ETV Bharat / state

ଆବଶ୍ୟକ ନଥିଲେ ଛତିଶଗଡ ଯାଆନ୍ତୁନି: ନୂଆପଡା ଜିଲ୍ଲାପାଳ - କୋଭିଡ ନିୟମ ପାଳନ

କୋଭିଡ ନିୟମକୁ କଡାକଡି ପାଳନ କରିବା ପାଇଁ ନୂଆପଡା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ, କୋଭିଡ ନିୟମ ପାଳନ ପାଇଁ ଦେଲେ ନିର୍ଦ୍ଦେଶ

author img

By

Published : Apr 8, 2021, 7:47 AM IST

ନୂଆପଡ଼ା: ରାଜ୍ୟରେ ଗତ କିଛି ଦିନ ଧରି କୋରୋନା ସଂକ୍ରମଣ କ୍ଷିପ୍ର ଗତିରେ ବଢିବାରେ ଲାଗିଛି । ତେବେ ନୂଆପଡ଼ା ଜିଲ୍ଲାରେ ମଧ୍ୟ କୋରୋନାର ଦ୍ବିତୀୟ ଲହରୀକୁ ଦେଖି ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ କୋଭିଡ ନିୟମକୁ କଡାକଡି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିଲାଗି ଜିଲ୍ଲାପାଳ ସ୍ବଧା ଦେବ ସିଂ ସାମ୍ବାଦିକ ସମ୍ମିଳନୀରେ କୋଭିଡ ନିୟମ ପାଳନ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ, କୋଭିଡ ନିୟମ ପାଳନ ପାଇଁ ଦେଲେ ନିର୍ଦ୍ଦେଶ

ଜିଲ୍ଲାର ଖଡ଼ିଆଳ, ବୋଡେ଼ନ, ସିନାପାଲି, କୋମନା, ନୂଆପଡା ବ୍ଲକ ଅଞ୍ଚଳରେ ଦିନକୁ ଦିନ କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ ରାତ୍ରି 10 ଟାରୁ ଭୋର 5ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରଖିଛି । ଏହାସହିତ ଜିଲ୍ଲାରେ ସଂକ୍ରମଣର ଭୟଙ୍କର ସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ସଠିକ ଭାବେ କୋଭିଡ ନିୟମ ପାଳନ କରିବା ପାଇଁ ସଚେତନ କରାଇଛନ୍ତି ।

ଆବଶ୍ୟକ ନ ଥିଲେ ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ନ ଯିବା ପାଇଁ ସେ ବାରଣ କରିଛନ୍ତି । ଏହାସହିତ ବିବାହ ଉତ୍ସବରେ ଓ ଶୁଦ୍ଧିକ୍ରିୟାରେ ଅତିବେଶୀରେ ଯଥାକ୍ରମେ 100 ଓ 50 ଜଣଙ୍କୁ ସାମିଲ କରିବା ପାଇଁ କୁହାଯାଇଛି । ଏପ୍ରିଲ ମାସରେ କୋଭିଡର ସମସ୍ତ ନିୟମ ସଠିକ ଭାବେ ପାଳନ କଲେ ଜିଲ୍ଲାରେ ସଂକ୍ରମଣକୁ ରୋକାଯାଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.