ଭୁବନେଶ୍ବର: ଜିଲ୍ଲାର କୋମନାରେ ଗ୍ରାମ୍ୟନ୍ୟାୟାଳୟ ଏବଂ ସିନାପାଲିରେ ଜେଏମ୍ଏଫ୍ସି କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଭର୍ଚୁଆଲ୍ ମାଧ୍ୟମରେ ଏହାକୁ ଉଦ୍ଘାଟନ କରିଛନ୍ତି ।

ଓଡ଼ିଶା ହାଇକୋର୍ଟର ଜଷ୍ଟିସ ଏସ୍.କେ. ସାହୁ ଏବଂ ନୂଆପଡ଼ା କୋର୍ଟର ଆଡ୍ମିନିଷ୍ଟ୍ରେଟିଭ୍ ଜଜ୍ ଭର୍ଚୁଆଲ ବୈଠକରେ ଉପସ୍ଥିତ ଥିଲେ । ହାଇକୋର୍ଟର ଜଷ୍ଟିସ ବିଶ୍ୱଜିତ୍ ମହାନ୍ତି, ଜଷ୍ଟିସ ଏସ୍. ପୂଜାହାରି, ଜଷ୍ଟିସ ବିଶ୍ୱନାଥ ରଥ, ଜଷ୍ଟିସ ସାବିତ୍ରୀ ଏହି ଅବସରରେ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ