ETV Bharat / state

ଅଧିକ ଫାଇନ ଆଦାୟକୁ ନେଇ ପୋଲିସ ଓ ରାଜସ୍ବ ବିଭାଗ ବିରୁଦ୍ଧରେ ବର୍ଷିଲେ ଟ୍ରାକ୍ଟର ମାଲିକ

author img

By

Published : Oct 18, 2020, 8:21 PM IST

ନୂଆପଡା ଜ଼ିଲ୍ଲା ଖଡ଼ିଆଳ ରାଜସ୍ୱ ଅଧିକାରୀ ଟ୍ରାକ୍ଟର ମାଲିକଙ୍କ ଠାରୁ ଅଧିକ ଫାଇନ ଆଦାୟ କରୁଛନ୍ତି । ଯାହାକୁ ନେଇ ଟ୍ରାକ୍ଟର ମାଲିକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଚି ପ୍ରକାଶ ପାଇଛି । ଅଧିକ ପଢନ୍ତୁୁ...

ଅଧିକ ଫାଇନ ଆଦାୟକୁ ନେଇ ପୋଲିସ ଓ ରାଜସ୍ବ ବିଭାଗ ବିରୁଦ୍ଦରେ ବର୍ଷିଲେ ଟ୍ରାକ୍ଟର ମାଲିକ

ନୂଆପଡା: ଅଧିକ ଫାଇନ ଆଦାୟକୁ ବିରୋଧ କରିନୂଆପଡା ଜ଼ିଲ୍ଲା ଖଡ଼ିଆଳ ଟ୍ରାକ୍ଟର ଏସୋସେସନ ଖଡ଼ିଆଳ ପୋଲିସ ଓ ରାଜସ୍ବ ବିଭାଗ ବିରୁଦ୍ଧରେ ବର୍ଷିଛନ୍ତି । ଏ ଘଟଣା ନେଇ ବିଚାର ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଟ୍ରାକ୍ଟର ଆସୋସିଏସନ ।

ସୂଚନାଅନୁସାରେ ଟାସ୍କ ଫାଙ୍କି ଟ୍ରାକ୍ଟର ଚଳାଉଥିବା ଟ୍ରାକ୍ଟରକୁ ପଡୋଶୀ ବଲାଙ୍ଗୀର,କଳାହାଣ୍ଡି ଜ଼ିଲ୍ଲାରେ ଧରପଗଡ଼ କରି 5 ହଜାର ଟଙ୍କା ଫାଇନ ଆଦାୟ କରୁଥିବାବେଳେ ନୂଆପଡା ଜ଼ିଲ୍ଲା ଖଡ଼ିଆଳ ରାଜସ୍ବ ଅଧିକାରୀ 20 ହଜାରରୁ ଅଧିକ ଫାଇନ ଆଦାୟ କରୁଛନ୍ତି । ଯାହାକି ଟ୍ରାକ୍ଟର ମାଲିକମାନଙ୍କୁଷ୍ଟ ସାଧ୍ୟ ହେଉଥିବା ଅଭିଯୋଗ ହୋଇଛି । ସେହିଭଳି ସହରର ପଡା ସାହିରେ କୋଠାବାଡି ନିର୍ମାଣ ଚାଲିଥିବା ବେଳେ,ଆବଶ୍ୟକୀୟ ବାଲି,ପଥର,ମେଟାଲ ନେଇ ଟ୍ରାକ୍ଟର ସହରର ମୁଖ୍ୟ ରାସ୍ତା ଦେଇ ଯିବା ଆସିବା କରିଥାଏ । ଏହି ସମୟରେ ପୋଲିସ କର୍ମଚାରୀ ଟ୍ରାକ୍ଟରକୁ ଅଟକାଇ ହଇରାଣ ହରକତ କରୁଥିବା ମାଲିକମାନେ ଅଭିଯୋଗ କରିଛନ୍ତି । ଏ ଘଟଣାକୁ ବିରୋଧ କରି ଟ୍ରାକ୍ଟର ଏସୋସିଏସନର ଅଧ୍ୟକ୍ଷ ଦେବରାଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି ଯେଉଁଥିରେ ରାଜସ୍ବ ବିଭାଗ ଓ ପୋଲିଲ ବିରୁଦ୍ଧରେ ଗର୍ଜିଛନ୍ତି ଶତାଧିକ ଟ୍ରାକ୍ଟର ମାଲିକ । ଟ୍ରାକ୍ଟର ମାଲିକ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ପ୍ରଶାସନ ବିଚାର ନକଲେ ଆଗାମି ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛି ଟ୍ରାକ୍ଟର ଆସୋସିଏସନ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.