ETV Bharat / state

ନୂଆଖାଇଲେ ନୂଆପଡାର ସାହୁ ପରିବାର; ଏକାଠି ହେଲେ 5ଶହ ସଦସ୍ୟ - ନୂଆଖାଇ

ଏକାଠି ନୂଆଖାଇଲେ ନୂଆପଡାର ଗୋଟିଏ ପରିବାର ପାଞ୍ଚଶହ ସଦସ୍ୟ । ପରିବାରରେ ଖୁସିର ମାହୋଲ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Sep 8, 2019, 7:19 PM IST

ନୂଆପଡା: ଗତ 3 ତାରିଖରେ ଶେଷ ହୋଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏହି ପର୍ବକୁ ପଶ୍ଚିମ ଓଡିଶା ବାସୀ ବେଶ ଧୂମଧାମରେ ପାଳନ କରିଛନ୍ତି । ତେବେ ଉକ୍ତଦିନ ନୂଆଖାଇ ପାଳନରୁ ବଞ୍ଚିତ ହୋଇଥିଲେ ନୂଆପଡା ଖଡିଆଳର ସାହୁ ପରିବାର । କାରଣ ପରିବାରର ଜଣଙ୍କ ବିୟୋଗ ଘଟିବାରୁ ନୂଆଖାଇ ଦିନ ଏହି ପରିବାର ନୂଆ ଖାଇନଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ତେଣୁ ଆଜି ଖଡିଆଳର ଏହି ସାହୁ ପରିବାର ନୂଆ ଖାଇଛନ୍ତି । ନୂଆଖାଇ ଏକ କୃଷି ଭିତ୍ତିକ ଗଣପର୍ବ ହୋଇଥିବାରୁ ଏହି ପରିବାର ବା ସାହୁ ବଂଶର ପ୍ରାୟ 5ଶହ ଲୋକ ଏକାଠି ନୂଆଖାଇ ଥାନ୍ତି । ଯାହାକି ଜିଲ୍ଲାରେ ଅନନ୍ୟ । ସେଥିପାଇଁତ ଖଡିଆଳ ସାହୁ ପରିବାରର ନୂଆଖାଇ ଦେଖିବାକୁ ଅନ୍ୟ ସଂପ୍ରଦାୟର ଲୋକେ ଆସିଥାନ୍ତି । ତେବେ ବିଳମ୍ବରେ ହେଲେ ମଧ୍ୟ ଆଜି ସାହୁ ପରିବାର ନୂଆଖାଇ ଥିବାରୁ ବହୁ ଲୋକ ଏକାଠି ହୋଇଥିଲେ ।

ନୂଆଖାଇ ପାଇଁ ଆଜି ପରିବାରରେ ସକାଳୁ ସକାଳୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ସମସ୍ତ ମହିଳା ମାନେ ବିଭିନ୍ନ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରିବା ସହ ଇଷ୍ଟଦେବୀଙ୍କ ପୂଜାପାଇଁ ବ୍ୟବସ୍ଥା କରିଥିଲେ । ପରେ ସମସ୍ତ 5ଶହ ସଦସ୍ୟ ଏକାଠି ନୂଆଖାଇ ଜୁହାର ଭେଟ ହୋଇଥିଲେ । ହେଲେ ଆଜିର ଦୁନିଆରେ ଯୌଥ ପରିବାର ପ୍ରାୟତଃ ଆଉ ନଥିବା ବେଳେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆଖାଇବା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାବାସୀ ଧୁମ ଧାମ ସହକାରେ ପାଳନ କରିସାରିଛନ୍ତି । ହେଲେ ଆଜି ନୂଆପଡା ଜ଼ୀଲ୍ଲା ପ୍ରମୁଖ ସହର ଖଡ଼ିଆଳ ସହରର ସାହୁ ସମାଜ ର 500 ରୁ ଉର୍ଦ୍ଧ ପରିବାର ସଦସ୍ୟ ଏକାଠି ନୂଆଖାଇ ପରସ୍ପର ମଧ୍ୟରେ ନିବିଡ ସମ୍ପର୍କ ସ୍ଥାପନ କରିପାରିଛନ୍ତି । ଏଠାରେ 500 ରୁ ଉଦ୍ଦ ସଦସ୍ୟ ଏକାଠି ନୂଆଖାଇ ବାରୁ ସହରର ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକେ ସାହୁ ସମାଜର ନୂଆଖାଇକୁ ଦେଖିବା ପାଇଁ ଛୁଟି ଆସିଛନ୍ତି ।କାରଣ ନୂଆପଡା ଜ଼ୀଲ୍ଲା ରେ 500 ରୁ ଉଦ୍ଦ ସଦସ୍ୟ ଏକାଠି ନୂଆଖାଇବାର ଏ ଏକ ଅନନ୍ୟ ପରମ୍ପରା ବୋଲି କୁହାଯାଏ । ଏହି ବଡ ପରିବାର ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଖାଇଥାନ୍ତି । ଚଳିତ ବର୍ଷ ଏହି ପରିବାର ର ଜଣେ ବରିଷ୍ଠ ସଦସ୍ୟ ଙ୍କ ଦେହାନ୍ତ ହୋଇଥିବାରୁ ନୂଆଖାଇ ଅଟକି ଯାଇଥିଲା । ଯାହାଫଳରେ ଶୁଭଲଗ୍ନ ଦେଖି ଆଜି 500 ସଦସ୍ୟ ହର୍ଷଉଲ୍ଲାସରେ ଏକାଠି ନୂଆଖାଇ ପାଳନ କରି ଏକତାର ବାର୍ତ୍ତା ଦେଇଛନ୍ତି । ଯାହାକି ଆମ୍ଭ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ । ଏହିବଡ ପରିବାର ନୂଆଖାଇ ପର୍ବକୁ ଲୋକଲୋଚନକୁ ଆଣିବା ପାଇଁ ଆମ୍ଭ ଈଟିଭି ଭାରତ ପ୍ରୟାସ ଜାରି ରଖିଥିଲା । ଏନେଇ ସାହୁ ସମାଜର 500 ସଦସ୍ୟ ଙ୍କ ମିଳିତ ନୂଆଖାଇ ପର୍ବ ସମ୍ପର୍କରେ ଜାଣିବାପାଇଁ ଆମ ନୂଆପଡା ପ୍ରତିନିଧି ସାହୁସମାଜର ମହିଳା ମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି.......Body:ସConclusion:ସସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.