ETV Bharat / state

ଦୁଇ ଭାଇଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ସାନଭାଇର ଜୀବନ

ନୂଆପଡା ଜିଲ୍ଲା ଖଡ଼ିଆଳ ଭବାନୀପାଟଣା 16 ନମ୍ବର ରାଜ୍ୟ ରାଜପଥ ସାନଦୋହେଲ ଗ୍ରାମ ଛକଠାରେ ସଡକ ଦୁର୍ଘଟଣା । ଜଣେ ମୃତ ଜଣେ ଗୁୁରୁତର । ଅଧିକ ପଢନ୍ତୁ...

author img

By

Published : Nov 11, 2021, 10:07 AM IST

ଅଜଣା ଗାଡି ଧକ୍କାରେ ସାନଭାଇ ମୃତ, ବଡଭାଇ ଗୁରୁତର

ନୂଆପଡା: ଜିଲ୍ଲା ଖଡ଼ିଆଳ ଭବାନୀପାଟଣା 16 ନମ୍ବର ରାଜ୍ୟ ରାଜପଥ ସାନଦୋହେଲ ଗ୍ରାମ ଛକଠାରେ ସଡକ ଦୁର୍ଘଟଣା । ଚାଲିଗଲା ଗୋଟିଏ ଜୀବନ । ଦୁର୍ଘଟଣାରେ ଜଣେ ଗୁରୁତର । ପୋଲିସର ତଦନ୍ତ ଜାରି ।

ସୂଚନାଅନୁସାରେ, ଖଡ଼ିଆଳ ବ୍ଲକ ଲଛିପୁର ଗ୍ରାମର ଗୋବିନ୍ଦ ଦୀପ ଓ ତାଙ୍କ ସାନଭାଇ କୁନାଲ ଦୀପ ମୋଟର ସାଇକେଲ ଯୋଗେ ଖଡ଼ିଆଳ ପଟକୁ ଯାଉଥିଲେ । ହଠାତ ବିପରୀତ ଦିଗରୁ ଏକ ଅଜଣା ଗାଡି ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସାନଭାଇ କୁନାଲ ଦୀପଙ୍କର ମୃତ୍ୟୁ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୋବିନ୍ଦ ଦୀପଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ସେଠାରୁ ଚମ୍ପଟ ମାରିଛି । କେଉଁ ଗାଡି ଧକ୍କା ଦେଇଛି ତାହା ସ୍ପଷ୍ଟ ହୋଇନାହିଁ । ଖବରପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.