ETV Bharat / state

ବଜ୍ରାଘାତରେ ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ଶାସକ ଦଳ ପ୍ରତିନିଧି - ଶାସକ ଦଳ ପ୍ରତିନିଧି

ଚଳିତମାସ 22 ତାରିଖ ଦିନ ଖଡ଼ିଆଳ ବ୍ଲକ ନେହେନା ଗ୍ରାମର ଚାଷୀ ରିଖୀରାମ ବାଗ ଚାଷ ଜମିରେ ଥିବାବେଳେ ହଠାତ ବର୍ଷା ସହ ବଜ୍ରାଘାତ ହୋଇଥିଲା । ଆଜି ନୂଆପଡା ଜିଲ୍ଲା ବିଜୁଜନତା ଦଳ ସଭାପତି ମନୋଜ କୁମାର ମିଶ୍ର, ସମ୍ପାଦକ ଲମ୍ବୋଦର ନିଆଲଙ୍କ ନେତୃତ୍ବରେ ବହୁନେତା ଓ କର୍ମୀ ସ୍ବର୍ଗୀୟ ବାଗ ଙ୍କ ବାସ ଭବନକୁ ପରିଦର୍ଶନ କରିଛନ୍ତି । ଅଧିକ ଖବର ପଢନ୍ତୁ...

ବଜ୍ରାଘାତରେ ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ଶାସକ ଦଳ ପ୍ରତିନିଧି

author img

By

Published : Jul 28, 2020, 10:33 AM IST

ନୂଆପଡା: ଚଳିତମାସ 22 ତାରିଖ ଦିନ ଖଡ଼ିଆଳ ବ୍ଲକ ନେହେନା ଗ୍ରାମର ଚାଷୀ ରିଖୀରାମ ବାଗ ଚାଷ ଜମିରେ ଥିବାବେଳେ ହଠାତ ବର୍ଷା ସହ ବଜ୍ରାଘାତ ହୋଇଥିଲା । ଚାଷ ଜମିରେ ହିଁ ଚାଷୀ ରିଖୀରାମ ବାଗଙ୍କର ଅକାଳ ମୃତ୍ୟୁ ହୋଇଥିଲା । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ପାଇଁ ଆଜି ନୂଆପଡା ଜିଲ୍ଲା ବିଜୁଜନତା ଦଳ ସଭାପତି ମନୋଜ କୁମାର ମିଶ୍ର, ସମ୍ପାଦକ ଲମ୍ବୋଦର ନିଆଲଙ୍କ ନେତୃତ୍ବରେ ବହୁନେତା ଓ କର୍ମୀ ସ୍ବର୍ଗୀୟ ବାଗ ଙ୍କ ବାସ ଭବନକୁ ପରିଦର୍ଶନ କରିଛନ୍ତି ।

ବଜ୍ରାଘାତରେ ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ଶାସକ ଦଳ ପ୍ରତିନିଧି

ପରିଦର୍ଶନ ସମୟରେ ତାଙ୍କ ଧର୍ମ ପତ୍ନୀ, ଦୁଇ ପୁଅ ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ସମବେଦନା ଜଣାଇଛନ୍ତି । ଅମର ଆତ୍ମାର ସଦଗତି କାମନା ପାଇଁ ନିରବ ପ୍ରାର୍ଥନା କରିଛନ୍ତି ବିଜୁଜନତା ଦଳର ସମସ୍ତ ନେତା ଓ କର୍ମୀ ।

ଏହି ଅବସରରେ ଶୁଦ୍ଧିକ୍ରିୟା ପାଇଁ ବିଜୁଜନତା ଦଳ ପକ୍ଷରୁ 5 ହଜାର ଟଙ୍କା ଏବଂ ରାସନ ଯୋଗାଇ ଦିଆଯାଇଛି । ଦଳୀୟ ନେତା ଓ କର୍ମୀଙ୍କ ଏଭଳି ମନୋଭାବକୁ ନେହେନା ଗ୍ରାମବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.