ETV Bharat / state

ନୂଆପଡା ଓ ମାଲକାନଗିରିରେ ମାଓ କ୍ୟାମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଛତିଶଗଡ଼ ସୀମାନ୍ତ ସିନାପାଲିରେ ମାଓ କ୍ୟାମ୍ପ ଠାବ ହୋଇଥିବାବେଳେ ମାଲକାନଗିରିରେ ମଧ୍ୟ ମାଓ କ୍ୟାମ୍ପ ଠାବ ହୋଇଛି। ଏହାସହ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ମାଓ ଦମନ ନେଇ ପୋଲିସ ପକ୍ଷରୁ ଅପରେସନ ଜୋରଦାର କରାଯାଇଛି।

author img

By

Published : Jul 1, 2023, 10:54 PM IST

ନୂଆପଡା ଓ ମାଲକାନଗିରିରେ ମାଓ କ୍ୟାମ୍ପ
ନୂଆପଡା ଓ ମାଲକାନଗିରିରେ ମାଓ କ୍ୟାମ୍ପ
ନୂଆପଡା ଓ ମାଲକାନଗିରିରେ ମାଓ କ୍ୟାମ୍ପ

ନୂଆପଡ଼ା/ମାଲକାନଗିରି : ଛତିଶଗଡ଼ ସୀମାନ୍ତ ସିନାପାଲି ଥାନା ଅନ୍ତର୍ଗତ ଝୋଲାପଡା ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । SOG,DVF, CRPF ଯବାନଙ୍କ ମିଳିତ କୁମ୍ବିଂ ଅପରେସନ ବେଳେ ମାଓକ୍ୟାମ୍ପ ଠାବ ହୋଇଛି । ସ୍ଥାନୀୟ ଅଞ୍ଚଳରେ ମାଓବାଦୀମାନେ କିଛି ବଡ ଧରଣର କାଣ୍ଡ ଘଟାଇବା ପୂର୍ବରୁ ମାଓ କ୍ୟାମ୍ପକୁ ଦଖଲ କରିଛନ୍ତି ଯବାନ । ଗୋଟିଏ ପଟେ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଥିବାବେଳେ, ଅନ୍ୟପଟେ ଚତୁରତାର ସହିତ କ୍ୟାମ୍ପ ଛାଡି ଛତ୍ର ଭଙ୍ଗ କରିଛନ୍ତି ମାଓବାଦୀ । ତେବେ ମାଓ କ୍ୟାମ୍ପରେ ମେନପୁର ନୂଆପଡା ଡିଭିଜନ ମାଓ ସଂଗଠନର 20 ରୁ 25 ଜଣ ହାର୍ଡକୋର ମାଓବାଦୀ ଥିବା ଜଣାପଡ଼ିଛି। ଏହା ସହିତ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଛି । ଏନେଇ ଶନିବାର ନୂଆପଡା ଆରକ୍ଷୀ ଅଧିକ୍ଷକ ଜି.ରାଘବେନ୍ଦ୍ର ରେଡ୍ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ଜୁନ ମାସ 27 ତାରିଖ ଦିନ ଛତିଶଗଡ଼ ସୀମାନ୍ତ ନୂଆପଡା ଜ଼ୀଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଝୋଲାପଡା ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଥିବା ନୂଆପଡା ପୋଲିସକୁ ସୂଚନା ମିଳିଥିଲା । ଯାହାକୁ ନେଇ ନୂଆପଡା ଆରକ୍ଷୀ ଅଧିକ୍ଷକ ଜି. ରାଘବେନ୍ଦ୍ର ରେଡ୍ଡିଙ୍କ ନିର୍ଦ୍ଦେଶକ୍ରମେ SOG, DVF CRPF ଯବାନ ମିଳିତ ଭାବେ କୁମ୍ବିଂ ଅପରେସନ କରିଥିଲେ। ତେବେ ଜୁନ ମାସ 27 ତାରିଖ ଦିନ ଏହି ଅପରେସନ ଆରମ୍ଭ ହୋଇଥିଲା । ଏହାପରେ 29 ତାରିଖ ଦିନ ଝୋଲାପଡା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ପୁଣି ଥରେ ଖବର ପାଇବା ପରେ SOG, DVF ଏବଂ CRPFର ମିଳିତ ଅପରେସନକୁ ଜୋରଦାର କରାଯାଇଥିଲା ।

ସେପଟେ ଯବାନଙ୍କ କୁମ୍ବିଂ ଅପରେସନ ସମ୍ପର୍କରେ ଖବର ପାଇ ମାଓବାଦୀ ଚତୁରତାର ସହିତ କ୍ୟାମ୍ପ ଛାଡି ଛାତ୍ରଭଙ୍ଗ ଦେଇଛନ୍ତି । ତେବେ କ୍ୟାମ୍ପରୁ ରାସନ ସାମଗ୍ରୀ, ହ୍ୟାଣ୍ଡ ଗ୍ରାନାଇଟ, ରେଡ଼ିଓ, ମାଓ ପୁସ୍ତିକା, ମାଓ ପୋଷାକ ଭଳି ବହୁମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଛି । ତେବେ ନୂଆପଡାରେ ବହୁଦିନର ବ୍ୟବଧାନ ପରେ ମାଓବାଦୀ ଉପସ୍ଥିତି ଜାହିର କରିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

ସେପଟେ ମାଲକାନଗିରି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ସ୍ୱାଭିମାନ ଅଞ୍ଚଳର ଡବୁଗୁଡା ଜଙ୍ଗଲରେ BSF ଓ ଜିଲ୍ଲା ପୋଲିସର ସୁରକ୍ଷା କର୍ମୀଙ୍କ ଅପରେସନ ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଜନ୍ତ୍ରୀ ପଞ୍ଚାୟତ, ଡାବୁଗୁଡା ଗ୍ରାମ ନିକଟ ଜଙ୍ଗଲରେ ଏକ ଗୁମ୍ଫା ଭିତରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଏବଂ ବନ୍ଧୁକ ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି SP ନୀତିଶ ୱାଦୱାନି। 'ଅପରେସନ ଖୋଜ' ସମୟରେ ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ, ଜୀବନ୍ତ ଗୁଳି, କେଡ଼େକ୍ସ ୱାୟାର, IED, ଟିଫିନ ବୋମା ଏବଂ ମାଓ ପୁସ୍ତିକା ଜବତ କରିଛି ପୋଲିସ। ପୋଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ଯୋଜନା କରୁଥିବା କୁହାଯାଉଛି।

ଇଟିଭି ଭାରତ, ନୂଆପଡ଼ା ଓ ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.