ETV Bharat / state

ଭିନ୍ନ ପରମ୍ପରା, ବାହାର ଲୋକ ଛୁଇଁଲେ ଭଙ୍ଗାଯାଏ 'ଲାଲବଙ୍ଗଳା' - LALBANGALA

ଭିନ୍ନ ଏକ ପରମ୍ପରା । ବିଶ୍ବାସ ଓ ଅନ୍ଧବିସ୍ବାସ ର ପରାକାଷ୍ଠା ରେ ଗଢି ଉଠିଛି 'ଲାଲବଙ୍ଗଳା' । ଏ ଏମିତି ଏକ ଘର ଯାହାକୁ କେହି ଛୁଇଁ ଦେଲେ ଭାଙ୍ଗି ଦିଆଯାଏ କିମ୍ବା ନିଆଁରେ ପୋଡି ଦିଆଯାଏ । ଏବଂ ସଙ୍ଗେ ସଙ୍ଗେ ଉପବାସ ରହି ନୂତନ 'ଲାଲବଙ୍ଗଳା' ନିର୍ମାଣ କରାଯାଏ । ଏହି ଲାଲବଙ୍ଗଳାର କ'ଣ ରହିଛି ରହସ୍ୟ ପଢନ୍ତୁ ଏହି ରିପୋର୍ଟ...

ଭିନ୍ନ ପରମ୍ପରା, ବାହାର ଲୋକ ଛୁଇଁଲେ ଭଙ୍ଗାଯାଏ 'ଲାଲବଙ୍ଗଳା'

author img

By

Published : Jul 16, 2020, 9:03 AM IST

ନୂଆପଡା: ଭିନ୍ନ ଏକ ପରମ୍ପରା । ବିଶ୍ବାସ ଓ ଅନ୍ଧବିସ୍ବାସ ର ପରାକାଷ୍ଠା ରେ ଗଢି ଉଠିଛି 'ଲାଲବଙ୍ଗଳା' । ଏ ଏମିତି ଏକ ଘର ଯାହାକୁ କେହି ଛୁଇଁ ଦେଲେ ଭାଙ୍ଗି ଦିଆଯାଏ କିମ୍ବା ନିଆଁରେ ପୋଡି ଦିଆଯାଏ । ଏବଂ ସଙ୍ଗେ ସଙ୍ଗେ ଉପବାସ ରହି ନୂତନ 'ଲାଲବଙ୍ଗଳା' ନିର୍ମାଣ କରାଯାଏ । ଏହାକୁ ତିଆରି କରିବାରେ ସିମେଣ୍ଟ, ବାଲି କି ପଥରର ବ୍ୟବହାର ହୋଇନଥାଏ ବରଂ ମାଟିରେ ତିଆରି କରାଯାଇ ଲାଲ ରଙ୍ଗ ଦିଆଯାଇଥାଏ । ନୂଆପଡା ଜିଲ୍ଲାର ପ୍ରସିଦ୍ଧ ସୁନାବେଡା ଅଭୟାରଣ୍ୟରେ ଦେଖିବାକୁ ମିଳେ ଏହି 'ଲାଲବଙ୍ଗଳା' । ଯେଉଁଠି ରୁହନ୍ତି ଚକୋତିଆ ଭୁଞ୍ଜିଆ ଆଦିମ ଜନଜାତି । ଏହି ଲାଲବଙ୍ଗଳା ହେଉଛି ଏମାନଙ୍କର ରୋଷେଇ ଘର । ଇଷ୍ଟଦେବୀ ମା ସୁନାଦେଈ ଓ ପିତୃପୁରୁଷଙ୍କୁ ଏହି ଲାଲବଙ୍ଗଳାରେ ସ୍ଥାପନ କରି ପୂଜା କରାଯାଇଥାଏ । ଲାଲବଙ୍ଗଳା ଚକୋତିଆ ଭୁଞ୍ଜିଆଙ୍କ ପାଇଁ ହେଉଛି ଏକ ପବିତ୍ର ସ୍ଥାନ ।

ଭିନ୍ନ ପରମ୍ପରା, ବାହାର ଲୋକ ଛୁଇଁଲେ ଭଙ୍ଗାଯାଏ 'ଲାଲବଙ୍ଗଳା'

ଏହି ଲାଲବଙ୍ଗଳାର କାହାଣୀ ଯେତିକି ରୋଚକମୟ ସେତିକି ରହସ୍ୟମୟ । ଏଠାରେ ପରିବାରର କୌଣସି ବ୍ୟକ୍ତି ଶୋଇବା କିମ୍ବା ଆଶ୍ରୟ ନେବା ମନା । ସେହିଭଳି ବିବାହିତା ଝିଅ କିମ୍ବା ଜ୍ବାଇଁ ମଧ୍ୟ ଲାଲବଙ୍ଗଳାକୁ ଛୁଇଁ ପାରିବେ ନାହିଁ । ବିପଦ ସଙ୍କେତ ପାଇଁ ଏହି ଲାଲବଙ୍ଗଳାର ରଙ୍ଗ ଲାଲ ରହିଥାଏ । ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 353 ଜାତୀୟ ରାଜପଥରୁ ବରକୋଟ ଚେରେଚୁଆଁ ଘାଟି ଦେଇ ସାଢ଼େ ତିନି ହଜାର ବର୍ଗ ଫୁଟ ଉଚ୍ଚ ପର୍ବତ ମାଳା ସୁନାବେଡା ଅଭୟାରଣ୍ୟ ଭାବେ ପରିଚିତ । ଯେଉଁଠି ରହିଛି ଆଦିବାସୀଙ୍କ 53 ଟି ଗାଁ । ଯେଉଁଠି ମୁଖ୍ୟତଃ ଚକୋତିଆ ଭୁଞ୍ଜିଆ ଜନଜାତିର ପ୍ରାୟ 614 ପରିବାର ବସବାସ କରନ୍ତି । ବଣପାହାଡ ଘେରା ପ୍ରକୃତି କୋଳରେ ବଞ୍ଚୁଥିବା ଏହି ଜନଜାତିଙ୍କ ପରମ୍ପରା ଓ ବିସ୍ଵାଶ ମଧ୍ୟ ନିଆରା । ଗତ କିଛି ବର୍ଷ ହେଲା ଏହି ସ୍ଥାନ ମାଓବାଦୀଙ୍କ ପେଣ୍ଠସ୍ଥଳୀ ପାଳଟିଛି । ମାଓବାଦୀ ଏବଂ ଯବାନଙ୍କ ଛକାପଞ୍ଜା ଭିତରେ ଅଣନିଶ୍ବାସୀ ହୋଇପଡିଛନ୍ତି ଏହି ଆଦିମ ଜନଜାତି । ଇଷ୍ଟଦେବୀ ମା' ସୁନାଦେଈଙ୍କ ଶରଣରେ ରହି ଜୀବନ ଜୀବିକା ପାଇଁ ସଂଘର୍ଷ କରନ୍ତି ଏମାନେ ।

ଯୁଗଯୁଗ ଧରି ଏହି ଜନ ଜାତି ପାଇଁ 'ଲାଲବଙ୍ଗଳା' ର ରହିଛି ବିଶେଷ ମହତ୍ତ୍ବ ଏବଂ ଏହି ବିରଳ ଓ ଅନନ୍ୟ ପରମ୍ପରାରେ ବନ୍ଧା ଏମାନଙ୍କ ଜୀବନ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.