ETV Bharat / state

ଗୋଡଧୁଆପଦର ସ୍କୁଲରେ ଶିକ୍ଷକ ମରୁଡି ! 4 ଶିକ୍ଷକରେ ଚାଲିଛି ପାଠପଢା

ସଭିଏଁ ପଢିବା ସଭିଏଁ ବଢିବା ଏଭଳି କିଛି ସ୍ଲୋଗାନ ଦେଇ ସାରା ଭାରତ ବର୍ଷରେ ରାଇଟଟୁ ଏଜୁକେସନ ACT ଲାଗୁ କଲେ ସରକାର । ହେଲେ ଏହି ନିୟମ ନୂଆପଡା ଗୋଡଧୁଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଫେଲ ମାରିଛି । ଅଧିକ ପଢ଼ନ୍ତୁ

ଗୋଡଧୁଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ, ପାଠପଢ଼ା ବାଧାପ୍ରାପ୍ତ

author img

By

Published : Dec 7, 2022, 10:24 AM IST

ନୂଆପଡ଼ା: ସଭିଏଁ ପଢିବା ସଭିଏଁ ବଢିବା ଏଭଳି କିଛି ସ୍ଲୋଗାନ ଦେଇ ସାରା ଭାରତ ବର୍ଷରେ ରାଇଟଟୁ ଏଜୁକେସନ ACT ଲାଗୁକଲେ ସରକାର । ନିୟମ ଆଧାରରେ 6 ରୁ 14 ବର୍ଷର ସମସ୍ତ ଛାତ୍ରଛାତ୍ରୀ ବାଧ୍ୟତାମୂଳକ ଭାବରେ ଶିକ୍ଷା ପାଇବାର ଅଧିକାର ରହିଛି । ହେଲେ ଏହି ନିୟମ ନୂଆପଡା ଗୋଡଧୁଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଫେଲ ମାରିଛି । ଆବଶ୍ୟକୀୟ ଶିକ୍ଷକ ଅଭାବରୁ ପିଲାଙ୍କ ପାଠପଢ଼ା ବିପର୍ଯ୍ୟସ୍ତ ହୋଇପଡିଛି । ବିଦ୍ୟାଳୟରେ ପ୍ରଥମରୁ ନବମ ଶ୍ରେଣୀ ଯାଏଁ ଶ୍ରେଣୀ ରହିଛି । ହେଲେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଅଛନ୍ତି ମାତ୍ର 4 ଜଣ ଶିକ୍ଷକ । ଫଳରେ ପାଠ ପଢାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀ ।

ଗୋଡଧୁଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ, ପାଠପଢ଼ା ବାଧାପ୍ରାପ୍ତ

ଚଳିତ ଶିକ୍ଷା ବର୍ଷ 2022ରେ ଏଠିକାର ଉପସ୍ଥାନ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ବିଦ୍ୟାଳୟକୁ ଅପ ଗ୍ରେଡଟ କରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାବରେ ଘୋଷଣା କଲେ ସରକାର । ବର୍ତ୍ତମାନ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ହେଲେ ପୂର୍ବରୁ ଯେଉଁ 4 ଜଣ ଶିକ୍ଷକ ଥିଲେ ସେମାନଙ୍କ ଉପରେ ଅଷ୍ଟମ ନବମ ଶ୍ରେଣୀ ପଢାଇବା ଦାୟିତ୍ବ ନ୍ୟସ୍ତ କରିଛନ୍ତି ସରକାର । ଅପ ଗ୍ରେଡଟ ବିଦ୍ୟାଳୟ ଅନୁସାରେ ଅଷ୍ଟମ ନବମ ଶ୍ରେଣୀକୁ ପାଠ ପଢ଼ାଇବା ପାଇଁ ଏଯାଏଁ ଶିକ୍ଷକ ଦିଆଯାଇନାହିଁ । ଫଳରେ ପାଠପଢ଼ା ବିପର୍ଯ୍ୟସ୍ତ ହୋଇପଡିଛି ।

ଏ ସମ୍ପର୍କରେ ବାରମ୍ବାର SMC ସଭ୍ୟାସଭ୍ୟ, ଅବିଭାବକ, ଗାଁଲୋକ BEO, DEO, BDO ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଛନ୍ତି । ହେଲେ କର୍ଣ୍ଣପାତ କରୁନାହିଁ ଜିଲ୍ଲାପ୍ରଶାସନ । ଆଗକୁ ଶିକ୍ଷକ ନଦେଲେ ସ୍କୁଲରେ ତାଲାପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.