ନୂଆପଡା: ଜିଲ୍ଲାର ଖଡ଼ିଆଳ ସିନାପାଲି ବୋଡେ଼ନ, ପାତାଳଗଙ୍ଗା, ନୂଆପଡା ଓ କୋମନା ଆଦି ପ୍ରମୁଖ ସହରରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅତି ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ସିନାପାଲି ଜଗନ୍ନାଥ ମନ୍ଦିରରେ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ନିତିକାନ୍ତି ଅନୁସାରେ ରଥଯାତ୍ରା ପାଳିତ ହୋଇଯାଇଛି ।
ସିନାପାଲି ରଥଯାତ୍ରାରେ ଛେରା ପହଁରା ପରେ ଜଗରନ୍ନାଥ, ବଳଭଦ୍ର, ସୁଭଦ୍ରା ତିନି ଠାକୁର ତିନି ରଥକୁ ପହଣ୍ଡି ବିଜେ କରି ରଥାରୂଢ ହୋଇଥିଲେ । ଏହି ରଥଯାତ୍ରାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତ ଟାଣିବାର ନିଆରା ପରମ୍ପରା ରହିଛି ।
ତେବେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ