ନୂଆପଡା: କୋଭିଡ ସଂକ୍ରମଣ ରୋକିବା ନେଇ ଆଗେଇ ଆସିଛନ୍ତି ସ୍ବୟଂ ଶକ୍ତି ମହିଳା ମହାସଂଘ । ନୂଆପଡା ଜିଲ୍ଲା ଏନଏସି ଖଡ଼ିଆଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନକରାଯାଇଛି ।
ଖଡ଼ିଆଳକୁ ସାତ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିବା ସହ ପ୍ରତ୍ୟେକ ୱାର୍ଡରେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ଜରିଆରେ ସ୍ବାବ ସଂଗ୍ରହ କରି କୋଭିଡ ଚିହ୍ନଟ କରିବା ପାଇଁ ଦାବି କରିଛନ୍ତି । ଅପରପକ୍ଷେ ଏନଏସି ପରିସରରେ ସ୍ବାବ ସଂଗ୍ରହ ସଚେତନତା କାର୍ଯ୍ୟ ଚାଲିଥିବା ପ୍ରକାଶ କରିଛନ୍ତି ଖଡିଆଳ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ