ନୂଆପଡା: ସ୍କୁଲ ଯିବାକୁ ସାଇକେଲ ଅଛି । ବଜାର ଯିବାକୁ ଗାଡି ଅଛି । ଗାଧୋଇବା ଲାଗି ଘାଟ ଅଛି । ହେଲେ ଗନ୍ତବ୍ୟ ସ୍ଥଳ ଯିବାକୁ ରାସ୍ତା ନାହିଁ । ଠିକଠାକ ଥିଲା ରାସ୍ତା । କଦର୍ଯ୍ୟ କରିଦେଲା ପ୍ରଶାସନ । ଯେଉଁ ରାସ୍ତାରେ ଚାଲି ଚାଲି ଯିବା ବି ମୁସ୍କିଲ । ସାଇକେଲ କି ବାଇକ ଚଳାଇବା ଅର୍ଥ ଦୁର୍ଘଟଣାକୁ ଡାକିବା । ପୂର୍ବରୁ କଚ୍ଚା ଥିଲା । ଯିବା ଆସିବା କରିହେଉଥିଲା । ହେଲେ ରାସ୍ତା ଉନ୍ନତିକରଣ ନାଁରେ ପଡିଲା ମୋରମ । ଆଉ ଏହାପରେ ରାସ୍ତା ହେଲା ପୁରା କଦର୍ଯ୍ୟ ।
ଆମେ ଆପଣଙ୍କୁ କହୁଛୁ ନୂଆପଡା ବ୍ରାହ୍ମଣୀଗୁଡା ଗାଁ ଚାରିଛକ ଠାରୁ ଝୁଲେନବର ରାସ୍ତାର କଥା । ଏଠି କଂକ୍ରିଟ ମେଟାଲିଂ କରିବାକୁ ଲୋକେ ଦାବି କରିଥିଲେ । ହେଲେ ଖାଲି ମୋରମ ପକାଇ କାମ ସାରିଦେଇଛନ୍ତି ଠିକାଦାର ଓ ଜେଇ । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ସ୍ଥାନୀୟ ବିଡିଓ ଏହା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ । କିଏ କରୁଛି, କାହା ଅଧିନରେ କାମ ହେଉଛି, କେତେ ଟଙ୍କା ବ୍ୟୟବରାଦ ହୋଇଛି ସେ କିଛି ଜାଣିନାହାଁନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ