ନୂଆପଡା: ଜିଲ୍ଲା କୋମନା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆପଡା ଜିଲ୍ଲା ବିଜେଡି ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
କୋମନା ବ୍ଲକ ମହୁଲମୁଣ୍ଡା ଗାଁରେ ବିଜୁଜନତା ଦଳ କୋମନା ବ୍ଲକ ସଭାପତି କ୍ଷମା ସିଂ ନିଆଲ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର ଯୋଗ ଦେଇଛନ୍ତି । ବିଜୁ ଜନତାଦଳ କୋମନା ବ୍ଲକ ଓ ଗ୍ରାମପଞ୍ଚାୟତସ୍ତରୀୟ ନେତୃମଣ୍ଡଳୀଙ୍କୁ ପୁଷ୍ପ ମାଲ୍ୟଦେଇ ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର ସ୍ବାଗତ କରିଥିଲେ ।
ଜିଲ୍ଲା ବିଜେଡି ସଭାପତି ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକାଭିମୁଖୀ କରିବାକୁ ଆହ୍ବାନ ଦେଇଛନ୍ତି । ଆଗାମୀ ଦିନରେ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ସଂକଳ୍ପ ନେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ