ETV Bharat / state

ଲକଡାଉନ ସତ୍ତ୍ବେ ନୂଆପଡାରେ ବଢୁଛି ଚୋରା ମଦ ମାଫିଆଙ୍କ ଆତଙ୍କ, 4 ଗିରଫ - ନୂଆପଡା ଖବର

ଲକଡାଉନ ସତ୍ତ୍ବେ ଥମୁନି ମଦ ମାଫିଆଙ୍କ ଆତଙ୍କ । ଗୁରୁବାର ନୂଆପଡା ଜିଲ୍ଲା କୋମନା ଥାନା ଆଇଆଇସିଙ୍କ ନେତ୍ବତରେ ଏକ ପୋଲିସ ସ୍କ୍ବାର୍ଡ ବରକୋଟ ଗାଁରେ ଚଢାଉ କରି ବିପୁଳ ପରିମାଣର ଚୋରା ଦେଶୀ ମଦ ସହ 4 ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।

The terror of the smuggled liquor mafia is on the rise in nuapada dist
ଲକଡାଉନ ସତ୍ତ୍ବେ ନୂଆପଡାରେ ବଢୁଛି ଚୋରା ମଦ ମାଫିଆଙ୍କ ଆତଙ୍କ, 4 ଗିରଫ
author img

By

Published : Apr 23, 2020, 4:25 PM IST

ନୂଆପଡା: ଗୋଟିଏ ପଟେ ସାରା ରାଜ୍ୟରେ କୋରୋନା ପାଇଁ ଲକଡାଉନ ଜାରି ରହିଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକ୍ରିୟ ରହିଛି ମଦ ମାଫିଆଙ୍କ ଆତଙ୍କ । ଲକଡାଉନ ସତ୍ତ୍ବେ ନୂଆପଡା ଜିଲ୍ଲାରେ ମଧ୍ୟ ସକ୍ରିୟ ରହିଛି ଚୋରା ଦେଶୀ ମଦ କାରବାର । ଗତ କିଛି ଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଦ ମାଫିଆ ରାଜ କରୁଥିବା ବେଳେ ପୋଲିସ ମଧ୍ୟ ଏମାନଙ୍କୁ ଗିରଫ କରିବାରେ ବ୍ୟାପକ ମାତ୍ରାରେ ସଫଳ ହୋଇଛି । ତଥାପି ମଦ ମାଫିଆଙ୍କ ଆତଙ୍କ ଥମିବାର ନାଁ ନେଉନାହିଁ ।

ଲକଡାଉନ ସତ୍ତ୍ବେ ନୂଆପଡାରେ ବଢୁଛି ଚୋରା ମଦ ମାଫିଆଙ୍କ ଆତଙ୍କ, 4 ଗିରଫ

ଏହି କ୍ରମରେ ଗୁରୁବାର କୋମନା ଥାନା ଆଇଆଇସି ନିର୍ମଳ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ପୋଲିସ ସ୍କ୍ବାର୍ଡ ବରକୋଟ ଗାଁ ନିକଟରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଚୋରା ଦେଶୀ ମଦ ଜବତ କରିବା ସହ 4 ଜଣ ମଦ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ସମସ୍ତ ମଦ ମାଫିଆ ନୂଆପଡା ଖଡ଼ିଆଳ ବରଗାଁ ଅଞ୍ଚଳର ବୋଲି ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.