ETV Bharat / state

ନୂଆପଡା ପୋଲିସର ମାନବିକତା: ଯାଯାବରଙ୍କୁ ବାଣ୍ଟିଲେ ଖାଦ୍ୟ ଓ ମାସ୍କ

author img

By

Published : Apr 22, 2020, 12:51 AM IST

ଲକଡାଉନ ଯୋଗୁଁ ଫସି ରହିଥିବା ଛତିଶଗଡ ରାଜ୍ୟର ଯାଯାବରଙ୍କୁ ବାଣ୍ଟିଛି ଶୁଖିଲା ଖାଦ୍ୟ । ବିସ୍କୁଟ, ଚିନି, କଦଳୀ, ଚୁଡା, ମାକ୍ସ ବଣ୍ଟନ କରିଛି ପୋଲିସ । ଅଧିକ ପଢନ୍ତୁ...

ନୂଆପଡା ପୋଲିସର ମାନବିକତା: ଯାଯାବରଙ୍କୁ ବାଣ୍ଟିଲେ ଖାଦ୍ୟ ଓ ମାସ୍କ
ନୂଆପଡା ପୋଲିସର ମାନବିକତା: ଯାଯାବରଙ୍କୁ ବାଣ୍ଟିଲେ ଖାଦ୍ୟ ଓ ମାସ୍କ

ନୂଆପଡା: ଲକଡାଉନରେ କଡାକଡି ନିୟମ ପାଳୁଥିବା ପୋଲିସ ଦେଖାଇଛି ମାନବିକତା । ନିକଟରେ କଟକରେ ମହିଳା ସବଇନ୍ସପେକ୍ଟର ଜଣେ ମହିଳାଙ୍କୁ ଖୁଆଇଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଏବେ ନୂଆପଡା କୋମନା ପୋଲିସର ସେବା ମନୋଭାବ ।

ଲକଡାଉନ ଯୋଗୁଁ ଏଠାରେ ଫସି ରହିଥିବା ଛତିଶଗଡ ରାଜ୍ୟର ଯାଯାବରଙ୍କୁ ବାଣ୍ଟିଛି ଶୁଖିଲା ଖାଦ୍ୟ । ବିସ୍କୁଟ, ଚିନି, କଦଳୀ, ଚୁଡା, ମାକ୍ସ ବଣ୍ଟନ କରିଛି ପୋଲିସ । ସେହିପରି ମହିଳାଙ୍କୁ ଦେଇଛି ସାନିଟାଇଜର ପ୍ୟାଡ । ଆଇଆଇସି ନିର୍ମଳ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ବରେ ସବଇନ୍ସପେକ୍ଟର ଜିତେନ୍ଦ୍ର ବିଶ୍ବାଳ, ଗୌରୀ ଯାନୀ ପ୍ରମୁଖ ଉଦ୍ୟାନବନ୍ଧ ନିକଟସ୍ଥ ମହୁଳପଡା ଗାଁକୁ ଯାଇ ଯାଯାବରଙ୍କୁ ସାମଗ୍ରୀ ବଣ୍ଟନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଛତିଶଗଡ ରାଜ୍ୟର 21 ଜଣ ଯାଯାବର ପେଟ ପାଟଣା ପାଇଁ ନୂଆପଡା ଜିଲ୍ଲା ଉଦ୍ୟାନବନ୍ଧ ଅଞ୍ଚଳକୁ ଆସିଥିଲେ । ଲକଡାଉନ କାରଣରୁ ଦୀର୍ଘ ଦିନ ହେଲା ସେଠାରେ ଫସି ରହିଛନ୍ତି ଯାଯାବର । ଯାହାଫଳରେ ମଙ୍ଗଳବାର କୋମନା ଆଇଆଇସିଙ୍କ ନେତୃତ୍ବରେ ତାଙ୍କ ପୋଲିସ କର୍ମଚାରୀ ଏମାନଙ୍କୁ ଶୁଖିଲା ଖାଦ୍ୟ ଦେଇ ମାନବିକତାର ପରିଚୟ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.