ETV Bharat / sports

ରୋନାଲ୍ଡୋଙ୍କ ହୋଟେଲରେ ନିଯୁକ୍ତି ସୁଯୋଗ; ମାସକୁ ଦରମା 23 ଲକ୍ଷ

Cristiano Ronaldo : ପର୍ତ୍ତୁଗାଲର ପ୍ରସିଦ୍ଧ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ହୋଟେଲରେ ନିଯୁକ୍ତି ସୁଯୋଗ । ଜାଣନ୍ତୁ କେମିତି କରିବେ ଆବେଦନ,

author img

By ETV Bharat Sports Team

Published : 3 hours ago

Cristiano Ronaldo
Cristiano Ronaldo (AFP)

ହାଇଦ୍ରାବାଦ : ପର୍ତ୍ତୁଗାଲର ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଦୁନିଆର ସର୍ବାଧିକ ରୋଜଗାର କରୁଥିବା ଆଥଲେଟ୍ ଅଟନ୍ତି । 39 ବର୍ଷୀୟ ରୋନାଲ୍ଡୋ ଅବସର ପରବର୍ତ୍ତୀ ଜୀବନ ପାଇଁ ଯୋଜନା କରୁଛନ୍ତି । ଅବସର ପରେ ଫୁଟବଲ ଖେଳାଳିମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ଜାଣି ରୋନାଲ୍ଡୋ ପେଷ୍ଟାନା ହୋଟେଲ୍ ଗ୍ରୁପ୍ ସହଭାଗିତାରେ ନିଜର ଅନେକ ବ୍ୟବସାୟ ଆରମ୍ଭ କରିଛନ୍ତି ।

ରୋନାଲ୍ଡୋଙ୍କ ହୋଟେଲରେ ନିଯୁକ୍ତି :-

ମାଡ୍ରିଡ, ପଞ୍ଚଲ, ଲିସବନ୍, ମାରାକେଚ ଏବଂ ନ୍ୟୁୟର୍କ ପରି ବିଶ୍ବର ବଡ ବଡ଼ ସହରରେ ରୋନାଲଡୋଙ୍କର 5ଟି ବଡ଼ ବଡ଼ ହୋଟେଲ ଅଛି । ଲା-ସେକ୍ସଟା ରିପୋର୍ଟ ଅନୁଯାୟୀ, ତାଙ୍କର ମାଡ୍ରିଡସ୍ଥିତ ହୋଟେଲରେ ଅନେକ ଭୂମିକାରେ ସକ୍ରିୟ ଭାବରେ କର୍ମଚାରୀ ନିଯୁକ୍ତି ଚାଲିଛି ଏବଂ ପାରିଶ୍ରମିକ ପ୍ୟାକେଜର ଏକ ଅଂଶ ଭାବରେ ଆକର୍ଷଣୀୟ ବେତନ ମଧ୍ୟ ପ୍ରଦାନ କରାଯାଉଛି ।

2015ରେ, ରୋନାଲଡୋ ପେଷ୍ଟାନା ହୋଟେଲ୍ ଗ୍ରୁପ୍ ସହିତ ନିଜର ହୋଟେଲ ନିବେଶ ଆରମ୍ଭ କରିଥିଲେ । ପର୍ତ୍ତୁଗାଲର ମଦୀରାର ନିଜ ସହର ଫଞ୍ଚଲରେ ପ୍ରଥମ ହୋଟେଲ ଲଞ୍ଚ କରିବା ପାଇଁ ସେ ପ୍ରାରମ୍ଭିକ ବିନିଯୋଗ 275.73 କୋଟି (30 ନିୟୁତ ୟୁରୋ)ରୁ ଅଧିକ କରିଥିଲେ । ରୋନାଲ୍ଡୋଙ୍କ ସମସ୍ତ ହୋଟେଲ ଚେନ୍ ବର୍ତ୍ତମାନ ଏହାର କର୍ମଚାରୀମାନଙ୍କୁ ପ୍ରାୟ 22.98 ଲକ୍ଷ ମାସିକ ଦରମା ଏବଂ ବର୍ଷକୁ 50 ଦିନ ଛୁଟି ଦେଉଛି । ସ୍ପେନର ଅନ୍ୟ ହୋଟେଲଗୁଡିକୁ ନଜର ପକାଇଲେ ଏଗୁଡ଼ିକ କର୍ମଚାରୀମାନଙ୍କୁ ପ୍ରାୟ ମାସିକ 50 ହଜାର ଦରମା ଓ ବାର୍ଷିକ 20 ଦିନ ଛୁଟି ଦେଇଥାନ୍ତି । ହେଲେ ରୋନାଲ୍ଡୋଙ୍କ ହୋଟେଲର ଦରମା ଓ ଛୁଟି ଅନ୍ୟ ହୋଟେଲଗୁଡ଼ିକଠାରୁ ବହୁତ ଅଧିକ ।

ଏହି ଭୂମିକାରେ ହେଉଛି ନିଯୁକ୍ତି :-

  • ୱେଟର
  • ପର୍ଯ୍ୟବେକ୍ଷକ
  • ରିସେସ୍ପନିଷ୍ଟ
  • ବାର ସହାୟକ
  • ଜୁନିୟର ୱେଟର

ନିଯୁକ୍ତି ଯୋଗ୍ୟତା :-

  • ଇଂରାଜୀରେ ପାରଦର୍ଶୀ
  • ଅନ୍ୟାନ୍ୟ ବୃତ୍ତିଗତ ଯୋଗ୍ୟତା ହାସଲ କରିଥିବା ଜରୁରୀ

ଦରମା କେତେ ? :-

  • ନୂତନ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଚୁକ୍ତି
  • ଅନ୍ୟ ସ୍ଥାନରେ CR7 ହୋଟେଲ ଯିବାପାଇଁ ରିହାତି ରେଷ୍ଟୁରାଣ୍ଟ ଟିକେଟ
  • £25,000 (27,48,610)ରୁ ଅଧିକା ଦରମା
  • ବାର୍ଷିକ 50 ଦିନ ଛୁଟି
  • ଜନ୍ମଦିନରେ ବୋନସ
  • ସମସ୍ତ ହୋଟେଲ ବାର ଏବଂ ରେଷ୍ଟୁରାଣ୍ଟରେ 25% ରିହାତି
  • ନିଃଶୁଳ୍କ ସ୍ବାସ୍ଥ୍ୟ ବୀମା

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.