ETV Bharat / state

ଅଶ୍ୱିନୀ ବେହେରା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ

ଜିଲ୍ଲା ଖଡ଼ିଆଳ ଥାନା ବରପଦର ଗାଁର ଅଶ୍ୱିନୀ ବେହେରା ହତ୍ୟା ଘଟଣା । ଖଡ଼ିଆଳ ଥାନା ଘେରିଲେ ଲୋକେ । ଅଧିକ ପଢନ୍ତୁ...

ହତ୍ୟାକାରୀକୁ ଗିରଫ ଦାବି; ଖଡ଼ିଆଳ ଥାନା ଘେରିଲେ ଲୋକେ

author img

By

Published : Nov 8, 2021, 9:28 PM IST

ନୂଆପଡା: ଜିଲ୍ଲା ଖଡ଼ିଆଳ ଥାନା ବରପଦର ଗାଁର ଅଶ୍ୱିନୀ ବେହେରା ହତ୍ୟା ଘଟଣାକୁ ନେଇ ତାତିଲେ ଲୋକେ । ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ବରପଦର ଗାଁର ଶତାଧିକ ମହିଳା ଓ ପୁରୁଷ ଯୁବକ ସମୂହ ଏକତ୍ରିତ ହୋଇ ଖଡ଼ିଆଳ ଥାନାକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବରପଦର ଗାଁର ଯୁବକ ଅଶ୍ୱିନୀ ବେହେରା ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ବିକ୍ଷୋଭକାରୀ । ନଚେତ ଖଡ଼ିଆଳ ଥାନା ସମ୍ମୁଖରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ହତ୍ୟାକାରୀକୁ ଗିରଫ ଦାବି; ଖଡ଼ିଆଳ ଥାନା ଘେରିଲେ ଲୋକେ

ସୂଚନା ଅନୁସାରେ, ଗତ ଅକ୍ଟୋବର ମାସ 19 ତାରିଖ ରାତ୍ରିରେ ବରପଦର ଗାଁର ଯୁବକ ଅଶ୍ୱିନୀ ବେହେରାଙ୍କୁ କେହି ଅଜଣା ଦୁର୍ବୃତ୍ତ ହତ୍ୟାକାରୀ ନିକଟସ୍ଥ ଡୁମେରବାହାଲ ଗାଁ କେନାଲ ନିକଟରେ ଫୋପାଡ଼ି ଦେଇଥିଲ । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଜ ଗାଁର ରୁଦ୍ରମାଧବ ବେହେରା, ମୁନୁଲାଲ ବେହେରା ଏବଂ ଦୂତିକା ବେହେରା ପରିବାର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଖଡ଼ିଆଳ ପୋଲିସ ତଦନ୍ତ ଜାରି ରଖିଛି । ହେଲେ ଘଟଣା ଘଟିବାର 20 ଦିନ ବିତିଯାଇ ଥିଲେ ସୁଦ୍ଧା ପୋଲିସ ହତ୍ୟାକାରୀକୁ ଗିରଫ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି । ଅପରପକ୍ଷେ ନିରପେକ୍ଷ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ହତ୍ୟାକାରୀକୁ ଗିରଫ କରାଯିବ ବୋଲି ଖଡ଼ିଆଳ ଥାନା ଅଧିକାରୀ ପ୍ରତିଶୃତି ଦେବା ପରେ ଥାନା ଘେରାଉ ପ୍ରତ୍ୟାହାର ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.