ETV Bharat / state

ଖାଉଟି କାର୍ଡ ଅଚଳ, ଅଧିକାରରୁ ବଞ୍ଚିତ ଗରିବ ଆଦିବାସୀ

author img

By

Published : Oct 29, 2019, 8:23 PM IST

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଦେଶ କିମ୍ବା ପ୍ରଦେଶରେ କୌଣସି ଗରିବ ଖାଦ୍ୟ ଅଭାବରୁ ଭୋକିଲା ରହିବେ ନାହିଁ ବୋଲି ସରକାର ନିୟମ କରିଛନ୍ତି । ମାତ୍ର ନୂଆପଡା ଜିଲ୍ଲା ଆଦିବାସୀ ବହୁଳ ସରଧାପୁର ଗାଁରେ ଦେଖିବାକୁ ମିଳିଛି ଏହାର ଓଲଟା ଚିତ୍ର। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ପ୍ରତିନିଧି, ନୂଆପଡା

ନୂଆପଡା: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଦେଶ କିମ୍ବା ପ୍ରଦେଶରେ କୌଣସି ଗରିବ ଖାଦ୍ୟ ଅଭାବରୁ ଭୋକିଲା ରହିବେ ନାହିଁ ବୋଲି ସରକାର ନିୟମ କରିଛନ୍ତି । ଏଭଳି କଡାକଡି ନିୟମ ଥିବାବେଳେ ନୂଆପଡା ଜିଲ୍ଲା ଆଦିବାସୀ ବହୁଳ ସରଧାପୁର ଗାଁର ଗରିବ ଲୋକମାନେ ଖାଇବାକୁ ନପାଇ ଦୁଃଖ କଷ୍ଟରେ ଚଳୁଥିବା ଅଭିଯୋଗ ହୋଇଛି । କାରଣ ଏହି ଗାଁର ଆଦିବାସୀ ଲୋକଙ୍କୁ ଟଙ୍କିକିଆ ଚାଉଳ ମାସ ମାସ ଧରି ମିଳିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ନୂଆପଡା

କେନ୍ଦ୍ର ସରକାର 2006 ମସିହାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି । ଚାଉଳ, ଗହମ, କିରୋସିନି ଆଦି ଖାଉଟି ସାମଗ୍ରୀ ଗ୍ରାମପଞ୍ଚାୟତ ଜରିଆରେ ପାଇବାର ନିୟମ ରହିଛି ଗରିବ ହିତାଧିକାରୀଙ୍କୁ । କାରଣ କୌଣସି ଲୋକ ଭୋକିଲା ରହିବେ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି। ହେଲେ ସରକାରଙ୍କ ନିୟମକୁ ଖଡିଆଳ ବ୍ଲକ ସରଧାପୁର ଗ୍ରାମପଞ୍ଚାୟତରେ ବେଖାତିର କରିଥିବା ଦେଖାଦେଇଛି । ରାସନ କାର୍ଡରେ ଆଧାର ଲିଙ୍କ ହୋଇନଥିବା ଯୋଗୁଁ ଗରିବ ଲୋକମାନେ ତାଙ୍କ ଅଧିକାରରୁ ବଞ୍ଚିତ ହୋଇଛନ୍ତି।

ସରଧାପୁର ଗ୍ରାମପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଅବ୍ୟବସ୍ଥା । ଯୋଗାଣ ସହାୟକ ମହେଶ୍ଵର ବିଭାର ଖାଉଟିଙ୍କ ଆଧାର ଲିଙ୍କ କାର୍ଯ୍ୟରେ ଅବହେଳା କରିଥିବାରୁ ସମସ୍ୟା ଦେଖାଦେଇଥିବା ଅଭିଯୋଗ ହୋଇଛି । ସରଧାପୁର, ଢଙ୍କସର, ଗୋଡତଳା ଏବଂ ଅଚଳପୁର ଗାଁର ଶତାଧିକ ହିତାଧିକାରୀଙ୍କ ଖାଉଟି କାର୍ଡ ଏବେ ଅଚଳ । ଏସମ୍ପର୍କରେ ଯୋଗାଣ ସହାୟକଙ୍କୁ ପଚାରିବାରୁ ସେ ପ୍ରଶ୍ନକୁ ଏଡାଇ ଯାଇଛନ୍ତି । ଅନ୍ୟପଟେ ତଦନ୍ତ କରି ସମସ୍ୟାର ସମାଧାନ କରାଯିବ ବୋଲି ଖଡିଆଳ ବିଡିଓ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.