ETV Bharat / state

ନୂଆପଡ଼ାରେ ମୋତିର ଚମକ: ମୁକ୍ତାଚାଷ କରି ସ୍ବାବଲମ୍ବୀ ଦିବ୍ୟାଙ୍ଗ ଲଛମନ ନାୟକ

author img

By

Published : Apr 28, 2023, 4:06 PM IST

Updated : Apr 28, 2023, 4:50 PM IST

ଦିବ୍ୟାଙ୍ଗ ହୋଇ ସୁଦ୍ଧା ହାରି ନାହାନ୍ତି ଲଛମନ ନାୟକ । ମୋତି ଯେ ଖାଲି ସମୁଦ୍ରରେ ବିକଶିତ ହୁଏ ତାହାକ ଭୁଲ ପ୍ରମାଣିତ କରିଛନ୍ତି ସେ । ପୋଖରୀରେ ମୁକ୍ତା ଚାଷ କରି ସ୍ବାବଲମ୍ବା ହୋଇଛନ୍ତି ନୂଆପଡି ଜିଲ୍ଲାର ଲଛମନ ନାଏକ । ଅଧିକ ପଢନ୍ତୁ

man doing pearl farming in pond
ସ୍ବାବଲମ୍ବୀ କରିଛି ପୋଖରୀ ମୋଚି ଚାଷ

ସ୍ବାବଲମ୍ବୀ କରିଛି ପୋଖରୀ ମୋତି ଚାଷ

ନୂଆପଡା: ଜିଲ୍ଲା ବୋଡେ଼ନ ବ୍ଲକ ପଲସାମାଲ ଗାଁର ଦିବ୍ୟାଙ୍ଗ ଚାଷୀ ଲଛମନ ନାୟକ । ଦୁଇ ଗୋଡ଼ ହରାଇନ୍ତି ହେଲେ ହାରି ନାହାନ୍ତି । ମନୋବଳ ଆଗରେ ହାରିଛି ଶାରିରୀକ ଅକ୍ଷମତା । ଦିବ୍ୟାଙ୍ଗ ହୋଇ ବି ଦୃଢ ମନୋବଳ ରଖି ଜଣେ ସଫଳ ଚାଷୀ ଭାବେ ପରିଚୟ ହାସଲ କରିଛନ୍ତି ଲଛମନ। ପୋଖରୀରେ ମୋତି ବା ମୁକ୍ତା ଚାଷ କରି ସ୍ବାବଲମ୍ବୀ ହେବା ସହ ଅନେକଙ୍କୁ ରୋଜଗାର ରସ୍ତା ଦେଖାଛନ୍ତି । ମନୋବଳ ଓ ଇଚ୍ଛା ଶକ୍ତି ଥିଲେ ପଙ୍ଗୁ ଯେ ଗିରି ଲଙ୍ଘି ପାରେ ଉକ୍ତିଟିକୁ ସତ କରି ଦେଖାଇଛନ୍ତି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପଲସାମାଲ ଗାଁର ଲଛମନ ନାଏକ ।

ଜିଲ୍ଲା ସଦରମହୁକମାଠାରୁ ଦୀର୍ଘ 105 କିମି ଦୂରରେ ବୋଡେ଼ନ ବ୍ଲକ ଅନ୍ତର୍ଗତ ଛୋଟିଆ ଗାଁ ପଳସାମାଲ। ଏହି ଗାଁର ବାସିନ୍ଦା ଲଛମନ ନାଏକ । ପତ୍ନୀ ଓ 3 ସନ୍ତାନକୁ ନେଇ ତାଙ୍କ ସଂସାର । ମଧୁମେହ ରୋଗରେ ପୀଡିତ ହୋଇ 2017 ମସିହାରେ ଦୁଇ ଗୋଡ ହରାଇଥିଲେ । ପରିବାର ଚଳାଇବା ତାଙ୍କ ପାଇ କଷ୍ଟକର ହୋଇ ପଡିଥିଲା । ମାତ୍ର ସେ ହାରି ନଥିଲେ । ପ୍ରଥମେ ମାଛ ଚାଷ ସହ କୁକୁଡା ଓ ଛେଳି ଚାଷ କରିବା ଆରମ୍ଭ କରିଥିଲେ । ଏହା ପରେ ମୁକ୍ତା ବା ମୋତି ଚାଷ କରିବା ବିଷୟରେ ଚିନ୍ତା କରିଥିଲେ । ଏହି ଚାଷ କିପରି ହୁଏ ସେ ନେଇ ତାଙ୍କ ବନ୍ଧୁଙ୍କଠୁ ସୂଚନା ସଂଗ୍ରହ କରିଥିଲେ । 2022 ମସିହାରେ ବନ୍ଧୁ ଗୟାଧର ମହାନ୍ତିଙ୍କଠାରୁ ପ୍ରେରଣା ପାଇ ଉଭୟେ ମିଶି ମୁକ୍ତା ଚାଷ ଆରମ୍ଭ କରିଥିଲେ । ଯାହାର ଚାହିଦା ବିଦେଶ ବଜାରରେ ଅଧିକ ଥିବା ବେଳେ ପାଖାପାଖି ମୂଳଧନର ତିନି ଗୁଣା ଲାଭ ହୋଇ ପାରୁଛି । ୟୁଟ୍ୟୁବରୁ ମଧ୍ୟ ଚାଷ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ । ସଂଘର୍ଷ ପଥର ପଥିକ ଲଛମନଙ୍କୁ ଯେବେ ସାଥୀ ମିଳିଗଲା ଆଉ ସେ ପଛକୁ ଫେରିନାହାନ୍ତି ।

ପୋଖରୀ ଗଭୀର ପାଣିରେ କିଭଳି ମୁକ୍ତା ଚାଷ କରି ପ୍ରଚୁର ଅର୍ଥ ଉପାର୍ଜନ କରିବେ ସେ କାର୍ଯ୍ୟରେ ଲାଗି ପଡିଲେ । ପ୍ରାୟ ପାଞ୍ଚ ଏକର ବିଶିଷ୍ଟ ପୋଖରୀରେ ମୁକ୍ତା ଚାଷ ଆରମ୍ଭ କରିଛନ୍ତି । ପ୍ରଥମେ ପଶ୍ଚିମ ବଙ୍ଗରୁ ଶାମୁକା ଆଣିଲେ ପରେ ନିଜ ଗାଁ ଆଖ ପାଖ ନଦୀ ନାଳ ପୋଖରୀରୁ ଶାମୁକା ସଂଗ୍ରହ କରିଥିଲେ। ଶାମୁକାକୁ ଛୋଟ ଛୋଟ ଜାଲରେ ଖଞ୍ଜି ପୋଖରୀରେ ଛାଡି ମୁକ୍ତା ଚାଷ ଆରମ୍ଭ କରିଥିଲେ । ହୀରା, ମୋତି ମାଣିକ୍ୟ ସଦୃଶ୍ୟ ମୁକ୍ତା ଏବେ ଶାମୁକା ଭିତରେ ବଢୁଛି । ଏହି ମୂଲ୍ୟବାନ ମୁକ୍ତାଚାଷ ଏବେ ପଶ୍ଚିମ ଓଡ଼ିଶାର ନୂଆପଡା ଜିଲ୍ଲାରେ ଦେଖିବାକୁ ମିଳୁଛି । ମୁକ୍ତା କିଣିବା ପାଇଁ ବିଦେଶୀ କମ୍ପାନୀ ଗୁଡିକ ଯୋଗାଯୋଗ କରୁଛନ୍ତି । ମୂଳ ଅର୍ଥରୁ ୩ ଗୁଣା ଲାଭ ପାଇବେ ବୋଲି ଆଶା ବାନ୍ଧିଛନ୍ତି । ଦିବ୍ୟାଙ୍ଗ ଲଛମନ ନିଜେ ସ୍ବାବଲମ୍ବୀ ହେବା ସହ ଏବେ 7ଗୋଟି ପରିବାରକୁ ରୋଜଗାର ବାଟ କଢାଇଛନ୍ତି । ଏଭଳି ଚାଷକୁ ଦେଖିବା ପାଇଁ ବହୁ ଚାଷୀଙ୍କ ସୁଅ ଛୁଟିବାରେ ଲାଗିଛି । ଦୃଢ ଇଚ୍ଛାଶକ୍ତି ବଳରେ ମୂଲ୍ୟବାନ ମୁକ୍ତା ଚାଷ କରି ଦେଖାଇଛନ୍ତି ଦିବ୍ୟାଙ୍ଗ ଲଛମନ ନାଏକ ।

ଇଟିଭି ଭାରତ, ନୂଆପଡା

Last Updated : Apr 28, 2023, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.