ETV Bharat / state

ଉପାନ୍ତକୁ ଅପହଞ୍ଚ ଯୋଜନା, 15 ବର୍ଷ ଧରି ଜିଉଁଛନ୍ତି ବନବାସୀ ଜୀବନ

author img

By

Published : Nov 28, 2022, 3:35 PM IST

ଯୋଜନାଠୁ ଯୋଜନ ଦୂରରେ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ଫଗନୁ ମାଝୀ । ନା ମିଳିଛି ମୁଣ୍ଡକୁ ଛାତ ନା ମିଳିଛି ସହାୟତା । ଆଜିକୁ 15 ବର୍ଷ ଧରି ଜଙ୍ଗଲରେ ଆଶ୍ରୟ ନେଇଛନ୍ତି ଫଗନୁଙ୍କ ପରିବାର । ଅଧିକ ପଢ଼ନ୍ତୁ

phaganu majhi deprived of government scheme in nuapada
ଉପାନ୍ତକୁ ଅପହଞ୍ଚ ଯୋଜନା, 15 ବର୍ଷ ଧରି ଜିଉଁଛନ୍ତି ବନବାସ ଜୀବନ

ନୂଆପଡା: ଅସହାୟ ଗରିବ ହିତାଧିକାରୀ ମାନଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବା ପାଇଁ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି । ହେଲେ ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ଅପହଞ୍ଚ ସରକାରଙ୍କ ଯୋଜନା । ମୌଳିକ ଅଧିକାର ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ନୂଆପଡା ଜିଲ୍ଲା ଆଦିବାସୀ ବହୁଳ ବୋଡେନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ଫଗନୁ ମାଝୀଙ୍କ ପାଇଁ ସରକାରଙ୍କ ଗ୍ରାମାଞ୍ଚଳର ବିକାଶ ଯୋଜନା ସତେ ଯେପରି ଫେଲ ମାରିଛି । କେନ୍ଦ୍ର ସରକାରଙ୍କ ଆବାସ ଯୋଜନା ହେଉ ଅବା ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର, ଏସବୁଥିରୁ ବଞ୍ଚିତ ଫଗନୁ ।

ଉପାନ୍ତକୁ ଅପହଞ୍ଚ ଯୋଜନା, 15 ବର୍ଷ ଧରି ଜିଉଁଛନ୍ତି ବନବାସୀ ଜୀବନ

ସ୍ତ୍ରୀ ଏବଂ ତିନି ସନ୍ତାନକୁ ନେଇ ଫଗନୁଙ୍କ ପରିବାର । ଘରଦ୍ବାର ନଥିବାରୁ ଜଙ୍ଗଲରେ ବଞ୍ଚିବାର ସଂଗ୍ରାମ କରିଛନ୍ତି ଏହି ଅସହାୟ ପରିବାର । ଆଜିକୁ ଦୀର୍ଘ 15 ବର୍ଷ କାଳ ନିକଟସ୍ଥ ମୁନ୍ଧେବାହେଲି ଜଙ୍ଗଲରେ ସପରିବାର ରହୁଛନ୍ତି । ଜଙ୍ଗଲ ମଝିରେ ବିପଦ ଜନକ ଅବସ୍ଥାରେ ଏକ ଝାଟିମାଟି କୁଡ଼ିଆରେ ଆଶ୍ରୟ ନେଇଛନ୍ତି । ବନ୍ୟ ପ୍ରାଣୀ, ହିଂସ୍ର ଜନ୍ତୁ ଭୟ ଭିତରେ ବୃଦ୍ଧ ଦମ୍ପତି ତିନୋଟି ସନ୍ତାନକୁ ନେଇ ଜୀବିକା ନିର୍ବାହ କରୁଛନ୍ତି । ଭଙ୍ଗା ଦଦରା କୁଡ଼ିଆ ଘର ଯୋଗୁଁ ବିଷଧର ସାପ ଭଳି ସରୀସୃପ ଘରକୁ ପଶି ଆସୁଛନ୍ତି । ବନ୍ୟ ପ୍ରାଣୀ ଓ ହିଂସ୍ର ଜନ୍ତୁଙ୍କ ଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ସନ୍ଧ୍ୟା ହେଲେ କୁଡିଆ ଆଗରେ ନିଆଁ ଜାଳି ରହୁଛନ୍ତି । ଆବାସ ଗୃହ, ବିଜୁ ପକ୍କା ଘର ଏମାନଙ୍କ ପାଇଁ ସାତ ସପନ ପାଲଟିଥିବା ବେଳେ ବୟସର ଅପରାହ୍ନରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ବି ମିଳୁନାହିଁ । ରାସନ କାର୍ଡ ଖଣ୍ଡିକ ଅଛି ହେଲେ ଚାଉଳ ମିଳୁନଥିବା ଫଗନୁ ଅଭିଯୋଗ କରିଛନ୍ତି । ସେହିଭଳି ପାନୀୟ ଜଳ, ବିଦ୍ୟୁତ ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଫଗନୁଙ୍କ ପରିବାର ।

ଫଗନୁ ମାଝୀ ଖଇରା ଗ୍ରାମର ମୂଳ ବାସିନ୍ଦା ଅଟନ୍ତି । ସେଠାରେ ଘର ଡିହ ଖଣ୍ଡିକ ଥିଲା । ହେଲେ ସମ୍ପର୍କୀୟ ବଳ ପ୍ରୟୋଗ କରି ଜମିକୁ ଦଖଲ କରିନେଲେ । ତେଣୁ ଫଗନୁ ବେସାହାରା ହୋଇ ପରିବାର ସହ ଜଙ୍ଗଲରେ ଆସି ଆଶ୍ରୟ ନେଇଛନ୍ତି । ଜଙ୍ଗଲର କନ୍ଦମୂଳ ଖାଇ ଭୋକ ମେଣ୍ଟାଉଥିବାବେଳେ ସ୍ଥାନୀୟ ଲୋକଙ୍କ ଗାଈ ବଳଦ ଚରାଇବା ସହ ଜଗୁଆଳି ଭାବେ କାମକରି ଅତି ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ଫଗନୁଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏନେଇ ବୋଡେନ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ କହିଛନ୍ତି, " ବିଡ଼ିଓଙ୍କ ସହ ଆଲୋଚନା କରି ନିୟମ ଅନୁସାରେ ସରକାରଙ୍କ ସମସ୍ତ ଯୋଜନାରେ ଫଗନୁଙ୍କ ପରିବାରକୁ ସାମିଲ କରାଯିବ ଏବଂ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ। " ତେବେ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଫଗନୁଙ୍କୁ ସହୟତା ଯୋଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.