ETV Bharat / state

କିରୋସିନି ହଡପ ଅଭିଯୋଗ ଆଣିଲେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ

author img

By

Published : Jul 23, 2020, 10:50 PM IST

ବୋଡେନ ବ୍ଲକରେ କିରୋସିନି ହଡପ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । କିରୋସିନି ଘୋଟାଲା ସମ୍ପର୍କରେ ଅବଗତ କରିବାପାଇଁ ଗୁରୁବାର ବୋଡେନ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ ଏବଂ ବ୍ଲକ ଯୋଗାଣ ଅଧିକାରୀ ମୋହିତ ଭୋଇଙ୍କୁ ଜଣାଇଛନ୍ତି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକରିଛନ୍ତି ଖଡ଼ିଆଳ ବିଧାୟକ । ଅଧିକ ପଢନ୍ତୁ...

http://10.10.50.80//odisha/23-July-2020/od-npd-kirosinihadap-avb-od10016_23072020194219_2307f_02955_658.jpg
କିରୋସିନି ହଡପ ଅଭିଯୋଗ ଆଣିଲେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ://10.10.50.80//odisha/23-July-2020/od-npd-kirosinihadap-avb-od10016_23072020194219_2307f_02955_658.jpg

ନୂଆପଡା: ବୋଡେନ ବ୍ଲକରେ କିରୋସିନି ହଡପ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । କିରୋସିନି ଘୋଟାଲା ସମ୍ପର୍କରେ ଅବଗତ କରିବାପାଇଁ ଗୁରୁବାର ବୋଡେନ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ ଏବଂ ବ୍ଲକ ଯୋଗାଣ ଅଧିକାରୀ ମୋହିତ ଭୋଇଙ୍କୁ ଜଣାଇଛନ୍ତି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକରିଛନ୍ତି ଖଡ଼ିଆଳ ବିଧାୟକ । ନଚେତ ଆଗାମୀ ଦିନରେ ଘଟଣାକୁ ବିଧାନସଭା ପ୍ରଶ୍ନ ଉତ୍ତର କାଳରେ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି ।

କିରୋସିନି ହଡପ ଅଭିଯୋଗ ଆଣିଲେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ

ସୂଚନା ଅନୁସାରେ, ଆଦିବାସୀ ବହୁଳ ବୋଡେନ ବ୍ଲକ କରଙ୍ଗାମାଲ ଗ୍ରାମପଂଚାୟତରେ ଗତ 2019 ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ହିତାଧିକାରୀ ମାନଙ୍କୁ କିରୋସିନି ବଣ୍ଟନ କରାଯାଇଛି । ପରେ 2020 ମସିହା ଜୁଲାଇ ମାସରେ ପୁଣି କିରୋସିନି ବଣ୍ଟନ କରାଯାଇଛି । 2019 ଜୁଲାଇରୁ 2020 ଜୁଲାଇ ମାସ ବାକିତକ ମଝିରେ ମାସମାସ ଧରି ହିତାଧିକାରୀ କିରୋସିନି ପାଇନାହାନ୍ତି ବୋଲି ବିଧାୟକ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ କିରୋସିନି ଡ଼ିଲର କହୁଛନ୍ତି ପ୍ରତିମାସର ଡିପୋରୁ କିରୋସିନି ଦେଇଛନ୍ତି । ବ୍ଲକ ଯୋଗାଣ ଅଧିକାରୀ ମଧ୍ୟ କହୁଛନ୍ତି କିରୋସିନି ଗ୍ରାମପଂଚାୟତ ନେଇଛି । ଯୋଗାଣ ସହାୟକ ମଧ୍ୟ କହୁଛନ୍ତି କିରୋସିନି ନେଇ ବାଣ୍ଟିଛନ୍ତି । ଦୁର୍ଭାଗ୍ୟର ବିଷୟ ହିତାଧିକାରୀ କିରୋସିନି ପାଇନାହାଁନ୍ତି । ତେବେ ହଜାର ହଜାର ଲିଟର କିରୋସିନି ଗଲା କୁଆଡେ । ଅପରପକ୍ଷେ ଘଟଣାର ତଦନ୍ତପରେ ସତ୍ୟାସତ୍ୟ ଜଣାପଡିବ ବୋଲି ବୋଡେନ ବିଡିଓ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.