ETV Bharat / state

ନାହିଁ ପକ୍କା ରାସ୍ତା: ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ଦୁର୍ଗମ ସମାଡପଦର ଗାଁରେ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ରାସ୍ତା ସାରା ଝିପ ଝିପ ବର୍ଷା ଆଉ ଖଟିଆରେ ଜନନୀ ଯନ୍ତ୍ରଣାରେ ଛଟପଟ ମହିଳା ଶେଷରେ ଜଙ୍ଗଲୀ ରାସ୍ତାରେ ପ୍ରସବ କରିଛନ୍ତି । ଏହି ଚିତ୍ର ପୁଣି ଥରେ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ରକୁ ପଦାରେ ପକାଇଛି ।

author img

By

Published : Jul 2, 2019, 3:31 PM IST

ଫଟୋ ସୌଜନ୍ୟ: ପ୍ରତିନିଧି,ନୂଆପଡା

ନୂଆପଡା: ପୁଣି ଚର୍ଚ୍ଚା ପରିସରକୁ ଆସିଲା ଗର୍ଭବତୀ ଖଟିଆରେ ବୁହା ଭଳି ଅଭାବନୀୟ ଦୃଶ୍ୟ । ଦୁର୍ଗମ ସମାଡପଦର ଗାଁରେ ଖଟିଆରେ ବୁହାହେଲେ ଅସନ୍ନ ପ୍ରସବା । ରାସ୍ତା ସାରା ଝିପଝିପ୍‌ ବର୍ଷା ଆଉ ଖଟିଆରେ ଜନନୀ ଯନ୍ତ୍ରଣାରେ ଛଟପଟ ମହିଳା ଶେଷରେ ଜଙ୍ଗଲୀ ରାସ୍ତାରେ ପ୍ରସବ କରିଛନ୍ତି । ଏହି ଚିତ୍ର ପୁଣି ଥରେ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ରକୁ ପଦାରେ ପକାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ନୂଆପଡା

ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ ୯୦ କିଲୋମିଟର ଦୂରତା ଖଡିଆଳ ବ୍ଲକ ଅନ୍ତର୍ଗତ ସମାଡପଦର ଗାଁ । ସହରଠାରୁ ଏତେ ପାଖରେ ଥାଇ ମଧ୍ୟ ଅପହଞ୍ଚ ଇଲାକା ପରି ଗାଁର ଦୃଶ୍ୟ । ରାସ୍ତାଘାଟ ନଥିବା ବେଳେ, ପାନୀୟ ଜଳ ଓ ସ୍ବାସ୍ଥ୍ୟସେବା ଅବସ୍ଥା ଦୟନୀୟ । ଏପରିସ୍ଥଳେ ଘାଟି ପାର ହେଲେ ଜୀବନ ବଞ୍ଚେ ।

ଘଟଣା ହେଉଛି ସୋମବାର ରାତିର । ଗ୍ରାମର ମୁକେଶ ମାଝୀଙ୍କ ସ୍ତ୍ରୀ ପ୍ରମିଳା ମାଝୀଙ୍କ ରାତ୍ରି ୮ ଘଣ୍ଟା ସମୟରୁ ଗର୍ଭ ଯନ୍ତ୍ରଣା ହୋଇଥିଲା । ହେଲେ ଦୁର୍ଗମ ଜଙ୍ଗଲ ପାଦଚଲା ରାସ୍ତା ସାଙ୍ଗକୁ ଝଡି ବର୍ଷା ଦାଉସାଜିଲା । ଚିକିତ୍ସା ପାଇଁ ରାତ୍ରିରେ ପାହାଡ ତଳକୁ ଆଣିବା ସମ୍ଭବପର ହୋଇନଥିଲା । ଭାଗ୍ୟକୁ ଆଦରି ରାତ୍ରିତମାମ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପ୍ରମିଳା ।

ମଙ୍ଗଳବାର ସକାଳୁ ସମ୍ପର୍କୀୟ ମାନେ ଖଟିଆରେ ବୋହି ଦୀର୍ଘ ୪ କିଲୋମିଟର ତଳିଆ ଅଞ୍ଚଳକୁ ଆଣୁଥିଲେ । ଘାଟି ପାର ହେବାପରେ ଝିପି ଝିପି ବର୍ଷା ଖୋଲା ଆକାଶ ତଳେ ନବଜାତ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ପ୍ରମିଳା । ହେଲେ ଆମ୍ବୁଲାନ୍ସ ଆସିନଥିଲା ଦୀର୍ଘ ସମୟ ଅପେକ୍ଷା ପରେ ବାଧ୍ୟହୋଇ ପୁଣି ଖଟିଆରେ ମାଆ ଶିଶୁଙ୍କୁ ପତ୍ରରେ ଢାଙ୍କି ନିଜ ଗାଁ ଫେରାଇ ନେଇଛନ୍ତି ।

ଏହି ଗୋଟିଏ ଘଟଣା ରାଜ୍ୟ ସରକାରଙ୍କ ମୋ ଗାଁ ମୋ ବିକାଶ, ଜନନୀ ସୁରକ୍ଷା ଯୋଜନାକୁ ଉଲଗ୍ନ କରିଦେଇଛି । ପ୍ରସବ ଯନ୍ତ୍ରଣାରେ ଜର୍ଜରିତ ଜନନୀକୁ ଖଟିଆରେ ବୁହାଯିବା ଭଳି ଅଭାବନୀୟ ଦୃଶ୍ୟ ଜିଲ୍ଲା ସମତେ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.