ETV Bharat / state

PDS ଚାଉଳ ବଣ୍ଟନରେ ଦୁର୍ନୀତି, ବିଡିଓଙ୍କୁ ପଞ୍ଚାୟତବାସୀଙ୍କ ଦାବିପତ୍ର

author img

By

Published : Feb 22, 2023, 10:48 AM IST

କିରିକିଟା ଗ୍ରାମପଞ୍ଚାୟତରେ PDS ଚାଉଳ ବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣି ବିଡିଓଙ୍କୁ ଦାବିପତ୍ର ଦେଲେ ପଞ୍ଚାୟତବାସୀ । ଅଧିକ ପଢନ୍ତୁ

PDS ଚାଉଳ ବଣ୍ଟନରେ ଦୁର୍ନୀତି
PDS ଚାଉଳ ବଣ୍ଟନରେ ଦୁର୍ନୀତି
PDS ଚାଉଳ ବଣ୍ଟନରେ ଦୁର୍ନୀତି

ନୂଆପଡ଼ା: ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କିରିକିଟା ଗ୍ରାମପଞ୍ଚାୟତରେ PDS ଚାଉଳ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରୁଦ୍ଧରେ ଅଭିଯୋଗ ଆଣିଲେ କିରିକିଟା ଗ୍ରାମବାସୀ । ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଅତିରିକ୍ତ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଅଭିଯୋଗ ଅନୁସାରେ, 2020 ମସିହା ମହାମାରୀ କୋଭିଡ ସମୟରୁ 2023 ମସିହା ପର୍ଯ୍ୟନ୍ତ PDS ବଣ୍ଟନରେ ଚଞ୍ଚକତା ହୋଇଆସୁଛି । ଅଦ୍ୟାବଧି 4ବର୍ଷ ଧରି ଖୁଲମଖୁଲା PDS ଚାଉଳ ହଡପ କରାଯାଉଛି । ଜୁନାପାଣି, କିରିକିଟା ଗ୍ରାମର ହିତାଧିକାରୀମାନେ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଗତକାଲି(ମଙ୍ଗଳବାର) ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ ଶତାଧିକ PDS ହିତାଧିକାରୀ ହାତରେ ଖାଉଟି କାର୍ଡ ଧରି ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏନେଇ ହିତାଧିକାରୀ କହିଛନ୍ତି, "ଦେଶରେ ଗରିବ ଲୋକ ମାନେ କେହିମଧ୍ୟ ଖାଦ୍ୟ ଅଭାବରୁ ଭୋକିଲା ରହିବେ ନାହିଁ । ଏଭଳି ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ନେଇ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013 ପ୍ରଣୟନ କରିଛନ୍ତି । ଯାହାର ଉଦ୍ଦେଶ୍ୟ ମହାନ ଅଟେ । ହେଲେ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ମାନଙ୍କ ଚଞ୍ଚକତା ଯୋଗୁଁ ସାଧାରଣ ଖାଉଟିଙ୍କୁ ଭୋକିଲା ରହିବାକୁ ପଡୁଛି । ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମପଞ୍ଚାୟତର ଶତାଧିକ PDS ଖାଉଟି କାର୍ଡଧାରୀ ଦୀର୍ଘ 4 ବର୍ଷର PDS ଚାଉଳ ନପାଇ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।"

ମହାମାରୀ କୋଭିଡ ସମୟରୁ ସରକାର ଗରିବ ଲୋକମାନଙ୍କୁ ମାଗଣାରେ 5 କିଲୋଗ୍ରାମ ଚାଉଳ ଏବଂ ସୁଲଭ ମୂଲ୍ୟରେ 5କିଲୋଗ୍ରାମ ଚାଉଳ ଏଭଳି ଅଦ୍ୟାବଧି ଗ୍ରାମପଞ୍ଚାୟତ, ମୁନିସିପାଲଟି ଜରିଆରେ ଚାଉଳ ବଣ୍ଟନ କରି ଆସୁଛନ୍ତି । ହେଲେ ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମପଞ୍ଚାୟତରେ ସମସ୍ତ ମାଗଣା ଚାଉଳ ବଣ୍ଟନ ନକରି ଖୁଲୁମ ଖୁଲା ହଡପ କରିଛନ୍ତି ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଯୋଗାଣ ସହାୟକ । PDS ହିତାଧିକାରୀ ପାଟି ଫିଟାଇଲେ ଧମକ ଚମକ ଦେବାସହ ଆଜି କାଲି ମିଳିବ କହି ବର୍ଷ ପରେ ବର୍ଷ ଗଢ଼ାଉ ନେଉଥିବା ହିତାଧିକାରୀମାନେ କହିଛନ୍ତି ।

ଫଳରେ କିରିକିଟା ଗ୍ରାମପଞ୍ଚାୟତ ରେ ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଆଇନି ବାଟବଣା ହେଉଥିବା ଦେଖାଦେଇଛି । ଏନେଇ ହିତାଧିକାରୀ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଅତିରିକ୍ତ BDO ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତଦନ୍ତ କରି ଦୋଷୀ ଅଧିକାରୀ କର୍ମଚାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ PDS ଚାଉଳ ବଣ୍ଟନ ବ୍ୟବସ୍ଥା କରନ୍ତୁ, ନଚେତ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.