ETV Bharat / state

ସ୍ବାମୀଙ୍କ ଅକାଳ ବିୟୋଗ ପରେ ଦୁର୍ଦ୍ଦିନରେ ପରିବାର, ଅପେକ୍ଷା ସରକାରୀ ସହାୟତାକୁ - nuapada news

ନୂଆପଡା ଜିଲ୍ଲା ଧୁଙ୍ଗିଆମୁଣ୍ଡା ଗାଁର ପଦ୍ମିନୀ ହଂସ । ପରିବାର କହିଲେ 2 ନାବାଳକ ପୁଅ । ପଦ୍ମିନୀ ବାତ ରୋଗରେ ପୀଡିତ ଥିବାବେଳେ ତାଙ୍କ 2 ପୁଅ ସିକାଳସାଇ ରୋଗରେ ପୀଡିତ । ଜୀବନ ମରଣ ସହ ସଂଗ୍ରାମ କରୁଥିବା ଏହି ଦୁଃଖୀ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଜଗସନ ହଂସଙ୍କ ଅକାଳ ବିୟୋଗ ଏବେ ପରିବାରକୁ କରିଛି ସମ୍ପୂର୍ଣ୍ଣ ବେସାହାରା । ଏମାନଙ୍କ ପାଖରେ ନା ଖାଇବାକୁ ଅଛି ଅନ୍ନ ନା ଚିକିତ୍ସା ପାଇଁ ଅର୍ଥ । ଅଧିକ ପଢନ୍ତୁ...

Jagsan family awaited govt compensastion
ଜଗସନଙ୍କ ଅକାଳ ବିୟୋଗ ପରେ ଦୁର୍ଦ୍ଦଶାରେ ପରିବାର, ଅପେକ୍ଷା ସରକାରୀ ସହାୟତାକୁ
author img

By

Published : Jul 4, 2020, 8:33 PM IST

ନୂଆପଡା: ଜିଲ୍ଲାର ସଦର ମହୁକମା ଠାରୁ 115 କିଲୋମିଟର ଦୂର ଛତିଶଗଡ଼ ସୀମାନ୍ତରେ ରହିଛି ଧୁଙ୍ଗିଆମୁଣ୍ଡା ଗାଁ । ଏହି ଗାଁରେ ବସବାସ କରୁଛନ୍ତି ମୃତ ଦାଦନ ଶ୍ରମିକ ଜଗସନ ହଂସଙ୍କ ପରିବାର । ଏବେ ପରିବାରରେ ସ୍ତ୍ରୀ ପଦ୍ମିନୀ ହଂସ ଓ 2 ନାବାଳକ ପୁଅ ଅଛନ୍ତି । ପଦ୍ମିନୀ ବାତ ରୋଗରେ ପୀଡିତ ଥିବାବେଳେ ତାଙ୍କ 2 ପୁଅ ସିକାଳସାଇ ରୋଗରେ ପୀଡିତ । ଜୀବନ ମରଣ ସହ ସଂଗ୍ରାମ କରୁଥିବା ଏହି ଦୁଃଖୀ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ଜଗସନ ହଂସ । ହେଲେ ତାଙ୍କର ଅକାଳ ବିୟୋଗ ଏବେ ସାରା ପରିବାରକୁ ଅସହାୟ କରିଦେଇଛି ।

ଜଗସନଙ୍କ ଅକାଳ ବିୟୋଗ ପରେ ଦୁର୍ଦ୍ଦଶାରେ ପରିବାର, ଅପେକ୍ଷା ସରକାରୀ ସହାୟତାକୁ

ସୂଚନାନୁସାରେ, ଦୁଇ ପଇସା ରୋଜଗାର କରି ସ୍ତ୍ରୀ ଓ ପିଲାମାନଙ୍କ ପେଟରେ ଆହାର ଯୋଗାଇବାକୁ ଏବଂ ଚିକିତ୍ସା ଖର୍ଚ୍ଚ ସନ୍ଧାନରେ ସୁଦୂର ଚେନ୍ନାଇ ଯାଇଥିଲେ ସେ । ହେଲେ ଦଇବର ଇସାରା ଥିଲା କିଛି ଅଲଗା । ଜଗସନଙ୍କ ପାଇଁ କାଳ ସାଜିଲା ଚେନ୍ନାଇ । ରାମନାଥପୁରମ ବସନ୍ତ କଷ୍ଟ୍ରକ୍ସନ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିବା ଜଗସନ ଗତ ଅପ୍ରେଲ ମାସ 25 ତାରିଖ ଦିନ 6 ମହଲା କୋଠାରେ ଲାଗିଥିବା ଲିଫ୍ଟରୁ ଖସିପଡି ମୃତ୍ୟୁବରଣ କରିଥିଲେ । ଏପଟେ ଗାଁରେ ତାଙ୍କ ଉପରେ ଭରସା କରି ଚଳୁଥିବା ସ୍ତ୍ରୀ ଓ 2 ପୁଅଙ୍କ ପେଟରେ 2 ଓଳି 2 ମୁଠା ଖାଇବାକୁ ନା ଅଛି ଅନ୍ନ ନା ଚିକିତ୍ସା ପାଇଁ ଅର୍ଥ । କେବଳ ଅପେକ୍ଷା ଅଛି ତ ସରକାରୀ ସହାୟତାକୁ ।

ତେବେ ଜଗସନଙ୍କ ମହାମାରୀ କୋଭିଡ-19 ଲକଡାଉନ ସମୟରେ ମୃତ୍ୟୁ ଘଟିଥିବାରୁ ତାଙ୍କର ମୃତଦେହକୁ ସାହିଭାଇ କାନ୍ଧ ଦେଇନଥିଲେ। ହେଲେ ଇଟିଭି ଭାରତରେ ଖବର ପ୍ରକାଶ ପରେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ 2 ନାବାଳକ, ସ୍ତ୍ରୀ ଏବଂ ଗାଁ ମେମ୍ବରଙ୍କ ସହାୟତାରେ ହୋଇଥିଲା ତାଙ୍କର ଅନ୍ତିମ ସଂସ୍କାର । ସେବେଠୁ ଏହି ପରିବାରର ସ୍ଥିତି ସମ୍ପୂର୍ଣ୍ଣ ବିଗିଡିଯାଇଛି ।

ସେପଟେ ଏନେଇ ଆମ ନୂଆପଡା ପ୍ରତିନିଧି ସିନାପାଲି ବିଡ଼ିଓଙ୍କୁ ସାକ୍ଷାତ କରି ବିଷଦ ଆଲୋଚନା କରିଛନ୍ତି । ଶ୍ରମିକ ଜଗସନ ହଂସଙ୍କ ମୃତ୍ୟୁ ସମ୍ପର୍କରେ ସେ ଅବଗତ ଥିବା କହିଥିବା ବେଳେ ତାଙ୍କ ମୃତ୍ୟୁ ସାଟିଫିକେଟ ଆସିବାପରେ ବିଧବା ଭତ୍ତା, ପରିବାର ମଙ୍ଗଳ ଯୋଜନାରେ ଆର୍ଥିକ ସହାୟତା ଏବଂ ବାସଗୃହ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.