ETV Bharat / state

ଋଷିପୀଠ ଯୋଗୀମଠ ପର୍ଯ୍ୟଟନ କ୍ଷେତ୍ର: ନାହିଁ କୌଣସି ମୌଳିକ ସୁବିଧା, ଅଶାନ୍ତି ପର୍ଯ୍ୟଟକ - ସମସ୍ୟା ଘେରରେ ଯୋଗୀମଠ ପର୍ଯ୍ୟଟନ କ୍ଷେତ୍ର

ନୂଆପଡା ଜିଲ୍ଲା ରିଶିଗାଁରେ ଅବସ୍ଥିତ ଋଷିପୀଠ ଯୋଗୀମଠ ପର୍ଯ୍ୟଟନ କ୍ଷେତ୍ର । ଏହି କ୍ଷେତ୍ର ପର୍ଯ୍ୟଟନ ଓଡିଶା ମାନଚିତ୍ରରେ ସ୍ଥାନ ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳିପାରି ନାହିଁ । ଫଳରେ ନାନା ସମସ୍ୟା ଘେରରେ ରହିଛି ଏହି ପର୍ଯ୍ୟଟନ କ୍ଷେତ୍ର । ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି । ଅଧିକ ପଢନ୍ତୁ...

ସମସ୍ୟା ଘେରରେ ଯୋଗୀମଠ ପର୍ଯ୍ୟଟନ କ୍ଷେତ୍ର, ସରକାରୀ ପ୍ରୋତ୍ସାହନ ପାଇଁ ଦାବି

author img

By

Published : Oct 28, 2021, 5:33 PM IST

ନୂଆପଡା: କାହିଁ କେଉଁ କାଳରୁ ରିଶିଗାଁ ଠାରେ ଅବସ୍ଥିତ ହୋଇଛି ଋଷିପୀଠ ଯୋଗୀମଠ ପର୍ଯ୍ୟଟନ କ୍ଷେତ୍ର । ଏହି ପର୍ଯ୍ୟଟନ କ୍ଷେତ୍ର ଓଡିଶା ମାନଚିତ୍ରରେ ସ୍ଥାନ ପାଇଛି ସତ, ହେଲେ ସଂସ୍କୃତି ବିଭାଗର ଅଣଦେଖା କାରଣରୁ ବିଭିନ୍ନ ସମସ୍ୟା ଘେରରେ ଥିବା ଅଭିଯୋଗ ହୋଇଛି । ପର୍ଯ୍ୟଟକ ଯାତାୟତ କରିବାକୁ ପକ୍କା ରାସ୍ତା, ପାନ୍ଥନିବାସ, ପିଇବାପାଣି, ବିଜୁଳି ଆଦି ବିଭିନ୍ନ ସମସ୍ୟା ଘେରରେ ରହିଛି ଋଷିପୀଠ ଯୋଗୀମଠ ପର୍ଯ୍ୟଟନ କ୍ଷେତ୍ର ।

ସମସ୍ୟା ଘେରରେ ଯୋଗୀମଠ ପର୍ଯ୍ୟଟନ କ୍ଷେତ୍ର, ସରକାରୀ ପ୍ରୋତ୍ସାହନ ପାଇଁ ଦାବି

ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 81 କିଲୋମିଟର ଦୂରତା ରିଶିଗାଁ ଠାରେ ଅବସ୍ଥିତ ଏହି ଯୋଗୀମଠ ପର୍ଯ୍ୟଟନ କ୍ଷେତ୍ର । ଆକର୍ଷିତ ପଥର ଚଟାଣ, ପଥର ଗୁମ୍ଫା ସହ ପ୍ରାକୃତିକ ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ପ୍ରତିଦିନ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟେ । ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଭ୍ରମଣ କରିବା ପାଇଁ ଆସି ହତାଶ ହୋଇ ଫେରିଯାଆନ୍ତି । କାରଣ ଏଠାରେ ପାନ୍ଥ ନିବାସ, ପାଣି, ବିଜୁଳି ଆଦି କୌଣସି ବ୍ୟବସ୍ଥା ନାହିଁ । ସରକାରଙ୍କ ପାଣ୍ଠିରୁ କୌଣସି ଉନ୍ନତି ହୋଇନାହିଁ । କେବଳ ସ୍ଥାନୀୟ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଜତକିଞ୍ଚିତ ଉନ୍ନତି ହୋଇପାରିଛି ।

ତେବେ ଏହି ଋଷିପୀଠ ପାହାଡ଼ ଶୀର୍ଷ ପଥର ଗୁମ୍ଫାରେ ବାସ କରନ୍ତି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ଋଷିପିଠିଆଣି, ଭଣ୍ଡାରଘରଣୀ । ଉଭୟ ଦେବୀ ମା' ପ୍ରତ୍ୟକ୍ଷ ଅଟନ୍ତି । ପ୍ରତିବର୍ଷ ଚଇତି ପର୍ବ, ନୂଆଁଖାଇ ଏବଂ ଦଶହରାରେ ମା'ଙ୍କ ଯାତ୍ରା ପାଳିତ ହୋଇଥାଏ । ଯାତ୍ରା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର ସଂଖ୍ୟକ ଲୋକଙ୍କ ସମାଗମ ହୋଇଥାଏ । ଦେବୀ ମା' ଧନସମ୍ପଦ ଏବଂ ପୁତ୍ର ସନ୍ତାନ ପ୍ରାପ୍ତି କରନ୍ତି ବୋଲି ଶରଣାପନ୍ନ ହେଲେ ମା' ପୂଜକଙ୍କଦ୍ୱାରା ସୁନା ଅଳଙ୍କାର ପଠାନ୍ତି ବୋଲି କିମ୍ବଦନ୍ତୀ ରହିଛି । ତେବେ ଏହି ସ୍ଥାନକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ସାଧାରଣରେ ଦାବି ହେଉଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.