ନୂଆପଡା: ଜିଲ୍ଲାରେ ପ୍ରବଳ ଘୂର୍ଣ୍ଣିଝଡ ସହ କାଳବୈଶାଖୀ ବର୍ଷା କଦଳୀ ଚାଷୀଙ୍କୁ ଦାଉ ସାଜିଲା । ଜିଲ୍ଲାର ଖଡ଼ିଆଳ, ସିନାପାଲି, କୋମନା, ବୋଡେ଼ନ ବ୍ଲକର କଦଳୀ ଚାଷୀଙ୍କ ଚାଷ ଉଜୁଡି ଯାଇଛି । କଦଳୀ ଗଛ ଗୁଡିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।
ସୂଚନାମୁତାବକ, ସିନାପାଲି, ଘଣ୍ଟିଗୁଡା, କଇଁଟପଦର, ଗଣ୍ଡାବାହେଲି, ବୋଟୋପାଲି, ଖଡ଼ିଆଳ କୁସମାଲ, କୋମନା ଛତା ଆଦି ଅଞ୍ଚଳର ଚାଷୀ ଅଧିକ ଲାଭବାନର ଆଶା ନେଇ କଦଳୀ ଚାଷ କରିଥିଲେ। ଚାଷକୁ ନେଇ ଧାର କରଜ କରି ଋଣ ନେଇ ଅଧିକ ଟଙ୍କା ବିନିଯୋଗ କରିଛନ୍ତି ।
ଖତ ସାର କୀଟନାଶକ ପ୍ରୟୋଗ କରି ଭଲ ଚାଷ କରିଥିଲେ ଚାଷୀ । କଦଳୀ ଚାଷ ମଧ୍ୟ ବହୁତ ଭଲ ହୋଇଥିଲା। ଫଳରେ ଭଲ ଦି ପଇସା ହେବ ବୋଲି ଚାଷୀ ଆଶା ବାନ୍ଧିଥିଲା।
ହେଲେ ପ୍ରକୃତିର ତାଣ୍ଡବରେ କଦଳୀ ଚାଷୀ କ୍ଷତିଗ୍ରସ୍ତ ହୋଇଛି । ଏବେ ଚାଷୀ ମୁଣ୍ଡରେ ଚଡକ । କ୍ଷତିଗ୍ରସ୍ତ କଦଳୀ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସମୂହ ଚାଷୀ ଦାବି କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ