ETV Bharat / state

ନୂଆପଡାରେ ବିଜେଡି ଜନସମ୍ପର୍କ ପଦଯାତ୍ରା, ସାମିଲ ହେଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

author img

By

Published : Oct 3, 2022, 8:33 AM IST

ଗାନ୍ଧୀ ଜୟନ୍ତୀରେ ନୂଆପଡ଼ାରେ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ଏହି ପଦଯାତ୍ରାର ପ୍ରଥମ ଦିନରେ ଯୋଜନା ସଂଯୋଜକ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସାମିଲ ହୋଇଥିଲେ । ଅଧିକ ପଢ଼ନ୍ତୁ

ବିଜେଡି ଆରମ୍ଭ କଲା ଜନସମ୍ପର୍କ ପଦଯାତ୍ରା, ସାମିଲ ହେଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ନୂଆପଡ଼ା: ଗାନ୍ଧୀ ଜୟନ୍ତୀରେ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ନୂଆପଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜନସମ୍ପର୍କ ପଦଯାତ୍ରା ମଧ୍ୟ ଆରମ୍ଭ ହୋଇଛି ।

ବିଜେଡି ଆରମ୍ଭ କଲା ଜନସମ୍ପର୍କ ପଦଯାତ୍ରା, ସାମିଲ ହେଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ(

ବିଜେଡିର ଏହି ହାଇଭୋଲ୍‌ଟେଜ୍‌ ପଦଯାତ୍ରା ପୂର୍ବରୁ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା । ରାଜ୍ୟ ସରକାରଙ୍କ ସଫଳତା ସହ କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଦଳ । ତେବେ ଗାନ୍ଧୀ ଜୟନ୍ତୀରୁ ଏହି ପଦଯାତ୍ରା ଆରମ୍ଭ କରିବାକୁ ଦଳ ପୂର୍ବ ପ୍ରସ୍ତୁତି କରିଥିବାବେଳେ, ନୂଆପଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲା ସଦର ମହକୁମା ସ୍ଥିତ ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇଛି ।

ଏହି ପଦ ଯାତ୍ରା ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଚାଲିବ । ଏହି କ୍ରମରେ ବିଜେଡିର ନେତା, ମନ୍ତ୍ରୀ, କର୍ମୀ ସମସ୍ତେ ଜିଲ୍ଲାର ବିଭିନ୍ନ ଗାଁକୁ ଯାଇ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର କରିବେ । ଏହା ବ୍ୟତୀତ ଗାନ୍ଧୀଜୀଙ୍କ ସ୍ବରାଜ ସ୍ବପ୍ନ ଏବଂ ସ୍ବର୍ଗୀୟ ବିଜୁ ବାବୁଙ୍କ ସ୍ବପ୍ନ ପୂରଣ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପଦଯାତ୍ରା ଆରମ୍ଭ ହୋଇଥିବା ନେତାଏ ପ୍ରକାଶ କରିଛନ୍ତି । ପଦଯାତ୍ରା ଉଦଯାପନୀ ଦିନ ମେଗା ରକ୍ତଦାନ ଶିବିର ଆୟୋଜନ କରି ପାଞ୍ଚ ଶହ ୟୁନିଟ ରକ୍ତ ସଂଗ୍ରହ କରାଯିବା ନେଇ ସଂକଳ୍ପ ନେଇଛି ନୂଆପଡା ବିଜେଡି ଦଳ ।

ତେବେ ଏହି ପଦଯାତ୍ରାର ପ୍ରଥମ ଦିନରେ ଯୋଜନା ସଂଯୋଜକ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସାମିଲ ହୋଇଥିଲେ । ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ବିଜେଡ଼ି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ବିଜେଡ଼ି ମହିଳା ଓ ଛାତ୍ର ଦଳ ସାମିଲ ହୋଇଥିଲେ ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.