ନୂଆପଡା: ଜିଲ୍ଲାର କୋମନା ବ୍ଲକ ପେଣ୍ଡରାବନ୍ଧ ଗ୍ରାମପଞ୍ଚାୟତ ସଭାଗୃହଠାରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୱାର୍କ ଅର୍ଡର ବଣ୍ଟନ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ସରପଞ୍ଚ ଅମରେଶ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ କୋମନା ବ୍ଲକ ଚେୟାରମ୍ୟାନ ମନୋଜ କୁମାର ମିଶ୍ର ଯୋଗ ଦେଇ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ୱାର୍କ ଅର୍ଡର ବଣ୍ଟନ କରିଛନ୍ତି ।
ଚଳିତ 2019-20 ଆର୍ଥିକ ବର୍ଷରେ ପେଣ୍ଡରାବନ୍ଧ ଗ୍ରାମପଞ୍ଚାୟତରେ 186 ଗରିବ ବାସହରା ହିତାଧିକାରୀଙ୍କୁ ସରକାର ଚୟନ କରିଛନ୍ତି । ହିତାଧିକାରୀମାନେ ବାସଗୃହ ପତ୍ର ପାଇ ବେଶ ଖୁସି ଅନୁଭବ କରିଥିବାବେଳେ ସରକାରୀ ଯୋଜନା ଓ ସରକାରଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ