ମହାଷ୍ଟମୀରେ ସନ୍ଧି ପୂଜା, ମା'ଙ୍କୁ ଶାଢ଼ୀ ଓ ସିନ୍ଦୁର ଲାଗି କଲେ ସଧବା ନାରୀ
🎬 Watch Now: Feature Video
Published : Oct 11, 2024, 7:47 PM IST
ଭୁବନେଶ୍ବର: ଆଜି ମହାମାୟୀଙ୍କ ପବିତ୍ର ମହାଷ୍ଟମୀ । ସନ୍ଧି ପୂଜା ସହ ଶାଢ଼ୀ ଓ ସିନ୍ଦୁର ପୂଜା କଲେ ସଧବା ନାରୀ । ଜଗତ ଜନନୀ ମା' ଦୁର୍ଗାଙ୍କର ଆଜି ମହାଷ୍ଟମୀ । ଏହି ମହାଷ୍ଟମୀରେ ଭୁବନେଶ୍ୱର ବିଭିନ୍ନ ପୂଜା ମଣ୍ଡପରେ ଦର୍ଶନ ସହ ପୂଜାର୍ଚ୍ଚନା କରୁଛନ୍ତି ଭକ୍ତ । ରାଜଧାନୀର ସମସ୍ତ ପୂଜା ମଣ୍ଡପରେ ପାଇଁ ଭକ୍ତଙ୍କ ଭିଡ ଲାଗିଛି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତମାନେ ଆସି ଦର୍ଶନ ଦେଉଛନ୍ତି ।
ଆଜି ଅଷ୍ଟମୀରେ ସନ୍ଧି ପୂଜା ଥିବାରୁ ଶ୍ରଦ୍ଧାଳୁମାନେ ସନ୍ଧିପୂଜା କରୁଥିବାବେଳେ ସଧବା ନାରୀମାନେ ମା'ଙ୍କୁ ଶାଢ଼ୀ ଓ ସିନ୍ଦୁର ଦେଇ ପୂଜା କରିବାର ପରମ୍ପରା ରହିଛି । ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଥିବା ଦେଖିବାକୁ ମିଳିଛି । ଏହାସହ ମହାଷ୍ଟମୀରେ ମହାମୟୀଙ୍କ ଦର୍ଶନ କରି ଭକ୍ତମାନେ ଖୁସି ବ୍ୟକ୍ତ କରିଛନ୍ତି । ରସୁଲଗଡ ପୂଜା ମଣ୍ଡପରେ ଖୁବ ଧୁମଧାମରେ ପୂଜାର୍ଚ୍ଚନା କରାଯାଇଥିବାବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।
ଇଟିଭି ଭାରତ, ଭୁବନେଶ୍ବର