ETV Bharat / state

ନୂଆପଡ଼ା ଶ୍ରମ କାର୍ଯ୍ୟାଳୟରେ କୋଭିଡ ନିୟମକୁ ଫୁ

author img

By

Published : Apr 9, 2021, 8:21 AM IST

ନୂଆପଡ଼ା ଜିଲ୍ଲାର ଶ୍ରମ କାର୍ଯ୍ୟାଳୟରେ କୋଭିଡ଼ ନିୟମକୁ ପାଳନ କରାଯାଉନଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ନୂଆପଡ଼ା ଶ୍ରମ କାର୍ଯ୍ୟାଳୟରେ କୋଭିଡ ନିୟମକୁ ଫୁ
ନୂଆପଡ଼ା ଶ୍ରମ କାର୍ଯ୍ୟାଳୟରେ କୋଭିଡ ନିୟମକୁ ଫୁ

ନୂଆପଡ଼ା: ଦେଶବ୍ୟାପୀ କୋରୋନା ମହାମାରୀର ଦ୍ଵିତୀୟ ଲହରୀ ଲାଗି ରହିଥିବାବେଳେ ନୂଆପଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦିନକୁ ଦିନ କୋଭିଡ ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଜିଲ୍ଲା ପ୍ରଶାସନ ମଧ୍ୟ କୋଭିଡ କଟକଣା ନିୟମକୁ କଡାକଡି କରିଛି ।

ମୁହଁରେ ମାସ୍କ ବ୍ୟବହାର କରିବା, ସାନିଟାଇଜର ବ୍ୟବହାର ସର୍ବୋପରି ସାମାଜିକ ଦୂରତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ସ୍ୱଧା ଦେଵ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅପରପକ୍ଷେ ଜିଲ୍ଲାପାଳଙ୍କ ଏଭଳି ନିୟମକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ବେଖାତିର କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଶ୍ରମିକମାନେ ଶହ ଶହ ସଂଖ୍ୟାରେ ପଞ୍ଜୀକରଣ କରିବା ପାଇଁ ଶ୍ରମ କାର୍ଯ୍ୟାଳୟକୁ ଆସୁଥିବାବେଳେ ଶ୍ରମ ଅଧିକାରୀଙ୍କ ଖାମଖିଆଲି କାରଣ ଯୋଗୁଁ ଶ୍ରମିକଙ୍କ ଲମ୍ବା ଧାଡି ଲାଗୁଛି । ସରକାରୀ କାର୍ଯ୍ୟାଳୟରେ ସରକାରୀ ନିୟମକୁ ଖାତିର କରାଯାଉନଥିବା ଦେଖିବାକୁ ମିଳିଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.