ETV Bharat / state

ଧାନ ମଣ୍ଡିରେ ଅବ୍ୟବସ୍ଥା, ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କଲେ ବିଧାୟକ

author img

By

Published : Jan 19, 2021, 10:05 PM IST

ନୂଆପଡା ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ପଡିରହିଛି 2 ଲକ୍ଷରୁ ଉର୍ଦ୍ଧ୍ବ ଧାନବସ୍ତା । ଧାନ ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ବିଧାୟକଙ୍କ ଦାବି । ଅଧିକ ପଢନ୍ତୁ...

ଧାନ ମଣ୍ଡିରେ ଅବ୍ୟବସ୍ଥା, ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କଲେ ବିଧାୟକ
ଧାନ ମଣ୍ଡିରେ ଅବ୍ୟବସ୍ଥା, ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କଲେ ବିଧାୟକ

ନୂଆପଡା: ଚଳିତ ଖରିଫ ଧାନ ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ନହେବା କାରଣରୁ ଚାଷୀ ଆନ୍ଦୋଳନ ଦିନକୁ ଦିନ ଦାନା ବାନ୍ଧୁଛି । ନୂଆପଡା ଜିଲ୍ଲାରେ 78 ଗୋଟି ଧାନ ମଣ୍ଡି ଥିବାବେଳେ, 26 ଗୋଟି ପେକ୍ସ ଏବଂ 22 ଗୋଟି ମହିଳା ଏସଏଚଜି ଧାନ କ୍ରୟ କରୁଛନ୍ତି । ବର୍ତ୍ତମାନ ଜିଲ୍ଲାରେ ଧାନକ୍ରୟ ଟାର୍ଗେଟ ପୂରଣ ହୋଇଥିବା ଜିଲ୍ଲା ପ୍ରଶାସନ କହୁଥିବାବେଳେ ବିଭିନ୍ନ ଧାନ ମଣ୍ଡିରେ 2 ଲକ୍ଷରୁ ଉର୍ଦ୍ଧ୍ବ ଧାନବସ୍ତା ପଡିରହିଛି । ଏହି ଧାନ ବିକ୍ରିନେଇ ଚାଷୀ ମନରେ ସନ୍ଦେହ ଜାତ ହୋଇଛି ।

ଏନେଇ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଧାନ ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ପାଇଁ ବିଧାୟକ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି । ବିଧାୟକଙ୍କ ଅଭିଯୋଗକୁ ବିଚାରକରି ବିଭାଗୀୟ ସଚିବ ପର୍ଯ୍ୟାୟ କ୍ରମେ ନୂଆପଡାର ବିଭିନ୍ନ ଧାନ ମଣ୍ଡିରୁ ଚାଷୀଙ୍କ ଧାନ ଉଠିବ ବୋଲି ପ୍ରତିଶୃତି ଦେଥିବା ଖଡ଼ିଆଳ ବିଧାୟକ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.