ETV Bharat / state

ମମିତା ହତ୍ୟାକାଣ୍ଡ: ଆଜି ବିଜେପିର ୧୨ ଘଣ୍ଟିଆ ନୂଆପଡ଼ା ବନ୍ଦ

author img

By

Published : Oct 28, 2021, 12:35 PM IST

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଆଜି(ଗୁରୁବାର) ନୂଆପଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି । ଅଧିକ ପଢନ୍ତୁ...

ମମିତା ମେହେର ହତ୍ୟା ଘଟଣା: ଆଜି ବିଜେପିର ୧୨ ଘଣ୍ଟିଆ ନୂଆପଡ଼ା ବନ୍ଦ

ନୂଆପଡ଼ା: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଆଜି(ଗୁରୁବାର) ବିଜେପି ପକ୍ଷରୁ ଜିଲ୍ଲାକୁ ୧୨ ଘଣ୍ଟା ବନ୍ଦ କରିଛି ବିଜେପି । ତେବେ ସିବିଆଇ ତଦନ୍ତ ସହ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀ ପଦରୁ ବହିଷ୍କାର ଦାବିରେ ବିଜେପି ଏହି ବନ୍ଦ କରିଛି ।

ଏ ନେଇ ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଠାରେ BJPର ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ଦେବଦେଵ ସିଂ ଦେଓ ତଥା ଅନ୍ୟାନ୍ୟ ବରିଷ୍ଠ BJP ନେତା କର୍ମୀଙ୍କ ନେତୃତ୍ବରେ ସହର ଯାକ ବନ୍ଦ ପାଳନ କରାଯାଇଛି । ବନ୍ଦ ପ୍ରଭାବରେ ଦୋକାନ ବଜାର ସରକାରୀ ବେସରକାରୀ କାର୍ଯ୍ୟାଳୟ ଗାଡି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ମମିତା ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇ ଜେଲ କଷ୍ଟଡିରେ ଥିବା ବେଳେ, ଘଟଣାରେ ସଂପୃକ୍ତ ଥିବା ଅନ୍ୟାନ୍ୟ ବ୍ୟକ୍ତି ଏବଂ ବିଶେଷକରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ଗିରଫ ଦାବି କରିଛି ଦଳ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.