ETV Bharat / state

ସାଂସଦ ବସନ୍ତ ପଣ୍ଡାଙ୍କୁ ନିନ୍ଦା କଲେ ବିଜେଡି ସଭାପତି

କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଅଶାଳୀନ ଅସଭ୍ୟ ଭାଷାରେ ଗାଳି କରିବା ଅଭିଯୋଗ ଆଣି ଜିଲ୍ଲା ବିଜୁ ଜନତା ଦଳ ସଭାପତି ମନୋଜ ମିଶ୍ର ଗଣମାଧ୍ୟମ ଆଗରେ ନିନ୍ଦା ପ୍ରକାଶ କରିଛନ୍ତି ।

author img

By

Published : Mar 24, 2020, 7:41 AM IST

Nuapada Biju Janata Dal president condemned MP Basanta Panda
ସାଂସଦ ବସନ୍ତ ପଣ୍ଡାଙ୍କୁ ନିନ୍ଦା କଲେ ନୂଆପଡା ବିଜୁ ଜନତା ଦଳ ସଭାପତି

ନୂଆପଡା: ଜିଲ୍ଲା ବିଜୁ ଜନତା ଦଳ ସଭାପତି ମନୋଜ କୁମାର ମିଶ୍ର କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ବିରୁଦ୍ଧରେ ସୋମବାର ଗଣମାଧ୍ୟମ ଆଗରେ ନିନ୍ଦା ପ୍ରକାଶ କରିଛନ୍ତି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଅଶାଳୀନ ଅସଭ୍ୟ ଭାଷାରେ ଗାଳିକରିବା ସେ ଅଭିଯୋଗ ଆଣିଛନ୍ତି । ଯାହାକି ଜଣେ ସାଂସଦଙ୍କ ମୁହଁରୁ ଶୋଭାପାଉନାହିଁ ବୋଲି ନୂଆପଡା ବିଜୁ ଜନତା ଦଳ ସଭାପତି ମନୋଜ କୁମାର ମିଶ୍ର କହିଛନ୍ତି ।

ମହାମାରୀ କୋରୋନା ଭାଇରସକୁ ରୋକିବା ପାଇଁ ଗତ 21ତାରିଖ ଶନିବାର ଦିନ ନୂଆପଡା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ନୂଆପଡା ଜିଲ୍ଳାପାଳ ମଧୁସ୍ମିତା ସାହୁ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ସମେତ ପରିଷଦର ସଭ୍ୟାସଭ୍ୟ, ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ସମୟରେ ବୈଠକରେ ଧାନ କିଣାବିକା ବିଷୟ ଉପରେ ଆଲୋଚନା ହେଉଥିଲା । ଏହାପରେ ବିଧାୟକ ଏବଂ ସାଂସଦଙ୍କ ମଧ୍ୟରେ କଥା କଟାକଟି ଆରୋପ ପ୍ରତ୍ୟାରୋପ ହୋଇଥିଲା । ସଭାର ଗାରିମାକୁ କ୍ଷୁଣ୍ଣକରି ସଭା ମଧ୍ୟରେ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାର ପ୍ରତିବାଦରେ ନୂଆପଡା ବିଜୁ ଜନତା ଦଳ ସଭାପତି ମନୋଜ କୁମାର ମିଶ୍ର,ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନମିତା ପ୍ରଧାନ ସୋମବାର ଗଣମାଧ୍ୟମ ଆଗରେ ନିନ୍ଦା ପ୍ରକାଶ କରିଛନ୍ତି । ସାଂସଦ ପୁନଃ ଏପରି ଆଚରଣ ଦେଖାଇଲେ ଆଗାମୀ ଦିନରେ ଦୃଢ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.