ନୂଆପଡା: ମୁମ୍ବାଇରେ ଫସି ରହିଛନ୍ତି ଓଡିଆ ଶ୍ରମିକ । ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ । ନୂଆପଡା ଜିଲ୍ଲା କୋମନା ବ୍ଲକ ଚାନ୍ଦୋପଳା ଗାଁର ଶ୍ରମିକ ମାନେ କାମଧନ୍ଦା ଅନ୍ବେଷଣ ପାଇଁ ସୁଦୂର ମୁମ୍ବାଇ ସହରକୁ ଯାଇଥିଲେ । ହଠାତ୍ ଲକଡାଉନ ଘୋଷଣା ଯୋଗୁଁ କମ୍ପାନୀ କାମ ବନ୍ଦ କରି ଦେଇଥିଲା । ଫଳରେ କାମ କରିବାକୁ ଯାଇଥିବା ଶ୍ରମିକମାନେ ସେଠାରେ ଫସି ରହିଛନ୍ତି ।
ଅପରପକ୍ଷେ କମ୍ପାନୀ କାମ ବନ୍ଦ ଥିବାବେଳେ ସେମାନଙ୍କ ଖାଇବା ରହିବା ସଙ୍କଟ ଦେଖାଦେଇଛି । ଏବେ ଉଦ୍ଧାର ପାଇଁ ସମୂହ ଶ୍ରମିକ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ