ନୂଆପଡା: ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ, ମହାନଗରୀ ପୁଣେ ଠାରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ । ସେମାନଙ୍କ ଘର ନୂଆପଡା ଜ଼ିଲ୍ଲା ବୋଡେନ ବ୍ଲକ ଡ଼ମଝର, କର୍ଲାକୋଟ ଗ୍ରାମ ହୋଇଥିବା ବେଳେ ଆଉ କିଛି ଶ୍ରମିକ ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡିଛି ।
ଲକଡାଉନ କାରଣରୁ ଶ୍ରମିକ ମାନଙ୍କ କାମ ବନ୍ଦ ରହିଛି । ଯଦ୍ବାରା ସେଠାରେ ଫସି ରହିଥିବା ଶ୍ରମିକ ମାନଙ୍କୁ କମ୍ପାନୀ ମାଲିକ କିମ୍ବା ସେଠାକାର ପ୍ରଶାସନ ସହାୟତା ଦେଉନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନୂଆପଡା ଏବଂ ବଲାଙ୍ଗୀର ଜିଲ୍ଳାପାଳଙ୍କୁ ନିବେଦନ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ