ETV Bharat / state

ବିପଦସଙ୍କୁଳ ଅବସ୍ଥାରେ କାଠପୋଲ ଉପରେ ଯାତାୟତ, କୁଆଡେ ଗଲା ଗ୍ରାମ୍ୟ ସଡକ ଯୋଜନା ?

author img

By

Published : Dec 23, 2020, 7:59 PM IST

ଗମନାଗମନା ସୁବିଧା ପାଇଁ ସରକାର କୋଟି କୋଟି ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ବନ୍ୟାରେ ଧୋଇଯାଇଥିବା ପୋଲ 3 ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡୁନାହିଁ । ଲୋକେ ଗଛ ପକାଇ କାଠ ପୋଲ ନିର୍ମାଣ କରି ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ନୂଆପଡା ଜିଲ୍ଲାର ମାଓ ପ୍ରବଣ ନୂଆମାଲପଡା ଗ୍ରାମପଞ୍ଚାୟତ ଅଖଡାଭଟାରୁ ଦେଖନ୍ତୁ ଏହି ରିପୋର୍ଟ...

village road problem in mao affected area of nuapada
ଜୀବନକୁ ବାଜି ଲଗାଇ କାଠପୋଲରେ ଯାତାୟତ କରୁଛନ୍ତି ଲୋକେ, କୁଆଡେ ଗଲା ଗ୍ରାମ୍ୟ ସଡକ ଯୋଜନା

ନୂଆପଡା: ସରକାର ଗମନା ଗମନା ସୁବିଧା ପାଇଁ କୋଟି କୋଟି ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ବନ୍ୟା ବିତ୍ପାତରେ ପୋଲ ଧୋଇ ଯାଇ 3 ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡିନାହିଁ । ଲୋକେ ଗଛ ପକାଇ କାଠ ପୋଲ ନିର୍ମାଣ କରି ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । କେତେବେଳେ ଯେ ଏହି କାଠ ପୋଲ ଭାଙ୍ଗି ଯିବ ତାହା କହିବା ମୁସ୍କିଲ । ଏ ଭଳି ସମସ୍ୟାର ସମ୍ମୁଖୀନ ହେଉଛିନ୍ତି ନୂଆପଡା ଜିଲ୍ଲାର ମାଓ ପ୍ରବଣ ନୂଆମାଲପଡା ଗ୍ରାମପଞ୍ଚାୟତ ସ୍ଥିତ ଆଦିବାସୀ ବହୁଳ ଅଖଡାଭଟା ଗ୍ରାମବାସୀ ।

ଜିଲ୍ଲା ସଦର ମହୁକମା ଠାରୁ 120 କିଲୋମିଟର ଦୂରତା ମାଓ ପ୍ରବଣ ଅଞ୍ଚଳ ଅଖଡାଭଟା। ଯେଉଁଠାରେ ସରକାର ତଥା ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା କାରଣରୁ ବିପଦ ସଂକୁଳ ଅବସ୍ଥାରେ ଲୋକେ ଯାତାୟତ କରୁଛନ୍ତି । ରାସ୍ତା ଉପରେ ଗଛ ପକାଇ କାଠ ପୋଲ ନିର୍ମାଣକରି ପ୍ରତିଦିନ ଯାତାୟତ କରୁଛନ୍ତି ଶତାଧିକ ଲୋକ । ଏହି କାଠ ପୋଲ ଉପରେ ସାଇକଲ, ମୋଟର ସାଇକଲ ବିପଦକୁ ଆମନ୍ତ୍ରଣ କରି ଯାତାୟତ କରୁଛନ୍ତି । ସେହିପରି ଆମ୍ବୁଲାନ୍ସ କିମ୍ବା 4 ଚକିଆ ଯାନବାହାନ ଯିବା ଆସିବା ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଅତିଆବଶ୍ୟକୀୟ ସ୍ଥଳେ ପଡୋଶୀ ଛତିଶଗଡ଼ ରାଜ୍ୟ ତେନ୍ତୁଳିଖୁଣ୍ଟି ,ଜେରଗାଁ, ସାଲେଭଟା ଦେଇ ଦୀର୍ଘ 13 କିଲୋମିଟର ଦୂରତା ବୁଲିକି ଯାତାୟତ କରୁଛନ୍ତି ସ୍ଥାନୀୟ ଲୋକେ । ଅପରପକ୍ଷେ ପୋଲ ନିର୍ମାଣ କରିବାପାଇଁ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଯୋଗାଯୋଗ ବିଛିନ୍ନ ଥିବା ଅଞ୍ଚଳ ପ୍ରତି ସରକାର ସ୍ବତନ୍ତ୍ର ଦୃଷ୍ଟିଦେଇ ଯୋଗାଯୋଗ କରିବା ପାଇଁ ଗ୍ରାମ୍ୟ ସଡକ ଯୋଜନା ନାଁ ରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଏହି ମାଓ ପ୍ରବଣ ନୂଆମାଲପଡା ଗ୍ରାମପଞ୍ଚାୟତ ସ୍ଥିତ ଅଖଡାଭଟା ଗାଁ ପ୍ରତି ଅଣଦେଖା କରିଛନ୍ତି । 2018 ମସିହା ପ୍ରଳୟଙ୍କରୀ ବନ୍ୟା ବିତ୍ପାତରେ ଅଖଡାଭଟା ଗାଁରାସ୍ତା ଉପରେ ଥିବା ପୋଲ ସମ୍ପୂର୍ଣ୍ଣ ଧୋଇଯାଇ ଯୋଗାଯୋଗ ବିଛିନ୍ନ ହୋଇଥିଲା । ତତ୍କାଳୀନ ସିନାପାଲି ବିଡିଓ, ତହସିଲଦାର କ୍ଷେତ୍ର ପରିଦର୍ଶନ କରି ପୋଲ ନିର୍ମାଣ କରିବାପାଇଁ ସ୍ଥାନୀୟ ଲୋକଙ୍କୁ ଦୃଢ ପ୍ରତିଶୃତି ଦେଇଥିଲେ । ଅପରପକ୍ଷେ ପ୍ରତିଶୃତି ଦେବା 3 ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ସମସ୍ୟା ଦୂର ହୋଇ ପାରିନାହିଁ । ଯାହାଫଳରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଦିନକୁ ଦିନ ଆନ୍ଦୋଳନ ଦାନା ବାନ୍ଧୁଛି ।

ସମସ୍ୟାର ସମାଧାନ ପାଇଁ ସିନାପାଲି ବିଡିଓ ସଦାଶିବ ନାଏକଙ୍କ ସହ ଆମ ନୂଆପଡା ପ୍ରତିନିଧି ଆଲୋଚନା କରିଛନ୍ତି । ଅଖଡାଭଟା ପୋଲ ନିର୍ମାଣ ପ୍ରୋପଜାଲ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୂଆପଡାଙ୍କୁ ପଠାଇଛନ୍ତି । ହେଲେ କୌଣସି କାରଣ ରୁ ତାହା ଫେରିଆସିଛି । ପୁନଃ ପ୍ରୋପଜାଲ ପଠାଇବେ ଏବଂ ପୋଲ ନିର୍ମାଣ ପାଇଁ ବିହିତ ପଦକ୍ଷେପ ନେବେ ବୋଲି ସିନାପାଲି ବିଡିଓ ପ୍ରତିଶୃତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.