ନୂଆପଡା: ବକେୟା ଦରମା ଦାବିରେ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦ୍ବାରସ୍ଥ ହେଲେ ବେସରକାରୀ କର୍ମଚାରୀ । ବୁଧବାର ନୂଆପଡା ଜିଲ୍ଲା ପବ୍ଲିକ ଏକସନ ଗୃପର କର୍ମଚାରୀ 11 ମାସର ପାଇନଥିବା ଅଭିଯୋଗରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଠାରେ ଫେରାଦ ହୋଇଛନ୍ତି ।
ନୂଆପଡା ଜିଲ୍ଲା ଖଡ଼ିଆଳ, ବୋଡେ଼ନ, କୋମନା, ସିନାପାଲି, ନୂଆପଡା ଅଞ୍ଚଳରେ ପ୍ରାୟ 1ବର୍ଷ 2ମାସ ହେବ କାମରେ ନିୟୋଜିତ ଅଛନ୍ତି । ଏହି କର୍ମଚାରୀ ମାନଙ୍କୁ ଭୁବନେଶ୍ବର ସ୍ଥିତ ଆର୍ଯ୍ୟଭଟ୍ଟ ନାମକ ଏକ ସଂସ୍ଥା ମାସିକ 3500 ଟଙ୍କା ହିସାବରେ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେଇଥିଲା । କେବଳ ମାତ୍ର 3ମାସର ଦରମା ଦେଇଛନ୍ତି କିନ୍ତୁ ବଳକା 11 ମାସର ଦରମା ପ୍ରଦାନ କରିନାହିଁ । ଏ ନେଇ ଅଭିଯୋଗ କରିଛନ୍ତି ।
ଦରମା ଦାବିରେ ପବ୍ଲିକ ଏକସନ ଗ୍ରୁପର କର୍ମଚାରୀ ମାନେ କର୍ମଚାରୀମାନେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପଲଷ୍ମୀ ହୋତାଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି । ସରକାର ଏଲଟମେଣ୍ଟ ପଠାଇଲେ ଏକ ସପ୍ତାହ ମଧ୍ୟରେ ଦରମା ଦେବେ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଶୃତି ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ