ETV Bharat / state

ସମ୍ପନ୍ନ ହେଲା ଖଡ଼ିଆଳର ଯୋଡି ଛତର ଯାତ୍ରା - ଯୋଡି ଛତର ଯାତ୍ରା

ଖଡ଼ିଆଳରେ ସମ୍ପନ୍ନହେଲା ମା' ସମଲେଶ୍ବରୀ ଏବଂ ରକ୍ତାମ୍ବରୀ ଦେବୀଙ୍କ ଛତର ଯାତ୍ରା । ଅଧିକ ପଢନ୍ତୁ

ସମ୍ପନ୍ନହେଲା ଖଡ଼ିଆଳର ଯୋଡି ଛତର ଯାତ୍ରା
ସମ୍ପନ୍ନହେଲା ଖଡ଼ିଆଳର ଯୋଡି ଛତର ଯାତ୍ରା
author img

By

Published : Oct 5, 2022, 7:11 AM IST

ନୂଆପଡା: ସମ୍ପନ୍ନହେଲା ଚୌହାନ ବଂଶୀୟ ଇଷ୍ଟଦେବୀ ମା' ସମଲେଶ୍ବରୀ ଏବଂ ରକ୍ତାମ୍ବରୀଙ୍କ ଯୋଡି ଛତର ଯାତ୍ରା । ଅନ୍ୟ ଜିଲ୍ଲା ଗୁଡିକରେ ବିଭିନ୍ନ ଦେବାଦେବୀଙ୍କ ଛତର ଯାତ୍ରା ଚାଲିଥିବାବେଳେ, ଖଡ଼ିଆଳରେ ମଧ୍ୟ ଯୋଡି ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ, ଯାହାକି ଏକ ବିରଳ ପରମ୍ପରା ବୋଲି ଗବେଷକ ମାନେ ମତ ଦିଅନ୍ତି । ଯୋଡି ଛତର ଯାତ୍ରା ଦେଖିବା ପାଇଁ ପଡ଼ୋଶୀ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ସମେତ ଛତିଶଗଡ଼ ରାଜ୍ୟରୁ ଖଡ଼ିଆଳକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ସମ୍ପନ୍ନହେଲା ଖଡ଼ିଆଳର ଯୋଡି ଛତର ଯାତ୍ରା

ରାଜା ରାଜୁଡା ଶାସନ କାଳରେ ଖଡ଼ିଆଳ ତତ୍କାଳୀନ ଚୌହାନ ବଂଶୀୟ ରାଜା ରତନ ସିଂ ଦେଓ ଖଡ଼ିଆଳ ଗଡ଼ଜାତ ରାଜ୍ୟର ସୁରକ୍ଷା ପାଇଁ 1820 ମସିହା ପଲମାଗଡରୁ ବଡ ଭଉଣୀ ଦେବୀ ମା' ରକ୍ତାମ୍ବରୀକୁ ଆଣି ରାଜ ଦରବାରରେ ସ୍ଥାପନା କରିଥିଲେ । ସେହିଭଳି ସାନ ଭଉଣୀ ଦେବୀ ମା' ସମଲେଶ୍ବରୀଙ୍କୁ କୋମନା ଗଡରୁ ଆଣି ଇଷ୍ଟଦେବୀ ରୂପେ ସ୍ଥାପନା କରିଥିଲେ । ସେହି ଶହଶହ ବର୍ଷର ଐତିହ୍ୟ ପରମ୍ପରାକୁ ରକ୍ଷା କରିବା ନେଇ ବର୍ତ୍ତମାନର ଯୁବରାଜ ଦେବ ଦେବ ସିଂ ଦେଓଙ୍କ ନେତୃତ୍ୱରେ ଖଡ଼ିଆଳ ଠାରେ ଯୋଡି ଛତର ଯାତ୍ରା ପାଳିତ ହୋଇ ଆସୁଛି । ଉଭୟ ମା’ ପ୍ରତିବର୍ଷ ଦଶହରା ପୀଠ ଦଶମୀ ଦିନ ଛତର ଦେହରେ ବିରାଜ ମାନ କରି ଘର ଘର ଯାଇ ପୂଜା ପାଉଥିଲେ । ହେଲେ ଚଳିତ ବର୍ଷ ଉଭୟ ମା'ଙ୍କ ଯୋଡି ଛତର ଘର ଘର ନ ଯାଇ ଭବ୍ୟ ସମାରୋହରେ ବଜାର ତାଳେ ତାଳେ ସହରର ମୁଖ୍ୟ ରାସ୍ତାରେ ଯୋଡ଼ି ଛତରଯାତ୍ରା ଭ୍ରମଣ କରୁଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ-ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଦୁଲୁକିଲା ଭବାନୀପାଟଣା

ଯୋଡି ଛତର ଯାତ୍ରା ସମୟରେ ଶ୍ରଦ୍ଧାଳୁ ମା'ଙ୍କୁ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଯାହାଫଳରେ ମା'ଙ୍କ ଆଶିଷ ପାଇବା ପାଇଁ ଦୀପ, ଧୂପ, ନୈବେଦ୍ୟ ସହିତ ଖଇ ଗୁଡ଼ ଘିଅ ମନ୍ଦାର ମାଳା ଧରି ସଡକର ଉଭୟ ପାର୍ଶ୍ୱରେ ଭକ୍ତ ମାନେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଦଶମୀରେ ପ୍ରଥମେ ଉଭୟ ମା' ଖଡ଼ିଆଳ ରାଣୀ ସାହେବାଙ୍କ ଠାରୁ ପୂଜା ପାଇବା ପରେ ଅନ୍ୟାନ୍ୟ ଜାତି, ଧର୍ମ, ବର୍ଣ୍ଣ ସମସ୍ତଙ୍କ ଠାରୁ ପୂଜା ପାଇବାର ପରମ୍ପରା ଖଡ଼ିଆଳ ଠାରେ ରହିଛି । ଏନେଇ ବିଶାଳ ଯୋଡ଼ି ଛତର ଯାତ୍ରାକୁ ଘଣ୍ଟ ଶଙ୍ଖ ବାଦ୍ୟରେ ସହର ପରିକ୍ରମା କରାଯାଇଛି ।

ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଯୋଡି ଛତର ଯାତ୍ରା ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନ ସମାବେଶ ହୋଇଥିଲା । ଯୋଡି ଛତର ଯାତ୍ରା ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ଅଗାଢ ବିଶ୍ୱାସ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.