ETV Bharat / state

Ratha Yatra 2023: ଖଡ଼ିଆଳରେ ଘୋଷଯାତ୍ରା ପାଳିତ - ରଥଯାତ୍ରା

ନୂଆପଡା ଜିଲ୍ଲାରେ ମହାଆଡମ୍ବରରେ ପାଳିତ ହୋଇଯାଇଛି ରଥଯାତ୍ରା । ରଥରେ ତିନି ଠାକୁରଙ୍କୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ଆଣିଛନ୍ତି ଭକ୍ତ । ଅଧିକ ପଢନ୍ତୁ

Ratha Yatra 2023
Ratha Yatra 2023
author img

By

Published : Jun 21, 2023, 8:45 AM IST

Ratha Yatra 2023

ନୂଆପଡା: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ସବୁଠି ଉତ୍ସବ ମୁଖର । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି ମହାପ୍ରଭୁ । ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ପାଳନ ହୋଇଛି । ଯେଉଁଠି ଜଗନ୍ନାଥଙ୍କର ମନ୍ଦିର ଅଛି ସେଠାରେ ପାଳିତ ହେଉଛି ଚତୁର୍ଦ୍ଧା ମୁରତୀଙ୍କ ରଥଯାତ୍ରା । ଏହି କ୍ରମରେ ନୂଆପଡା ଜିଲ୍ଲାରେ ମହାଆଡମ୍ବରରେ ପାଳିତ ହୋଇଯାଇଛି ରଥଯାତ୍ରା । ରଥରେ ତିନି ଠାକୁରଙ୍କୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ଆଣିଛନ୍ତି ଭକ୍ତ ।

ତେବେ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ସହିତ ପୂଜାର୍ଚ୍ଚନା କଲା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ କରାଯାଇଥିଲା । ତେବେ ଖଡ଼ିଆଳ ଠାରେ ରାଜା ରାଜୁଡ଼ା ଶାସନ କାଳରୁ ରଥଯାତ୍ରା ପାଳିତ ହୋଇ ଆସୁଥିବା ବେଳେ ରାଜ ପରିବାର ସଦସ୍ୟ ଭାବରେ ଯୁବରାଜ ଦେଵ ଦେଵ ସିଂହ ଦେଓ ଛେରାପହଁରା କରି ମହା ପ୍ରଭୁ ଜଗନ୍ନାଥ, ବଳଭଦ୍ର,ଦେବୀ ସୁଭଦ୍ରାଙ୍କୁ ଆହ୍ବାନ କରିଥିଲେ ।

ଖଡ଼ିଆଳ ରଥଯାତ୍ରାର ବିଶେଷତ୍ୱ ହେଲା ଏଠାରେ ତିନିଟି ମନ୍ଦିରରେ ରଥଯାତ୍ରା ହୁଏ । ସାନ ଦଧିବାମନ ମନ୍ଦିରରେ ଜଗନ୍ନାଥ ଏକା ପୂଜା ପାଆନ୍ତି ଓ ତାଙ୍କୁ ରୁପା ଅଳଙ୍କାରରେ ସଜ୍ଜିତ କରାଯାଏ । ତାଙ୍କ ରଥର ଚକ ସଂଖ୍ୟା ହେଉଛି ଛଅ । ବଡ଼ ଦଧି ବାମନ ମନ୍ଦିରରେ ଜଗନ୍ନାଥ ଦଧି ବାମନ ରୂପରେ ପୂଜା ପାଆନ୍ତି ଓ ତାଙ୍କୁ ସୁନା ଅଳଙ୍କାରରେ ସଜ୍ଜିତ କରାଯାଏ ତାଙ୍କ ରଥର ଚକ ସଂଖ୍ୟା ଆଠ । ସେହିପରି ମଝିଆ ଦଧି ବାମନ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜା ପାଆନ୍ତି । ଏଠାରେ ଯୋଡି ଜଗନ୍ନାଥ ପ୍ରତିମୂର୍ତ୍ତି ପୂଜା ପାଇଥାନ୍ତି । ଖଡ଼ିଆଳ ଗଡ଼ଯାତରେ ୧୭୫୦ ରୁ ୧୭୮୦ ମସିହାରେ ବଡ଼ ଦଧିବାମନ ମନ୍ଦିର ନିର୍ମାଣ କରାଯାଇଥିବା ସଂସ୍କୃତି ଗବେଷକ ମାନେ ମତ ଦିଅନ୍ତି । ବର୍ତ୍ତମାନ ଏଠାରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଗହଣରେ ଘୋଷଯାତ୍ରା ହୋଇଥାଏ ।

ଐତିହାସିକ ତଥ୍ୟ ଅନୁସାରେ ଖଡ଼ିଆଳ ନିକଟସ୍ଥ ଝିତ୍ରିଝୋଡା ଗାଁର ତତ୍କାଳୀନ ଗୌନ୍ତିଆ ମଦନ ସିଂ ଭୋଇ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ l ଜଗନ୍ନାଥଙ୍କ ବିଗ୍ରହକୁ ରୀତିନୀତିରେ ପୂଜାର୍ଚ୍ଚନା କରି ପ୍ରତିବର୍ଷ ଝିତ୍ରୀଝୋଡା ଗ୍ରାମରେ ସେ ଏକୁଟିଆ ରଥଯାତ୍ରାର ଆୟୋଜନ କରୁଥିଲେ l ସେତେବେଳେ ସମଗ୍ର ଅଞ୍ଚଳରେ କଳାପାହାଡ଼ ଆକ୍ରମଣର ଭୟ ଦେଖାଦେଇଥିଲା l କଳାପାହାଡ଼ ଦୌରାତ୍ମରେ ଗୌନ୍ତିଆ ଭୟଭୀତ ହୋଇ ଜଗନ୍ନାଥଙ୍କ ବିଗ୍ରହର ସୁରକ୍ଷା ପାଇଁ ଖଡ଼ିଆଳ ରାଜା ବ୍ରଜରାଜ ସିଂ ଦେଓଙ୍କୁ ଦେଇଥିଲେ ।

ପରବର୍ତ୍ତୀ ସମୟରେ ରାଜା ସାହେବ ମଝିଆ ଦଧିବାମନ ମନ୍ଦିର ବା ଜଗନ୍ନାଥ ମନ୍ଦିରରେ ବିଗ୍ରହକୁ ସମର୍ପଣ କରିଦେଇଥିଲେ l ସେହିଦିନ ଠାରୁ ଅଦ୍ୟାବଧି ଖଡ଼ିଆଳ ସହରରେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ବ୍ୟତୀତ ଶ୍ରୀ ଜଗନ୍ନାଥଙ୍କ ଯୋଡି ଜଗନ୍ନାଥ ରଥଯାତ୍ରା ପାଳିତ ହୋଇ ଆସୁଛି । ରଥଯାତ୍ରା ସମୟରେ ଯୋଡି ଜଗନ୍ନାଥଙ୍କୁ ଦର୍ଶନ କଲେ ଅବଶ୍ୟ ମନସ୍କାମନା ପୁରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ଯୁଗେଯୁଗେ ବିଶ୍ୱାସ ରହିଛି । ଅପରପକ୍ଷେ ରଥଯାତ୍ରା ଶୃଙ୍ଖଳା ନେଇ ନୂଆପଡା ଏସପି ଜି.ରାଘବେନ୍ଦ୍ର ଖଡ଼ିଆଳ ପରିଦର୍ଶନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ପ୍ରତି ବେଶ ଗୁରୁତର ଦେଥିବା sp ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.