ETV Bharat / state

ମହଙ୍ଗା ପଡିଲା ଲକଡାଉନ ନିୟମ ଉଲ୍ଲଂଘନ, 7 ଜୁଆଡିଙ୍କୁ କୋର୍ଟ ଚାଲାଣ - ନୂଆପଡା ଖବର

ଲକଡାଉନ ନିୟମକୁ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଗିଦ କରିଛି ନୂଆପଡା ପୋଲିସ । ହେଲେ ଏସବୁ ବେଖାତିର କରି ଏକାଧିକ ଜୁଆଡି ଜୁଆ ଖେଳରେ ଲିପ୍ତ ରହିଥିଲେ । ଅଧିକ ପଢନ୍ତୁ...

ମହଙ୍ଗା ପଡିଲା ଲକଡାଉନ ନିୟମ ଉଲଙ୍ଘନ, 7 ଜୁଆଡିଙ୍କୁ କୋର୍ଟ ଚାଲାଣ

author img

By

Published : Apr 7, 2020, 9:13 PM IST

Updated : Apr 7, 2020, 9:31 PM IST

ନୂଆପଡା: ମହାମାରୀ କୋଭିଡ-19 ମୁକାବିଲା ପାଇଁ ଜାରି ରହିଛି ଦେଶ ବ୍ୟାପି ଲକଡାଉନ । ଏହସହ ସାମାଜିକ ଦୂରତା, ଘରୁ ପଦାକୁ ନବାହାରିବା, ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାସରେ ହାତ ଧୋଇବା, ମାକ୍ସ ବ୍ୟବହାର କରିବା ନେଇ ନୂଆପଡା ପୋଲିସ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ସେହିପରି ଲକଡାଉନ ନିୟମକୁ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଗିଦ କରିଛି ନୂଆପଡା ପୋଲିସ । ସେପଟେ ଏସବୁ କଟକଣାକୁ ଖାତିରି ନକରି ନୂଆପଡା ଏଲଆଇସି କାର୍ଯ୍ୟାଳୟ ପଛପଟ ଶିବ ମନ୍ଦିର ପାଖରେ ଏକାଧିକ ଜୁଆଡି ଜୁଆ ଖେଳରେ ଲିପ୍ତ ରହିଥିଲେ ।

ନୂଆପଡା ପୋଲିସ ପେଟ୍ରୋଲିଂ ସମୟରେ ଅତର୍କିତ ଚଢ଼ାଉ କରି 7ଜଣ ଜୁଆଡିଙ୍କୁ ଗିରଫ କରିବା ସହ ମୋବାଇଲ, ନଗଦ ଟଙ୍କା, ବାଇକ ଏବଂ ଦେଶୀମଦ ପାଉଚ ଜବତ କରିଛି । ମଙ୍ଗଳବାର ଅଭିଯୁକ୍ତ ଜୁଆଡିଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Apr 7, 2020, 9:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.