ETV Bharat / state

ନୂଆପଡାରେ ସାଲିହା କ୍ରାନ୍ତି ଦିବସ ପାଳିତ - ନୂଆପଡାରେ ସାଲିହା କ୍ରାନ୍ତି ଦିବସ ପାଳିତ

ଜିଲ୍ଲାରେ ସାଲିହାଗଡ଼ଠାରେ ସାଲିହା ସହିଦ ସ୍ମୃତି ପରିଷଦ ଏବଂ ଜିଲ୍ଲା ପ୍ରଶାସନ ମିଳିତ ପକ୍ଷରୁ ସାଲିହା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ସାଲିହା କ୍ରାନ୍ତି ଦିବସ ପାଳିତ
ସାଲିହା କ୍ରାନ୍ତି ଦିବସ ପାଳିତ
author img

By

Published : Oct 4, 2022, 10:35 AM IST

ନୂଆପଡା: ଜିଲ୍ଲାରେ ସାଲିହାଗଡ଼ଠାରେ ସାଲିହା ସହିଦ ସ୍ମୃତି ପରିଷଦ ଏବଂ ଜିଲ୍ଲା ପ୍ରଶାସନ ମିଳିତ ପକ୍ଷରୁ ସାଲିହା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଇଂରେଜ ଶାସନ କାଳରେ ମହାତ୍ମାଗାନ୍ଧୀ 1930 ମସିହାରେ ଦେଶବ୍ୟାପୀ ଆଇନ ଅମାନ୍ୟ ଆନ୍ଦୋଳନ ଡାକରା ଦେଇଥିଲେ । ଏହି ଆନ୍ଦୋଳନରେ ନୂଆପଡା ଜିଲ୍ଲା ସାଲିହାଗଡ଼ର ବୀର ସ୍ବାଧୀନତା ସଂଗ୍ରାମୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ସାଲିହା କ୍ରାନ୍ତି ଦିବସ ପାଳିତ

1930 ମସିହା ସେପ୍ଟେମ୍ବର ମାସରେ ମହାତ୍ମାଗାନ୍ଧୀ ଡ଼ାକରାରେ ନୂଆପଡା ଜିଲ୍ଲାର ସାଲିହାଗଡ଼ର ବୀର ବିପ୍ଲବୀମାନେ ଯୋଗଦେଇଥିଲେ । ସେହି ସମୟରେ ଇଂରେଜ ସରକାର ବିରୁଦ୍ଧରେ ଜଙ୍ଗଲ ସତ୍ୟାଗ୍ରହ ଆନ୍ଦୋଳନର ଗୁରୁଦାୟିତ୍ବ ନେଇଥିଲେ ନୂଆପଡା ଜିଲ୍ଲାର ଚୁହୁରି ଗ୍ରାମର କେଜୁଦାସ ବାବା ଓ ତାଙ୍କ ସ୍ତ୍ରୀ ନିଳା ଦେବୀ । ସେହିଭଳି ବରକୋଟ ଗ୍ରାମର ରାମଲାଲ ଦେବଙ୍ଗନ, ସାଲିହା ଗ୍ରାମର ବୈଶାଖୁ ଗଣ୍ଡ,ମହାଜନ ଘାସି, ବିରବଲ ସାହୁ, ଚନାବେଡା ଗ୍ରାମର ରାଜାରାମ ସୌରା ପ୍ରମୁଖ ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇ ଇଂରେଜ ବିରୁଦ୍ଧରେ ଲଢେଇ କରିଥିଲେ ।

ଏନେଇ ନୂଆପଡା ଜିଲ୍ଲାର ବୀର ବିପ୍ଳବୀମାନେ ଏକ ଗୁପ୍ତ ବୈଠକ ସାଲିହା ଗ୍ରାମଠାରେ ଆୟୋଜନ କରିଥିଲେ । ଏହି ସମୟରେ ଗୋରା ପୋଲିସ ଖବର ପାଇ ସଂଗ୍ରାମୀମାନଙ୍କ ଉପରେ ପ୍ରଥମେ ଲାଠିମାଡ଼ ପରେ ଗୁଳିଚାଳନା କରିଥିଲେ । ଗୁଳିଚାଳନାରେ ପ୍ରାୟ 50ରୁ ଅଧିକ ନୂଆପଡା ଜିଲ୍ଲାର ସଂଗ୍ରାମୀମାନେ ଗୁରୁତର ହୋଇଥିଲେ । ପରେ ସେମାନଙ୍କୁ ଗିରଫ କରାଯାଇ ରାୟପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ କରାଯାଇଥିଲା । ସେଠାରେ କେଜୁଦାସ ବାବା, କାର୍ତ୍ତିକ ସୌରା, ରାମଲାଲ ଦେବାଙ୍ଗନ କାରାଗାରରେ ମୃତ୍ୟୁବରଣ କରିବା ସହିତ ସବୁଦିନ ପାଇଁ ସହିଦ ହୋଇଯାଇଥିଲେ । ସେହି ବୀର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଉଦ୍ଧେଶ୍ଵରେ ଆଜି ସାଲିହାଗଡ଼ଠାରେ ପାଳିତ ହୋଇଯାଇଛି ସାଲିହା କ୍ରାନ୍ତି ଦିବସ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.