ETV Bharat / state

ଜମିହୀନଙ୍କୁ ଜମିପଟ୍ଟା ଦାବି ନେଇ ଏନଏସି କାର୍ଯ୍ୟାଳୟ ଘେରାଉ

ଜମିପଟ୍ଟା ପାଇଁ ହୀତାଧିକାରୀ ଘେରିଲେ ଏନଏସି ଅଫିସ । ନୂଆପଡା ଖଡିଆଳ ଏନଏସି କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ନିରୀହ ଅସହାୟ ଗରିବ ହିତାଧିକାରୀ ।

ଫଟୋ ସୌଜନ୍ୟ : ପ୍ରତିନିଧି.ନୂଆପଡା
author img

By

Published : Jun 25, 2019, 2:35 AM IST

ନୂଆପଡା : ଦଳିତ ଅଧିକାର ମଞ୍ଚ ନେତୃତ୍ୟରେ ଜମିହୀନଙ୍କୁ ଜମିପ୍ରଦାନ ଏବଂ ବାସହରାଙ୍କୁ ବାସଗୃହ ପ୍ରଦାନ ଦାବିରେ ନୂଆପଡା ଜିଲ୍ଲା ଖଡିଆଳ ଏନଏସି କାର୍ଯ୍ୟାଳୟ ଘେରାଉ କଲେ ହୀତାଧିକାରୀ । ଘେରାଉରେ ଶତାଧିକ ନିରୀହ ଅସହାୟ ଗରିବ ହିତାଧିକାରୀ ସାମିଲ ଥିଲେ । ହାତରେ ପ୍ଲାକାର୍ଡ ସ୍ଲୋଗାନ ଦେଇ ସହର ପରିକ୍ରମା କରିବା ସହ ଏନଏସି କାର୍ଯ୍ୟାଳୟ ଘେରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏମାନେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି.ନୂଆପଡା

ଯେଉଁ ପର୍ଯ୍ୟନ୍ତ ଘରଡିହ ଜମିପଟ୍ଟା ଆବାସ ଗୃହ ପ୍ରଦାନ କରା ନ ଯାଇଛି,ସେତେବେଳ ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନି ଦେଇଛନ୍ତି । ସୂଚନା ମତେ ସହରି ବସ୍ତି ବାସିନ୍ଦାଙ୍କୁ ଜମି ଏବଂ ଗୃହ ଅଧିକାର ପ୍ରଦାନ ପାଇଁ ଓଡିଶା ସରକାର ଯୋଜନା କରିଛନ୍ତି । ଖଡିଆଳ ସହରସ୍ଥିତ ପୁଟୁପଡା, ହାଟପଦାପଡା, ଶବରପଡା, ଗୁଡେଲବନ୍ଧପଡା ଏବଂ ନୀଳଜୀବନ୍ଧପଡାର କିଛି ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ।

ନିର୍ବାଚନ ଆଚରଣ ବିଧି କାରଣରୁ ଜମିପଟ୍ଟା ବଣ୍ଟନ କାର୍ଯ୍ୟବନ୍ଦ ଥିଲା । ଏହି ହିତାଧିକାରୀଙ୍କୁ ତୁରନ୍ତ ଜମି ପଟ୍ଟା ଗୃହ ପ୍ରଦାନ ଏବଂ 1, 9, 11, 12, ନମ୍ବର ୱାର୍ଡର ବଞ୍ଚିତ ଥିବା ଗରିବ ହିତାଧିକାରୀ ଙ୍କୁ ଜମିପଟ୍ଟା ବାସଗୃହ ପ୍ରଦାନ ଦାବିରେ ଘେରିଛନ୍ତି ଆନ୍ଦୋଳନକାରୀ । ଅପରପକ୍ଷେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଗଷ୍ଟ ମାସ ମଧ୍ୟରେ ଜମିପଟ୍ଟା ପ୍ରଦାନ କରାଯିବବୋଲି ପ୍ରତିଶ୍ରୁତି ଦେବାପରେ ଘେରାଉ ପ୍ରତ୍ୟାହାର କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.