁଲ ବ୍ୟବସ୍ଥା ନାହିଁ । ଫଳରେ ଦୁର୍ବିଶହ ଜୀବନ ବଞ୍ଚୁଛନ୍ତି ସମାଡ଼ପଦର ଗାଁ ଲୋକେ ।

ଅତୀତରେ ନୂଆପଡା ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ପୋମା ଟୁଡୁ ସମାଡ଼ପଦର ଗାଁକୁ ଯାଇ ପ୍ରଶଂସା ସାଉଁଟିଥିଲେ । ଶ୍ରେଷ୍ଠ ପ୍ରଶାସନିକ ଅଧିକାରୀ ଭାବରେ ଜିଲ୍ଲାପଳ ପୋମା ଟୁଡୁ ଚର୍ଚ୍ଚାରେ ଆସିଥିଲେ । ଏହାପରେ ପୂର୍ବତନ ଜିଲ୍ଲାପାଳ ମଧୁସ୍ମିତା ସାହୁ, ସ୍ୱଧାଦେଵ ସିଂ, ସମାଡ଼ପଦର ଗାଁ କୁ ପରିଦର୍ଶନ କରି ଗାଁରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସମାଡ଼ପଦର ଗାଁ ଲୋକଙ୍କ ସମସ୍ୟା ଦୁର ହେଲା ନାହିଁ । ଫଳରେ ସମାଡ଼ପଦର ଗାଁର ଅବସ୍ଥା ଆଜିବି ସେମିତି ଅବହେଳିତ ।

ଏହା ମଧ୍ୟ ପଢନ୍ତୁ- ଗଣେଶଙ୍କ ସଂଗୀତ ନିଶା, ପାନିଆ ଓ କାଗଜରେ ସୃଷ୍ଟି କରୁଛନ୍ତି ଅପୂର୍ବ ସ୍ୱର

ସେହିପରି କିଛିଦିନ ପୂର୍ବେ କାର୍ଯ୍ୟରତ ଜିଲ୍ଲାପାଳ ହେମକାନ୍ତ ସାଏ ପରିଦର୍ଶନ କରି ଅନ୍ଧାରକୁ ଆଲୋକିତ କରିବା ପାଇଁ ସୋଲାର ଲାଇଟ ଲଗାଇବେ ବୋଲି କହିଥିଲେ । ହେଲେ ତାହାମଧ୍ୟ ଏଯାଏଁ ପୂରଣ ହୋଇ ନ ଥିବା ଗାଁଲୋକ ପ୍ରକାଶ କରିଛନ୍ତି । ଅବହେଳିତ ସମାଡ଼ପଦର ଗାଁକୁ ଏଯାବତ 4 ଜଣ ଜିଲ୍ଲାପାଳ ପରିଦର୍ଶନ କରି କେବଳ ପ୍ରଶଂସା ସାଉଁଟିଛନ୍ତି ହେଲେ ଆଜି ଯାଏଁ ଗାଁର କୌଣସି ସମସ୍ୟା ସମାଧାନ ହୋଇପାରିନି । ଅପରପକ୍ଷେ ଗମନାଗମନ ପାଇଁ କଂକ୍ରିଟ ରାସ୍ତା କାମ ଚାଲିଥିବା ବେଳେ ଗାଧୋଇବା ପାଇଁ ପୋଖରୀ ଖନନ କରାଯିବ ବୋଲି କହିଛନ୍ତି ଖଡ଼ିଆଳ ବିଡ଼ିଓ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.