ETV Bharat / state

ଖଟିଆରେ ବୁହାହେଲେ ଗର୍ଭବତୀ, ପାହାଡି ରାସ୍ତାରେ ଜନ୍ମ ଦେଲେ ଶିଶୁ

ଦୁର୍ଗମ ସମାଡପଦର ଗାଁରେ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଖରାପ ରାସ୍ତା ଆଉ ବାଟ ସାରା ଝିପଝିପ୍‌ ବର୍ଷା, ଖଟିଆରେ ଗର୍ଭ ବେଦନାରେ ଛଟପଟ ମହିଳା ଶେଷରେ ଜଙ୍ଗଲୀ ରାସ୍ତାରେ ପ୍ରସବ କରିଛନ୍ତି । ଏହି ଚିତ୍ର ପୁଣି ଥରେ ରାଜ୍ୟର ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ରକୁ ପଦାରେ ପକାଇଛି ।

author img

By

Published : Jul 2, 2019, 9:46 AM IST

Updated : Jul 2, 2019, 9:52 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ପୁଣି ଚର୍ଚ୍ଚା ପରିସରକୁ ଆସିଲା ଆସନ୍ନ ପ୍ରସୂତୀଙ୍କୁ ଖଟିଆରେ ବୁହା ଭଳି ଅଭାବନୀୟ ଦୃଶ୍ୟ । ଦୁର୍ଗମ ସମାଡପଦର ଗାଁରେ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଖରାପ ରାସ୍ତା ଆଉ ବାଟ ସାରା ଝିପଝିପ୍‌ ବର୍ଷା, ଖଟିଆରେ ପ୍ରସବ ବେଦନାରେ ଛଟପଟ ମହିଳା ଶେଷରେ ଜଙ୍ଗଲୀ ରାସ୍ତାରେ ପ୍ରସବ କରିଛନ୍ତି । ଏହି ଚିତ୍ର ପୁଣି ଥରେ ରାଜ୍ୟର ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ରକୁ ପଦାରେ ପକାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ସୂଚନା ଅନୁସାରେ ସମାଡପଦର ଗାଁର ମୁକେଶ ମାଝୀଙ୍କ ସ୍ତ୍ରୀ ପ୍ରମିଳା ମାଝୀଙ୍କ ସୋମବାର ରାତ୍ରି 8ଟା ସମୟରେ ଗର୍ଭ ଯନ୍ତ୍ରଣା ହୋଇଥିଲା । ନିଘଞ୍ଚ 4 କିଲୋମିଟର ଦୁର୍ଗମ ପାଦଚଲା ଘାଟି ରାସ୍ତା ଅତିକ୍ରମ କରି ଖଡ଼ିଆଳ ସରକାରୀ ହସ୍ପିଟାଲକୁ ନେବା ସମ୍ଭବ ହୋଇନଥିଲା । ଆମ୍ବୁଲାନ୍ସକୁ କଲ୍‌ କରାଯାଇଥିଲେ ମଧ୍ୟ କୌଣସି ଫଳ ମିଳି ନଥିଲା । ରାତ୍ରି ତମାମ ଗର୍ଭ ଯନ୍ତ୍ରଣାପରେ ମଙ୍ଗଳବାର ସକାଳ 7ଟା ସମୟରେ ପାହାଡ଼ର ଘାଟି ରାସ୍ତାଦେଇ ଖଟିଆରେ ବୋହି ଆଣୁଥିଲେ । ହେଲେ ଜଙ୍ଗଲ ଘାଟି ବାଟରେ ଏକ ନବଜାତ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ପ୍ରମିଳା ମାଝୀ ।

ଦୁଃଖର ବିଷୟ ଆମ୍ବୁଲାନ୍ସକୁ ଖବର ଦେବା ପରେ ମଧ୍ୟ ଆସିଲା ନାହିଁ । ଯାହାଫଳରେ ବାଧ୍ୟ ହୋଇ ପୁଣି ଖଟିଆରେ ବୋହି ନିଜ ଗାଁ ସମାଡପଦରକୁ ବୋହି ନେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

Intro:Body:

sgfff

Conclusion:
Last Updated : Jul 2, 2019, 9:52 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.