ETV Bharat / state

ବାଦିବାହାଲ ଜାନିପଡା ରାସ୍ତା ପାଲଟିଛି ମରଣଯନ୍ତ୍ରା - ରାସ୍ତା ପାଲଟିଛି ମରଣଯନ୍ତ୍ରା

ପକ୍କା ରାସ୍ତାଟିଏ ନଥିବାରୁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ନୂଆପଡା ଜିଲ୍ଲା ବାଦିବାହାଲ ଜାନିପଡା ଅଞ୍ଚଳବାସୀ। ପ୍ରଶାସନକୁ ବାରମ୍ବାର ଗୁହାରି ପରେ କେହି ଶୁଣୁ ନାହାନ୍ତି ସେମାନଙ୍କ ଦୁଃଖ । ଏପଟେ ରାସ୍ତା ଅବସ୍ଥା ଶୋଚନୀୟ ହେବା ଯୋଗୁଁ ଅନେକ ଦୁର୍ଘଟଣା ଘଟୁଥିବା ନଜିର୍ ରହିଛି ।

ଡିଜାଇନ ଫଟୋ
author img

By

Published : Aug 14, 2019, 9:59 PM IST

ନୂଆପଡା: ରାଜ୍ୟବାସୀଙ୍କୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ଯେଉଁ ଅଞ୍ଚଳରେ ଯୋଗାଯୋଗ ଯେତେ ବିକଶିତ ସେହି ଅଞ୍ଚଳ ସେତିକି ଉନ୍ନତ । କିନ୍ତୁ ନୂଆପଡା ଜିଲ୍ଲାର ଏମିତି ଏକ ଅଞ୍ଚଳ ଅଛି ଯେଉଁ ଅଞ୍ଚଳକୁ ଯୋଗାଯୋଗ କରିବାକୁ ପକ୍କା ରାସ୍ତାଟିଏ ନାହିଁ । ମାଟି ରାସ୍ତା ଯୋଗୁଁ ବର୍ଷା 4 ମାସ ନାନା ହଇରାଣ ହୁଅନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଆମେ କହୁଛୁ ନୂଆପଡାର ବାଦିବାହାଲ ଜାନିପଡାର କଥା । ରାଜରାଜୁଡା କାଳରୁ ଥିବା ଏହି ପ୍ରତି ଯେମିତି ସରକାରଙ୍କ ଶୁଭ ଦୃଷ୍ଟି ପଡିନି । ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ଯେଉଁ ମାଟି ରାସ୍ତା ଖଣ୍ଡକ ଅଛି, ବର୍ଷା ଦିନ ହେଲେ ତାହା ମରଣଯନ୍ତ୍ରା ପାଲଟି ଯାଏ । ଏମିତିକି ଏହି ରାସ୍ତାରେ ଯାତାୟତ କରିବା ଅର୍ଥାତ ବିପଦକୁ ଡାକି ଆଣିବା ।

ତେବେ ରାସ୍ତାର ଉନ୍ନତିକରଣ ପାଇଁ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ,ବିଡିଓ ସମସ୍ତଙ୍କୁ ଜଣାଇଛନ୍ତି ଗାଁଲୋକେ । ହେଲେ ସତେ ଯେମିତି ପ୍ରଶାସନ ସେମାନଙ୍କ ପାଇଁ ଆଖି ମୁଜି ଦେଇଛନ୍ତି । ଲୋକଙ୍କ ସମସ୍ୟା ନେଇ ଆମେ ସିନାପାଲି ବିଡିଓଙ୍କୁ ଭେଟିଥିଲୁ । ସେ ଏହି ରାସ୍ତା ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି । ଆମ ଠାରୁ ଖବର ପାଇବା ପରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.