ETV Bharat / state

ଗୁମୁରି କାନ୍ଦୁଛି ଛତିଶଗଡ଼ ସୀମାନ୍ତ କସେଇପାଣି ଗାଁ; 65ବର୍ଷର ଅପେକ୍ଷା, ସରକାରୀ ଯୋଜନାଠୁ ଦୂରରେ 70ପରିବାର

author img

By

Published : May 26, 2023, 3:57 PM IST

ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ କସେଇପାଣି ଗାଁ ଲୋକଙ୍କୁ ମିଳିପାରିନାହିଁ ମୌଳିକ ଅଧିକାର । ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ, ବିଜୁଳି ଓ ପାଣି ସବୁକିଛି ଏଠିକାର ଲୋକଙ୍କ ପାଇଁ ଅପହଞ୍ଚ ହୋଇପଡିଛି । ଅଧିକ ପଢନ୍ତୁ

village far away from government scheme
କସେଇପାଣି ଗାଁରେ ବାଟବଣା ବିକାଶ

କସେଇପାଣି ଗାଁରେ ବାଟବଣା ବିକାଶ

ନୂଆପଡା: ବିକାଶ ଲୋକଙ୍କ ପାଇଁ । ଜନତାଙ୍କ ଜୀବନଙ୍କୁ ସହଜ କରିବାକୁ ସରକାର ମାଳମାଳ ଯୋଜନା କରୁଛନ୍ତି । ହେଲେ କଣ ଏହାର ପ୍ରକୃତ କାର୍ଯ୍ୟକ୍ଷମ ହୋଇ ପାରୁଛି । କଣ ବାସ୍ତବରେ ଲୋକ ସରକାରୀ ଯୋଜନାରୁ ଉପକୃତ ହେଉଛନ୍ତି । କଣ ଲୋକଙ୍କୁ ସେମାନଙ୍କ ମୌଳିକ ଅଧିକାର ମିଳିଛି । ଆଜି ବି ଅନେକ ଲୋକ ଶିକ୍ଷା ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ । ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ କସେଇପାଣି ଗାଁ ଲୋକଙ୍କୁ ମିଳିପାରିନାହିଁ ମୌଳିକ ଅଧିକାର । ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ, ବିଜୁଳି ଓ ପାଣି ସବୁକିଛି ଅବ୍ୟବସ୍ଥିତ ।

ନୂଆପଡା ସଦର ମହୁକମା ଠାରୁ 120 କିଲୋମିଟର ଦୂର ଛତିଶଗଡ଼ ସୀମାନ୍ତ ସିନାପାଲି ବ୍ଳକ କସେଇପାଣି ଗାଁର ଅଟିପଡ଼ା ଦରଲୀପଡ଼ା, ମୁନ୍ଧେବାହେଲି 3ଟି ପଡା ରହିଛି । ଏଠାରେ ପାଖାପାଖି 70 ଗୋଟି ଆଦିବାସୀ ପରିବାର ବାସ କରନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୀର୍ଘ 65 ବର୍ଷକାଳ ହେବ ଏଠାରେ ବାସ କରିଛନ୍ତି । ହେଲେ ସରକାରଙ୍କ ଜନକଲ୍ୟାଣ ଯୋଜନାଠୁ ଏମାନେ ଯୋଜନ ଦୂରରେ। ବିଶୁଦ୍ଧ ପାନୀୟ ଜଳ ସଙ୍କଟ ଦେଖା ଦେଇଛି । ଗାଁକୁ ଯାତାୟତ କରିବାପାଇଁ ଭଲ ରାସ୍ତା ନାହିଁ । ପ୍ରାଥମିକ ବିଦ୍ୟାଳୟ କିମ୍ବା ଅଙ୍ଗନୱାଡି କେନ୍ଦ୍ର ବି ନାହିଁ । ବିଜୁଳି ଖୁଣ୍ଟ ତାର ଲାଗିଛି ହେଲେ ଦୀର୍ଘ ଏକ ବର୍ଷ ହେବ ଆଲୁଅ ନାହିଁ । ଏଭଳି ଏକାଧିକ ମୌଳିକ ଅଧିକାରରୁ ବଞ୍ଚିତ କସେଇପାଣି ଗାଁ ଏହି 3 ପଡା ଲୋକ । ସମସ୍ୟା ନେଇ ସ୍ଥାନୀୟ କୁସୁମଜୋର ସରପଞ୍ଚଙ୍କୁ ଜଣାଇଛନ୍ତି ଲୋକେ , ହେଲେ ଗାଁ ଲୋକଙ୍କୁ ସମସ୍ୟା ପ୍ରତି ସରପଞ୍ଚ ବାବୁଙ୍କ ଟିକେ ହେଲେ ନଜର ନାହିଁ ।

ସରକାର ଗ୍ରାମାଞ୍ଚଳ ଲୋକଙ୍କ ବିକାଶ କରୁଥିବା ଡିଣ୍ଡିମ ଦେଉଥିବାବେଳେ, ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ ଗାଁ ପ୍ରତି ଚରମ ଅବହେଳା କରାଯାଇଥିବା ଦେଖିବାକୁ ମିଳିଛି । ସୀମାବର୍ତ୍ତୀ ଗାଁଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ ଯୋଜନା । ବାଟବଣା ହେଉଛି ଜନକଲ୍ୟାଣ ଯୋଜନା । ଯାହାକି କସେଇପାଣି ଗାଁ ଅଟିପଡ଼ା, ଦରଲୀପଡ଼ା, ମୁନ୍ଧେବାହେଲି ପଡାକୁ ସ୍ପଷ୍ଟ ବାରି ହୋଇ ପଡୁଛି । ପୂର୍ବରୁ ପ୍ରାଥମିକ ବିଦ୍ୟାଳୟ ଥିଲା ହେଲେ କୌଣସି କାରଣବଶତଃ ସରକାର ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି । ପିଇବା ପାଣି କହିଲେ ଫ୍ଲୋରାଇଟ ମିଶ୍ରିତ ନଳକୂପ ପାଣି ଉପରେ ଭରସା କରୁଛନ୍ତି । ସ୍ବାସ୍ଥ୍ୟ ଓ ଯାତାୟତ ସମସ୍ୟା ନ କହିବା ଭଲ ।

ଗାଁ ସମସ୍ୟା ନେଇ ଆମେ ସିନାପାଲି ବିଡ଼ିଓଙ୍କ ସହିତ ଆଲୋଚନା କରିଥିଲେ ଆମ ପ୍ରତିନିଧି । ସୀମାନ୍ତ ସମସ୍ୟା ପ୍ରତି ନୂଆପଡା ଜିଲ୍ଲାପାଳଙ୍କୁ ଜଣାଇ ନିୟମ ଅନୁସାରେ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ସିନାପାଲି ବିଡ଼ିଓ କହିଛନ୍ତି । ସ୍ବାଧୀନତାକୁ ଏତେ ବର୍ଷ ବିତିଥିଲେ ସୁଦ୍ଧା ଏ 3ଟି ପଡାବାସୀଙ୍କ ସମସ୍ୟା କହିଲେ ନ ସରେ । କେବେ ଏମାନଙ୍କ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.