ETV Bharat / state

ଗୁଣି ସନ୍ଦେହରେ ଗାଁରେ ଉତ୍ତେଜନା, ଥାନା ଘେରିଲେ ଲୋକେ - ଖଡିଆଳ ଥାନା

କୁଆଁରି ହାଡ଼ରେ କୁଆଁରୀ ଝିଅଙ୍କୁ ଗୁଣି କରୁଛି ଗୁଣିଆ । ଦେବୀଙ୍କ ପାଖରେ ପକାଇବ ବଳି । ପୂର୍ଣ୍ଣ କରିବ ମନସ୍କାମନା । ଏପରି ଅଭିଯୋଗ ନେଇ ଖଡ଼ିଆଳ ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ଉତ୍ତେଜନା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା
author img

By

Published : Sep 6, 2019, 7:42 PM IST

ନୂଆପଡା: ଖଡିଆଳ ଥାନା ଅନ୍ତର୍ଗତ ସାନଦୋହେଲ ଗ୍ରାମରେ ଉତ୍ତେଜନା । ଗୁଣିଗାରେଡ଼ି ସନ୍ଦେହରେ ଶତାଧିକ ଲୋକେ ଉତକ୍ଷିପ୍ତ ହୋଇ ଖଡିଆଳ ଥାନାକୁ ଘେରାଉ କରିଛନ୍ତି । ଉତକ୍ଷିପ୍ତ ଲୋକଙ୍କୁ ଖଡିଆଳ ପୋଲିସ ବୁଝାସୁଝା କରୁଥିବା ବେଳେ ଉତ୍ତେଜିତ ଏବେ ମଧ୍ୟ ଅମଙ୍ଗ ରହିଛନ୍ତି । ଗ୍ରାମରେ ଅନ୍ଧବିଶ୍ଵାସର ପସରା ଖୋଲିଥିବା ଗୁଣିଆକୁ କଠୋର ଦଣ୍ଡ ଦେବାକୁ ଦାବିକରିଛନ୍ତି ବିକ୍ଷୋଭକାରୀ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ସୂଚନା ଅନୁଯାଇ ସାନଦୋହେଲ ଗାଁର ମୁରଲୀ ଗହିର, ନକୁଳ ଗହିର, ସଦାନନ୍ଦ ଗହିର ଏବଂ ଜଗଦୀଶ ଗହିର ଗୁଣିଗାରେଡି କରୁଥିବା ନେଇ ଗାଁ ଲୋକେ ଅଭିଯୋଗ ଆଣିଛନ୍ତି । କାଉଁରି କଙ୍କାଳ ସାଧନା କରି ଦେବୀର ପ୍ରାଦୁର୍ଭାବରେ ଗାଁର କୁମାରୀ କନ୍ୟା ମାନଙ୍କୁ ଭୁତ ପ୍ରେତ ପେଷଣକରୀ ଘର ଭିତରେ ବଳୀ ଦେବାକୁ ଉଦ୍ୟମ କରୁଥିଲେ ଏହି ୪ ଜଣ ଗୁଣିଆ । ସେହିପରି ଗ୍ରାମର ଗୁରୁବାରୁ ବାଗ, ଦୁର୍ଜନ ବାଗ, ପରକ୍ଷିତ ବାଗ , କୁବେର ବାଗ ଓ ଗୁନ୍ଧର ନାଗକୁ ଏହିଭଳି ବଳୀ ଦେଇଥିବା ଗାଁ ଲୋକେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଏବେପୁଣି କୁମାରୀ ନାଗ, ଦୁଲ୍ଲବି ନାଗ, ବିନୋଦିନୀ ରାଉତ ଭଳି 9ଜଣ ଷୋହଳ ବର୍ଷିଆ ଝିଅଙ୍କୁ ଦେବୀ ପେଷଣ କରି ବଳୀ ଦେବାକୁ ଉଦ୍ୟମ କରୁଥିବା ନେଇ ଥାନାରେ ଆଭିଯୋଗ ଆଣିଛନ୍ତି ବିକ୍ଷୋଭକାରୀ ।

ଗୁଣିଗାରେଡ଼ି ଫଳରେ ଗାଁର ନଅ ଜଣ ଅବିବାହିତା ଝିଅଙ୍କ ଦେହରେ ଦେବୀ ଆବିର୍ଭାବ ହୋଇଥିବା କହିଛନ୍ତି ଗ୍ରାମବାସୀ । ଶୁକ୍ରବାର ଥାନା ଘେରାଉ ସମୟରେ ମଧ୍ୟ ଏହି ଝିଅ ମାନେ ଅସ୍ବଭାବିକ ଆଚରଣ କରୁଥିବା ଦେଖିବାକୁ ମିଳିଥିଲା । ଗୁଣି ଗାରେଡି ଭଳି ଅନ୍ଧବିଶ୍ଵାସ ଘଟଣାକୁ ଗାଁଲୋକେ ଗୁରୁତର ସହ ବିଶ୍ଵାସ କରୁଥିବାବେଳେ ଏହି ଚାରିଜଣ ଗୁଣିଆଙ୍କୁ ଫାଶୀଦଣ୍ଡ ଦେବାକୁ ଦାବି କରିଛନ୍ତି । ଉତ୍ତେଜନା ଅଣାୟତ ହେବାରୁ ଘଟଣାସ୍ଥଳରେ ଖଡିଆଳ ଆଇଆଇସି,ଏସଡ଼ିପିଓ, ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.