ନୂଆପଡା: ୱେସ୍କୋ ଇଲେକ୍ଟ୍ରି ସଵଷ୍ଟେସନ ଟେକ୍ନିସିଆନ ଓ ହେଲ୍ପର ନିଯୁକ୍ତିରେ ବ୍ୟାପକ ଅନିୟମିତତା ନେଇ ଆମରଣର ଅନଶନରେ ବସିଛନ୍ତି ଅଭିଯୋଗକାରୀ । ଆଜିକୁ 5 ଦିନ ହୋଇଥିବା ବେଳେ 4 ଜଣ ଆମରଣ ଅନଶନକାରୀଙ୍କ ମଧ୍ୟରୁ ଶେଖର ମେହେର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆଜି ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଅପରପକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ଆମରଣ ଅନଶନକାରୀଙ୍କ ଟେଣ୍ଟକୁ ପୋଲିସ ଖୋଲି ନେଇଥିବା ଅନଶନକାରୀ ଅଭିଯୋଗ କରିଛନ୍ତି । ପ୍ରଶାସନ ବେଆଇନ ନିଯୁକ୍ତି ପ୍ରକ୍ରିୟାକୁ ଘଣ୍ଟ ଘୋଡାଉଥିବା ବେଳେ ନ୍ୟାୟ ମିଳିବା ଯାଏଁ ଭୁକ ହର୍ତାଲ ଜାରୀରହିବ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନାଯୋଗ୍ୟ, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚଲନା ,ଟିମନପୁର ଏବଂ ବୋଡେ଼ନ ବ୍ଲକ ରୋକାଲ ସ୍ଥିତ ନବ ନିର୍ମିତ ୱେସ୍କୋ ଇଲେକ୍ଟ୍ରି ସଵଷ୍ଟେସନ ଟେକ୍ନିସିଆନ, ହେଲ୍ପର ନିଯୁକ୍ତି ରେ ବ୍ୟାପକ ଅନିୟମିତତା ଅଭିଯୋଗ କରିଥିଲେ ଅଭିଯୋଗକାରୀ । ସଵଷ୍ଟେସନରେ ବ୍ଲକ ଅଞ୍ଚଳରେ ଯୋଗ୍ୟ ଆବେଦନକାରୀ ଯୁବକଙ୍କୁ ନିଯୁକ୍ତି ନଦେଇ ଅନ୍ୟତ୍ର ବ୍ଲକ ଯୁବକ ମାନଙ୍କୁ ନିଯୁକ୍ତି ଦେଇଥିବା ବିଷୟକୁ ବିରୋଧ କରିଛନ୍ତି ଅନସନକାରୀ ।
ଏନେଇ ଏମାନେ ଗତ ଜୁଲାଇ ମାସ 21 ତାରିଖରୁ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । 15 ଦିନ ଗଣଧାରଣା ପରେ କୌଣସି ସୁଫଳ ନ ମିଳିବା କାରଣରୁ ଚଳିତ ମାସ 5 ତାରିଖ ଠାରୁ ନଖାଇ ନପିଇ ଆମରଣ ଅନଶନରେ ବସିଛନ୍ତି ଅଭିଯୋଗକାରୀ । ଆମରଣ ଅନଶନରେ ସିନାପାଲି ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର, ଶେଖର ମେହେର, କାନ୍ତ ମାଝି ଏବଂ ଧନସିଂ ମାଝୀ ଦୀର୍ଘ 5 ଦିନ ହେବ ଆମରଣ ଅନଶନରେ ବସିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ