ETV Bharat / state

କୋଶଳୀ ଫିଲ୍ମ ବଦଲାର ଶୁଭ ମହୁରତ - କୋଶଳୀ ଫିଲ୍ମ ବଦଲାର ଶୁଭ ମହୁରତ

ସମ୍ବଲପୁରୀ ସିରିଜ ପ୍ରଡକ୍ସନର ପ୍ରଥମ ଅବଦାନ ସମ୍ବଲପୁରୀ କୋଶଳୀ ଫିଲ୍ମ "ବଦଲା"ର ଶୁଭ ମହୁରତ । ଅଧିକ ପଢନ୍ତୁ

କୋଶଳୀ ଫିଲ୍ମ ବଦଲାର ଶୁଭ ମହୁରତ
କୋଶଳୀ ଫିଲ୍ମ ବଦଲାର ଶୁଭ ମହୁରତ
author img

By

Published : May 23, 2022, 2:06 PM IST

ନୂଆପଡା: ଜିଲ୍ଲା ଅଗ୍ରସେନ ଭବନ ଠାରେ ସମ୍ବଲପୁରୀ ସିରିଜ ପ୍ରଡକ୍ସନର ପ୍ରଥମ ଅବଦାନ ସମ୍ବଲପୁରୀ କୋଶଳୀ ଫିଲ୍ମ "ବଦଲା"ର ଶୁଭ ମହୁରତ ହୋଇଯାଇଛି । ଏ କାର୍ଯ୍ୟକ୍ରମକୁ ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେର ପରିଚାଳନା କରିଥିବା ବେଳେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ପଙ୍କଜ ଜାଲ ସମେତ ବହୁ ନାମିଦାମୀ କଳାକାର ଉପସ୍ଥିତ ରହିଥିଲେ । ଫିଲ୍ମକୁ ଭ୍ରମର କୁମ୍ଭାର ରଚନା କରିଥିବା ବେଳେ ଅରୁଣ କୁମାର ପାଢୀ ନିର୍ଦ୍ଦେଶକ ରହିଛନ୍ତି ।

କୋଶଳୀ ଫିଲ୍ମ ବଦଲାର ଶୁଭ ମହୁରତ

ଫିଲ୍ମର ହିରୋ ନରେନ୍ଦ୍ର ତାଣ୍ଡି ଥିବାବେଳେ ନାୟିକା ଭୂମିକାରେ ମିସ୍ ସୁମିତ୍ରା ରହିଛନ୍ତି । ତେବେ ନରେନ୍ଦ୍ର ଓ ସୁମିତ୍ରାଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରା ଟିମ । ଫିଲ୍ମଟି ସୁପର ହିଟ ହେବ ବୋଲି ପ୍ରଯୋଜକ ଭ୍ରମର କୁମ୍ଭାର ବେଶ ଆଶା ରଖିଛନ୍ତି । ଆସନ୍ତା ଜୁନ 10 ତାରିଖ ଠାରୁ ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.